ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭଗବତୀ ଚରଣ ପାଣିଗ୍ରାହୀଙ୍କ ତିରୋଧାନ ଦିବସ ପାଳିତ 

ଭଗବତୀ ଚରଣ ପାଣିଗ୍ରାହୀଙ୍କ ତିରୋଧାନ ଦିବସ ପାଳିତ 

ରାଉରକେଲା: ଓଡ଼ିଆ ଭାଷା ବିକାଶ ମଞ୍ଚ ଆନୁକୂଲ୍ୟରେ କଲଚରାଲ ଏକାଡେମୀ ସଭାକକ୍ଷରେ ମଞ୍ଚର ସାଧାରଣ ସମ୍ପାଦକ ଆର୍ତ୍ତତ୍ରାଣ ମହାପାତ୍ରଙ୍କ ଆବାହକତ୍ୱରେ ମଞ୍ଚର ସଭାପତି ପ୍ରଶାନ୍ତ କୁମାର ପତିଙ୍କ ଅଧ୍ୟକ୍ଷତାରେ ଓଡ଼ିଆ ନବଯୁଗ ନିର୍ମାଣର କ୍ରାନ୍ତିକାରୀ ପୁରୁଷ ଭଗବତୀ ଚରଣ ପାଣିଗ୍ରାହୀଙ୍କୁ ସାରସ୍ଵତ ଶ୍ରଦ୍ଧାଞ୍ଜଳି ଓ ଆଲୋଚନା ସହିତ ପ୍ରଗତିଶୀଳ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଯାଇଛି।

ସଭା ପ୍ରାରମ୍ଭରେ ପ୍ରଥିତଯଶା କବି ରାଜେନ୍ଦ୍ର କିଶୋର ପଣ୍ଡାଙ୍କ ବିୟୋଗରେ ଶୋକ ପ୍ରକାଶ ପୂର୍ବକ ନୀରବ ପ୍ରାର୍ଥନା କରାଯାଇଥିଲା। ମାର୍କସୀୟ ଚେତନାର ବ୍ୟାଖ୍ୟାକାର କଲଚରାଲ ଏକାଡେମୀର ସଭାପତି ପଶୁପତିନାଥ ଚାଟାର୍ଜୀ ମୁଖ୍ୟ ଅତିଥି ତଥା ଆଲୋଚକ ରୂପେ ଯୋଗଦେଇ ସାଂପ୍ରତିକ ପ୍ରେକ୍ଷାପଟରେ ପ୍ରଗତିଶୀଳ ସାହିତ୍ୟର ବିଶ୍ବାୟନ ଦିଗରେ ଭଗବତୀ କିପରି ନବସରଣୀର ଉନ୍ମୋଚନ କରିଥିଲେ ,ତାହାର ସୁଦୂର ପ୍ରସାରି ପ୍ରଭାବ ସଂପର୍କରେ ଆଲୋଚନା କରିଥିଲେ। ସାଧାରଣ ସମ୍ପାଦକ ଶ୍ରୀ ମହାପାତ୍ର ଭଗବତୀଙ୍କ ପଇଁତିରିଶି ବର୍ଷର ଜୀବନକାଳ ଭିତରେ ତେର ବର୍ଷର ସାଧନା ତାଙ୍କୁ କିପରି ବିଶ୍ବବିଦିତ କରିଥିଲା , ତତ୍‍ସମ୍ପର୍କରେ ଏକ ଭିତ୍ତିପ୍ରବନ୍ଧ ପାଠ କରିଥିଲେ।

ସଭାପତି ଶ୍ରୀ ପତି ଓଡ଼ିଆ ସାହିତ୍ୟକୁ ଛାୟାବାଦ, ପରମ୍ପରାବାଦ, ପଳାୟନବାଦ,ସ୍ବଭାବବାଦର ଭାବଧାରାରୁ ମୁକ୍ତ କରି ଯେଉଁ ନୂତନ ସାହିତ୍ୟ ଧାରାର ପ୍ରବର୍ତ୍ତନ କରିଥିଲେ ,ତାହାର ଆଦ୍ୟ ନାନ୍ଦିକାର ଭଗବତୀ ଥିଲେ ବୋଲି କହିଥିଲେ। କବି ସୁଶାନ୍ତ କୁମାର ନାୟକଙ୍କ ସଂଯୋଜନାରେ ସର୍ବଶ୍ରୀ ଆର୍ତ୍ତତ୍ରାଣ ମହାପାତ୍ର, କୁଞ୍ଜବିହାରୀ ରାଉତ, ଡଃ କୃପାସିନ୍ଧୁ ନାୟକ, ଅଶୋକ କୁମାର ପଟ୍ଟନାୟକ, ବିଜୟିନୀ ଜେନା,ବବିତା ମହାଳିକ, ସୁସ୍ମିତା ମହାପାତ୍ର, ଗୀତାରାଣୀ ବେହେରା, ଅର୍ଚ୍ଚନା ପାତ୍ର, ବଳରାମ ରାଉଳ,ପରେଶ୍ ବିଶ୍ବାଳ, ଧନଞ୍ଜୟ ମଲ୍ଲିକ, ଧୋବେଇ ବେହେରା, ଅଧ୍ୟାପକ ଉମେଶ ପାତ୍ର, ଶ୍ରୀଧର ସୁନା ପ୍ରମୁଖ ପ୍ରଗତିଶୀଳ କବିତା ପାଠ କରିଥିଲେ।ପରିଶେଷରେ କବି ଶ୍ରୀ ପ୍ରତାପ କୁମାର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।

ଏହି ସାହିତ୍ୟ ସନ୍ଧ୍ୟାରେ ସର୍ବଶ୍ରୀ ଭୂପେନ ମହାପାତ୍ର,ଗଗନ ବିହାରୀ ଧଳ, ଜଗନ୍ନାଥ ରାଉତ , ପ୍ରଫୁଲ୍ଲ ସାମଲ, ପର୍ଶୁରାମ ପଟ୍ଟନାୟକ, ଅକ୍ଷୟ ସାମଲ , ପ୍ରଶାନ୍ତ ଦାସ, ପ୍ରଶାନ୍ତ ମହାନ୍ତି, କାଶୀନାଥ ପାତ୍ର, ପ୍ରବୀର ଦୁବେ, କାଶୀନାଥ ନନ୍ଦୀ, ସୁକାନ୍ତ କୁମାର ଖୁଣ୍ଟିଆ, ଗଙ୍ଗାଧର ପୁହାଣ, ଅଶୋକ କୁମାର ପାତ୍ର , ଚେତନା ପାତ୍ର, ଶାନ୍ତନୁ କୁମାର ପଣ୍ଡା, ଅକ୍ଷୟ କୁମାର ପଣ୍ଡା, ଡଃ ନଗେନ ଦାସ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ।

ଆର୍ତ୍ତତ୍ରାଣ ମହାପାତ୍ର ,ସାଧାରଣ ସମ୍ପାଦକ ,ଓଡ଼ିଆ ଭାଷା ବିକାଶ ମଞ୍ଚ ।
ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ରାମ ନାଥ ଉଚ୍ଚ ବିଦ୍ୟାପୀଠ ଚଲାନପଡା-ଗୋଇମୁଣ୍ଡି ୧୯୯୦ ପ୍ରଥମ ମାଟ୍ରିକ ବ୍ୟାଚ ବନ୍ଧୁ ମିଳନ କାର୍ଯ୍ୟକ୍ରମ

Sunil Chandra Nayak

ବନ୍ଧୁଗାଁ ବ୍ଲକରେ ଜିଲ୍ଲାପାଳ ଶୁଣିଲେ ୪୪ ଗୋଟି ଅଭିଯୋଗ

ଧର୍ମ ପରାୟଣ ମହିଳାଙ୍କ ଦେହାନ୍ତ 

masiha

Leave a Comment

error: Content is protected !!