ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୫୫ ବର୍ଷର ଜୁନାଗଡ଼ ଏନଏସିକୁ ମିଳୁନି ମ୍ୟୁନିସିପାଲଟି ମାନ୍ୟତ, ଏ ଯାଏଁ ନିଜସ୍ଵ ଗୃହ ନାହିଁ , ପାଠାଗାରରେ ଚାଲିଛି କାର୍ଯ୍ୟାଳୟ

୫୫ ବର୍ଷର ଜୁନାଗଡ଼ ଏନଏସିକୁ ମିଳୁନି ମ୍ୟୁନିସିପାଲଟି ମାନ୍ୟତ, ଏ ଯାଏଁ ନିଜସ୍ଵ ଗୃହ ନାହିଁ , ପାଠାଗାରରେ ଚାଲିଛି କାର୍ଯ୍ୟାଳୟ

 ଜୁନାଗଡ଼୨ ୭।୧୦( ମନୀ ସ)-କଳାହାଣ୍ଡି ଜିଲାର ପୁରାତନ ରାଜଧାନୀ ତଥା ୫୫ ବର୍ଷର ଏନଏସି ଜୁନାଗଡ଼କୁ ଏ ପ୍ରର୍ଯ୍ୟନ୍ତ ମ୍ୟୁନିସିପାଲଟିର ମାନ୍ୟତା ମିଳୁନଥିବାରୁ ସାଧାରଣରେ ଉଦବେଗ ପ୍ରକାଶ ପାଇଛି। ପୂର୍ବତନ ରାଜ୍ୟ ସରକାର ନବୀନ ପଟ୍ଟନାୟକ ଗତ ସାଧାରଣ ନିର୍ବାଚନ ସମୟରେ ମ୍ୟୁନିସିପାଲଟିର ନାମ ଘୋଷଣା ସମୟରେ ଜୁନାଗଡ଼ ଏନଏସି କୁ ବାଦ ଦେଇଥିଲେ। ପରବର୍ତ୍ତି ସମୟରେ ରାଜ୍ୟରେ ଭାଜପା ସରକାର ଆସିବା ପରେ ମଧ୍ୟ ସେହି ସମାନ ଅବସ୍ଥା ଦେଖିବାକୁ ମିଳିଛି। ଗତ ସ୍ୱାୟତ୍ବ ଶାସନ ଦିବସରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର ୭ ଏନଏସି କୁ ମ୍ୟୁନିସିପାଲଟି ଘୋଷଣା କରିଥିଲେ। ସେହିପରି ମୁଖ୍ୟମନ୍ତ୍ରୀ ମାଝୀ ସୋମବାର ନୂଆପଡା ମିନି ଷ୍ଟାଡିୟମରେ ଆୟୋଜିତ ଏକ ସଭାରେ ଯୋଗଦେଇ ଏନ ଏ ସି ଥିବା ଖରିଆର ରୋଡ଼କୁ ମ୍ୟୁନସିପାଲଟି ଭାବେ ଘୋଷଣା କରିଥିଲେ। ତେବେ ଦୀର୍ଘଦିନ ଧରି ଜୁନାଗଡ଼ ଏନ ଏ ସିକୁ ମ୍ୟୁନସିପାଲଟି ନେଇଁ ଦାବି ହେଉଥିଲେ ମଧ୍ୟ ସରକାର ଏଥିପ୍ରତି ଦୃଷ୍ଟି ନ ଦେବା ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ରାଜ୍ୟରେ ନୂତନ ମୋହନ ସରକାର ଆସିବା ପରେ କଳାହାଣ୍ଡି ଜିଲାର ସର୍ବପୁରାତନ ୫୫ ବର୍ଷର ଜୁନାଗଡ ଏନଏସିକୁ ମଧ୍ୟ ମ୍ୟୁନିସିପାଲିଟିରେ ସ୍ଥାନ ଦେବେ ବୋଲି ସ୍ଥାନୀୟ ଲୋକେ ଆଶା ରଖିଥିଲେ। ହେଲେ ସେହି ଆଶା ବର୍ତ୍ତମାନ ପୂରଣ ହୋଇନାହିଁ । ରାଜ ନୈତିକ ଇଚ୍ଛା ଶକ୍ତିର ଅଭାବ ତଥା ପ୍ରଶାସନିକ ଉଦାସୀନତା ଯୋଗୁଁ ଜୁନାଗଡ଼ ମ୍ୟୁନସିପାଲଟି ଘୋଷଣାରେ ସ୍ଥାନ ପାଉନାହିଁ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। ଅନ୍ୟପକ୍ଷରେ, ଜୁନାଗଡ ଏନଏସି ମ୍ୟୁନିସିପାଲିଟି ହେବା ତ ଦୂରର କଥା ଏ ଯାଏଁ ୫୫ ବର୍ଷ ପରେ ବି କାର୍ଯ୍ୟାଳୟର ନିଜସ୍ୱ ଗୃହ ନ ହେବା ସାଧାରଣରେ ଆଶ୍ଚର୍ଯ୍ୟ ର ବିଷୟ। ପ୍ରକାଶ ଯେ, କଳାହାଣ୍ଡି ଜିଲା ଜୁନାଗଡ ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍‌ଏସି) ଇତିମଧ୍ଯରେ ୫୫ ବର୍ଷରେ ପଦାର୍ପଣ କରିସାରିଛି। ୧୯୯୫ରୁ ୧୯୯୯ ପର୍ଯ୍ୟନ୍ତ ଲଗାତର ୪ବର୍ଷ ଧରି ଶ୍ରେଷ୍ଠ ଏନ୍‌ଏସି ଭାବେ ମଧ୍ୟ ପୁରସ୍କୃତ ମଧ୍ୟ ହୋଇସାରିଛି। ସେହିପରି ପୂର୍ବଭାରତରେ ଶ୍ରେଷ୍ଠ ୨୦ ହଜାର ଜନସଂଖ୍ୟା ବିଶିଷ୍ଟ ଦ୍ରୁତଗାମୀ ସ୍ଵଚ୍ଛତା ସହରରେ ଜୁନାଗଡ ଏନଏସକୁ ରାଷ୍ଟ୍ରପତି ମଧ୍ୟ ପୁରସ୍କାର ଦେଇସାରିଛନ୍ତି। ବର୍ତମାନ ଏହିସହର ର ଜନସଂଖ୍ୟା ୨୮ ହାଜର ରୁ ଉର୍ଦ୍ଧ ହୋଇଥିବା ବେଳେ ଏନ ଏ ସି ପରିସୀମା ମଧ୍ୟରେ ରହିଥିବା ୪ରୁ ୫ ଗୋଟି ଗ୍ରାମ ମିଶିଲେ ଲୋକସଂଖ୍ୟା ୩୫ହଜାର ରୁ ଉର୍ଦ୍ଧ ହେବ।ସରକାର ଇତି ମଧ୍ୟରେ ଅନେକ ଛୋଟ ସହରକୁ ମୁନ୍ସୀପାଲଟି ଘୋଷଣା କରିଥିଲେ ମଧ୍ୟ ଅଭିଭକ୍ତ କଳାହାଣ୍ଡି ଜିଲ୍ଲାର ଦ୍ୱିତୀୟ ଜନବହୁଳ ସହର ଜୁନାଗଡ଼ କୁ ବାଦ ଦେବା ପରିତାପର ବିଷୟ। ଅନ୍ୟ ପକ୍ଷରେ ବର୍ତ୍ତମାନର ଚିତ୍ରକୁ ଦେଖିଲେ ସାଧାରଣରେ ଆଶ୍ଚର୍ଯ୍ୟ ଲାଗେ ଯେ ଏନ୍‌ଏସି କାର୍ଯ୍ୟାଳୟର ଆରମ୍ଭରୁ ହିଁ ନିଜସ୍ୱ ଗୃହ ନାହିଁ। ପୂର୍ବରୁ ପଞ୍ଚାୟତ କାର୍ଯ୍ୟାଳୟ କୋଠାରେ ଦୀର୍ଘ ବର୍ଷ ହେଲା ଏନଏସି କାର୍ଯ୍ୟାଳୟ ଚାଲୁଥିଲା । ତେବେଏହି କୋଠା ମଧ୍ଯ ବିପଦସଙ୍କୁଳ ଅବସ୍ଥାରେ ରହିଥ‌ିବାରୁ ଗତ ୫ବର୍ଷ ହେଲା ସ୍ଥାନୀୟ ପାଠାଗାରରେ କାର୍ଯ୍ୟାଳୟ ଚାଲୁଛି।ଫଳରେ ସେତେବେଳଠୁ ପାଠାଗାର ଏକ ଛୋଟ କୋଠରୀରେ ଚାଲୁଛି। ଜୁନାଗଡ ଏନ୍‌ଏସି କାର୍ଯ୍ୟାଳୟ ୧୯୭୦ ମାର୍ଚ୍ଚ ୧୮ ତାରିଖରେ ସ୍ଥାପିତ ହୋଇଥିଲା। ସେତେବେଳଠୁ ପଞ୍ଚାୟତ କାର୍ଯ୍ୟାଳୟରେ ଏହି କୋଠା ଚାଲୁଥିଲା । ହେଲେ ଦୀର୍ଘବର୍ଷ ପରେ ଏହି କୋଠା ଶୋଚନୀୟ ହୋଇପଡିଥିଲା। କୋଠା ଛାତରୁ ସିମେଣ୍ଟ ଖଣ୍ଡଗୁଡିକ ପଡୁଥ‌ିବାବେଳେ ବର୍ଷାହେଲେ ପାଣି ଗଳୁଥିଲା। ଫଳରେ କାର୍ଯ୍ୟାଳୟ କର୍ମଚାରୀ ନିଜକୁ ନିରାପଦ ନ ଭାବି ପରିସରରେ ହୋଇଥୁବା ସ୍ଥାନୀୟ ପାଠାଗାରରେ କାର୍ଯ୍ୟାଳୟକୁ ପରିବର୍ତ୍ତିତ କରିଥିଲେ। ଏପଟେ ନୂତନ କାର୍ଯ୍ୟାଳୟ ପାଇଁ ଏନ୍‌ଏସିରୁ ସରକାରଙ୍କୁ ପ୍ରସ୍ତାବ ଯାଇଥିବା ଜଣାପଡିଛି। କିନ୍ତୁ ଗତ ୫ ବର୍ଷ ବିତିଯାଇଥିଲେ ମଧ୍ୟ ଏହାର କୌଣସି ନା ଗନ୍ଧ ଜଣାପଡିନାହିଁ। ଏ ନେଇଁ ଜୁନାଗଡ ଭାରପ୍ରାପ୍ତ  ନଗରପାଳ ହିମାଦ୍ରୀ ନାଏକଙ୍କୁ ପଚାରିବାରୁ ଏନଏସି କାର୍ଯ୍ୟାଳୟ ନିର୍ମାଣ ପାଇଁ ପ୍ରସ୍ତାବ ଯାଇଥିବା କଥା ଶୁଣିଥିଲି । ହେଲେ ଏ ପ୍ରର୍ଯ୍ୟନ୍ତ କିଛି ଅନୁଦାନ ଆସିନାହିଁ । ସେହିପରି ଦୀର୍ଘ ୫୫ବର୍ଷର ଜୁନାଗଡ ଏନଏସିକୁ ରାଜ୍ୟ ସରକାର ମ୍ୟୁନିସିପାଲିଟିରେ ଘୋଷଣା କରିବା କଥା ବୋଲି କହିଥିଲେ।

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

କାର୍ଲି ସ୍କୁଲରେ କ୍ଳଷ୍ଟର ସ୍ତରୀୟ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ସଭା 

masiha

ବୀରନରସିଂହପୁରରେ ଖୋଲିବ ନୂତନ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର

masiha

ଠିକାଦାର ଯନ୍ତ୍ରୀଙ୍କ ମଧୁଚନ୍ଦ୍ରିକା : ସ୍କୁଲର କୋଠା ସରିଲା ଵିଲ୍ ହେଲା ,ମାସକମଧ୍ୟରେ ଘର ଛାତରୁ ପାଣି ଗଳିଲା

Sunil Chandra Nayak

Leave a Comment

error: Content is protected !!