ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗୁଞ୍ଜାଇ ଟୁଡୁଙ୍କ  ଅନ୍ତୋଦୟ ଗୃହ ଯୋଜନା ସମ୍ପୂର୍ଣ୍ଣ କେବେ?

ଗୁଞ୍ଜାଇ ଟୁଡୁଙ୍କ  ଅନ୍ତୋଦୟ ଗୃହ ଯୋଜନା ସମ୍ପୂର୍ଣ୍ଣ କେବେ?

 ମୟୂରଭଂଜ-,୨୬/୧୦ —  ବନାଞ୍ଚଳ ପରିବେଷ୍ଟିତ ମୟୁରଭଞ୍ଜ ଜିଲ୍ଲାର ବିଜାତଳା ବ୍ଲକର ମାଣିକପୁର ଗ୍ରାମପଞ୍ଚାୟତର ବାନ୍ଧଗାଁ ଗ୍ରାମର ଗୁଞ୍ଜାଇ ଟୁଡୁଙ୍କ ନାମ ରେ ଆର୍ଥିକ ବର୍ଷ ୨୦୨୪-୨୦୨୫ରେ ଅନ୍ତୋଦୟ ଗୃହ ଯୋଜନାରେ ଗୃହ ନିର୍ମାଣ ପାଇଁ ବ୍ଲକ ତରଫରୁ ମଞ୍ଜୁର ହୋଇଥିଲା l ପ୍ରଥମ କିସ୍ତି ୪୦,୦୦୦ ହଜାର ଟଙ୍କା ପାଇ ନିଜେ ଗୃହ ନିର୍ମାଣ କରିଥିଲେ l ଦୁଃଖ ବିଷୟରେ ପ୍ରଥମ କିସ୍ତି ରେ ଯେତେ ନିର୍ମାଣ କରିବା କଥା ଗତଜୁନ ମାସ ନିର୍ମାଣ କରିଦେଇଛନ୍ତି l ଚାରି ମାସ ବିତିଗଲାଣି ଦ୍ୱିତୀୟ କିସ୍ତି ମିଳୁନି l ଦ୍ୱିତୀୟ କିସ୍ତି ପାଇଁ ପଂଚାୟତ ଏବଂ ବ୍ଲକ କାର୍ଯାଳୟ ଯାଇ ଯାଇ ନୟାନ୍ତ ହେଲେଣି lସୂଚନା ଥାଉକି ଯେ ୨୦୨୨ ମସିହା ଡିସେମ୍ବର ମାସ ରେ  ଗୁଞ୍ଜାଇ ଟୁଡୁ ଙ୍କ ବାସଗୃହ ରେ ରାତିରେ ଅଗ୍ନିକାଣ୍ଡ ଘଟିଥିଲା। ଅଗ୍ନିକାଣ୍ଡ ରେ ନଡ଼ା ଛପର ଘରେ ନିଆଁ ଲାଗି ଘର ଛପର ସମ୍ପୁର୍ଣ୍ଣ ପାଉଁଶ ହୋଇଯାଇଥିବା ବେଳେ ଘରେ ଥିବା ଅସବାବପତ୍ର ଧାନ ଚାଉଳ, ଗହଣାଗାଣ୍ଠି, ଲୁଗାପଟା,ନଗଦ ଅର୍ଥ ରାଶି, ଗୋଟିଏ ଛେଳି ସବୁ ପୋଡ଼ି ନଷ୍ଟହୋଇ ଯାଇଛି। ଖବର ପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଂଚି ନିଆଁ କୁ ଆୟତ କରିବା ସହ କ୍ଷୟକ୍ଷତି ଆକଳନ କରିଥିଲେ।ତତ୍କାଳୀନ ପାଟପୁର ରାଜସ୍ୱ ନୀରିକ୍ଷକ ଶିବଶଙ୍କର ନାୟକ ତଦନ୍ତ ପାଇଁ ଆସିଥିଲେ। ତାଙ୍କ ପରିବାରଙ୍କୁ ପଲିଥିନ ପ୍ରଦାନ କରିଥିଲେ। ସ୍ଥାନୀୟ ରାମଦୋଳି ଯୁବକ ସଂଘ ର ପ୍ରତିଷ୍ଠା ସୁରେନ୍ଦ୍ର ମୁଣ୍ଡା ଏବଂ ସଦସ୍ୟ ବୁଧୁରାମ ମୁଣ୍ଡା, ସୁନିତା ହାଁସଦା,ସୁକମଣୀ ହେମ୍ବ୍ରମ୍,କାରିଆ ମୁର୍ମୁ ଏବଂ ଛୋଟରାୟ ମୁର୍ମୁ ପ୍ରମୁଖ ପୀଡ଼ିତା ଘରେ ପହଞ୍ଚି ଶୁଖିଲା ଖାଦ୍ୟ,ତିରପାଲ୍ ପ୍ରଦାନ କରିଥିଲେ।

ମୟୂରଭଂଜ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ଅକ୍ଷୀତୃତୀୟା ଅବସର ରେ ଅକ୍ଷିମୁଠି ଅନୁକୁଳ କରି ବିଲରେ ହଳଵୁଲାଇଲେ ବିଧାୟକ ଧୃଵ ସାହୁ

masiha

ସାପ କାମୁଡାରେ ଅଙ୍ଗନୱାଡ଼ି ହେଲପର ଙ୍କ ମୃତ୍ୟୁ

masiha

ବାଲେଶ୍ୱରରେ ଗଡ଼ିଲା ଶିଶୁ ଶ୍ରମ ନିରାକରଣ ଓ ସଚେତନତା ରଥ

masiha

Leave a Comment

error: Content is protected !!