ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସଚ୍ଚିଦାନନ୍ଦ ସ୍ମୃତି ସମିତିର ଦ୍ବିଦିବସୀୟ ନବମ ବାର୍ଷିକ ଉତ୍ସବ 

ସଚ୍ଚିଦାନନ୍ଦ ସ୍ମୃତି ସମିତିର ଦ୍ବିଦିବସୀୟ ନବମ ବାର୍ଷିକ ଉତ୍ସବ 

କଳା ହେଉଛି କଳ୍ପନାର ଅନ୍ୟନାମ, ସବୁ କୀର୍ତ୍ତି ମଧ୍ୟରେ ଅକ୍ଷର ଶ୍ରେଷ୍ଠ: ଦାସ ବେନହୁର 

ରାଉରକେଲା: ସଚ୍ଚିଦାନନ୍ଦ ସ୍ମୃତି ସମିତି,ଛେଣ୍ଡ ତରଫରୁ ଦ୍ବିଦିବସୀୟ ନବମ ବାର୍ଷିକ ଉତ୍ସବ ଛେଣ୍ଡ ଚିନ୍ମୟ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ସଚ୍ଚିଦାନନ୍ଦ ସ୍ମାରକୀ ବକ୍ତୃତାମାଳା, ସାରସ୍ଵତ ସମାବେଶ, କାବ୍ୟ ଚର୍ଚ୍ଚା, କବିତା ମାଧୁର୍ଯ୍ୟ ଓ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଯାଇଛି। ପ୍ରାକ୍ତନ ପ୍ରଶାସକ ମହେନ୍ଦ୍ର କୁମାର ପଟ୍ଟନାୟକଙ୍କ ପୈ।ରହିତ୍ୟ ଓ ଆବାହିକା ଶର୍ମିଷ୍ଠା କବିଶତପଥୀ ଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ଶିକ୍ଷାବିତ୍ ତଥା ସାହିତ୍ୟିକ ଦାସ ବେନହୁର ବରେଣ୍ୟ ବକ୍ତା, କବି ରାଜୀବ ପାଣି ସମ୍ମାନିତ ବକ୍ତା ଭାବେ ଯୋଗଦେଇ ଆଲୋଚ୍ୟ ବିଷୟ ସର୍ଜନ ସୃଷ୍ଟିର ରହସ୍ୟ ସମ୍ପର୍କରେ ଆଲୋଚନା କରିଥିଲେ। ବରେଣ୍ୟ ବକ୍ତା ଶ୍ରୀ ବେନହୁର ତାଙ୍କ ବକ୍ତବ୍ୟରେ ଅମୃତ,ମୋକ୍ଷ, ସୃଷ୍ଟି,କ୍ରମ ବିବର୍ତ୍ତନ ଜୀବନ ସମ୍ପର୍କରେ ଆଲୋଚନା କରି କହିଲେ ଯେ ରହସ୍ୟର ଅନ୍ୟନାମ କୈ।ତୁହଳ, ରହସ୍ୟ ସରିଗଲେ ରଚନାତ୍ମକ ସରିଯାଏ, ସୃଷ୍ଟିର ୩ ପ୍ରକାର ଯଥା ପ୍ରବୃତ୍ତି ପ୍ରଣୋଦିତ, ଅନୁକରଣ ଆଧାରିତ ଓ ରଚନାତ୍ମକତା, ମଣିଷର ସାଂସ୍କୃତିକ ସୈ।ନ୍ଦର୍ଯ୍ୟବୋଧରୁ ସଂସ୍କୃତି ଆରମ୍ଭ,କଳା ହେଉଛି କଳ୍ପନାର ଅନ୍ୟନାମ, ସବୁ କୀର୍ତ୍ତି ମଧ୍ୟରେ ଅକ୍ଷର ହିଁ ଶ୍ରେଷ୍ଠ ତଥା ପ୍ରତ୍ୟେକ ସୃଷ୍ଟି ସାହିତ୍ୟ ଆଧାରିତ ବୋଲି ମତ ରଖିଥିଲେ। ପ୍ରଥମ ପର୍ଯ୍ୟାୟରେ ବ୍ରହ୍ମଚାରିଣୀ ପ୍ରତିଭା ଚୈତନ୍ୟ ଉଦ୍ଘାଟକ, ପ୍ରଫେସର ପାରେଶ୍ବର ବିଶ୍ବାଳ ମୁଖ୍ୟଅତିଥି ଓ ଶର୍ମିଷ୍ଠା କବିଶତପଥୀ ସଭାପତି ଭାବେ ଯୋଗଦେଇ ନବ୍ୟପିଢି ଓ ସାହିତ୍ୟ ସମ୍ପର୍କରେ ଆଲୋଚନା କରିଥିଲେ। ଏହି ଅବସରରେ ପୂର୍ବରୁ ଆୟୋଜିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ସେହିପରି ଅଭୟ ବିଶ୍ବାଳ ଓ ସୈ।ଦାମିନୀ ମୁଦାଲି ଙ୍କୁ ସଚ୍ଚିଦାନନ୍ଦ ଆଦର୍ଶ ଶିକ୍ଷକ ସମ୍ମାନ ୨୦୨୫ ଓ ସୁଶ୍ରୀ ସୋନୀ ପାତ୍ର ତଥା ଆଲେକ୍ସ ଲାଖୁଆଙ୍କୁ ମେଧାବୃତ୍ତି,୧୦ ହଜାର ନଗଦ ଅର୍ଥରେ ପୁରସ୍କୃତ କରାଯାଇଥିଲା।

   ଦ୍ବିତୀୟ ଦିବସରେ ପ୍ରାତଃ ସମାବେଶରେ ଇଂ ଅଜିତ୍ ମୋହନ ପୁଜାରୀଙ୍କ ପୈ।ରହିତ୍ୟରେ ଦାଶ ବେନହୁର ମୁଖ୍ୟ ଅତିଥି ଭାବେ ଯୋଗଦେଇ କାବ୍ୟ ଚର୍ଚ୍ଚା କରିଥିଲେ। ଏହି ଅବସରରେ ଶ୍ରୀ ବେନହୁର ଓ ସ୍ତମ୍ଭକାର ଭୂପେନ ମହାପାତ୍ରଙ୍କୁ ସଚ୍ଚିଦାନନ୍ଦ ସ୍ମୃତି ସାରସ୍ଵତ ସମ୍ମାନ ପ୍ରଦାନ କରାଯାଇଥିଲା।

ଦ୍ବିତୀୟ ପର୍ଯ୍ୟାୟରେ କାବ୍ୟାନ୍ବେଷଣ କାର୍ଯ୍ୟକ୍ରମରେ ଆଲୋଚ୍ୟ ପ୍ରସଙ୍ଗରେ ଡ ଅଶ୍ବିନୀ କୁମାର ରାୟ, ମୋନାଲିସା ମିଶ୍ର, କାଶୀନାଥ ନନ୍ଦୀ ଓ ଲକ୍ଷ୍ମୀ ନାରାୟଣ ହୋତା ଯୋଗଦେଇ ଆଧୁନିକ ଓଡ଼ିଆ ସାହିତ୍ୟରେ ପ୍ରବଣତା ସମ୍ପର୍କରେ ଆଲୋଚନା କରିଥିଲେ। ଅଧିବକ୍ତା ଭାବେ ଡ଼ଃ ମମତା ପ୍ରିୟଦର୍ଶିନୀ ସାହୁ ଯୋଗଦେଇଥିଲେ। ସେହିପରି କବିତା ମାଧୁର୍ଯ୍ୟ କାର୍ଯ୍ୟକ୍ରମରେ ବିଜୟଲକ୍ଷ୍ମୀ ପଟ୍ଟନାୟକଙ୍କ ସଂଯୋଜନାରେ ସଂସାର, ସଂଘାତ, ପ୍ରେମ, ମୃତ୍ୟୁ ଓ ମୋକ୍ଷ ସମ୍ପର୍କରେ ଆଲୋଚନା କରାଯାଇଥିଲା। ଏଥିରେ କବି ବିଜୟ ରାୟ, ମୀନକେତନ ପଶାୟତ,ଡା ଗୀତାଞ୍ଜଳି ପତ୍ରୀ, ତ୍ରିନାଥ ସିଂହ, ଅଙ୍ଗୁରବାଳା ପରିଡ଼ା ଯୋଗଦେଇ ବକ୍ତବ୍ୟ ରଖିଥିଲେ। କବିତା ପାଠୋତ୍ସବ କାର୍ଯ୍ୟକ୍ରମରେ ତ୍ରିଲୋଚନ ସ୍ବାଇଁ ଓ ଅଶୋକ ରାଉତଙ୍କ ସଂଯୋଜନା , ରଶ୍ମିବାଳା ରାଉତରାୟ ଙ୍କ ପୈ।ରହିତ୍ୟରେ ଡା କୃପାସିନ୍ଧୁ ନାୟକ ମୁଖ୍ୟଅତିଥି, ନୃସିଂହ ଚରଣ ବିଶ୍ବାଳ ସମ୍ମାନିତ ଅତିଥି ଭାବେ ଯୋଗଦେଇ ପ୍ରୀତି, ପ୍ରେମ ଓ ପ୍ରଣୟ ସମ୍ପର୍କରେ ଆଲୋଚନା ସହ କବିତା ପାଠ କରିଥିଲେ। କବିତା ପାଠୋତ୍ସବ କାର୍ଯ୍ୟକ୍ରମରେ ସର୍ବଶ୍ରୀ ବଳରାମ ରାଉଳ, ସୁନିଲ ମହାନ୍ତି, ଅଶୋକ ପଟ୍ଟନାୟକ, ନିରୁପମା ପତି, ରଶ୍ମି ସାହୁ, ଶ୍ରୀଧର ସୁନା, ସୁସ୍ମିତା ମହାପାତ୍ର, ସୁଶାନ୍ତ ନାୟକ, ଉପେନ୍ଦ୍ର ବସ୍ତିଆ, ଗୀତାରାଣୀ ବେହେରା, ମଞ୍ଜୁଳା ରଥ, ବିଜୟିନୀ ଜେନା, ବ୍ରହ୍ମାନନ୍ଦ ପାଢ଼ୀ,ଅଜୟ ମହାନ୍ତି, ସ୍ମିତା ମିଶ୍ର, ପ୍ରତାପ ପଣ୍ଡା, ପରେଶ ବିଶ୍ବାଳ,ବବି ମହାଳିକ ଓ ସଂଜୀବ ଭୋଇ ପ୍ରମୁଖ କବିତା ପାଠ କରିଥିଲେ। ଏହି ଅବସରରେ କବି ଅଶୋକ ରାଉତଙ୍କୁ ସଚ୍ଚିଦାନନ୍ଦ ସ୍ମୃତି ସେବା ସମ୍ମାନ ସହ ନଗଦ ୧୦ ହଜାର ଟଙ୍କା ପ୍ରଦାନ କରାଯାଇଥିଲା। 

କାର୍ଯ୍ୟକ୍ରମ ପରିଚାଳନାରେ ସମିତିର ସଭାପତି ଅରବିନ୍ଦ ମିଶ୍ର, ସଦସ୍ୟ ଶଙ୍କର ପ୍ରସାଦ ତ୍ରିପାଠି,ରାଜୀବ ପାଣି, ଆଲୋକ ମଲ୍ଲିକ, ନିହାରିକା ବସ୍ତିଆ, ଚିନ୍ମୟ ବିଦ୍ୟାଳୟ ର ଅନେକ ଶିକ୍ଷକ, ଶିକ୍ଷୟିତ୍ରୀ, ଓ ଅଫିସ କାର୍ଯ୍ୟକର୍ତ୍ତା ତଥା ଅନ୍ୟାନ୍ୟ କର୍ମଚାରୀ ପୂର୍ଣ୍ଣ ପ୍ରାଣ ରେ ସହଯୋଗ କରିଥିଲେ। ମୁଖ୍ୟତଃ ଅଶ୍ୱିନୀ ପ୍ରଧାନ, ପ୍ରମୋଦ ପ।ତ୍ର, ସୁଶ୍ରୀ ସଂଗୀତା ପାଣି, ସୁପ୍ରଭା ଦାସ, ଗୀତାଞ୍ଜଳି ଶତପଥି ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ରେ ଅନ୍ୟାନ୍ୟ ଶିକ୍ଷକ, ଶିକ୍ଷୟତ୍ରୀ କାର୍ଯ୍ୟକ୍ରମ କୁ ସଫଳ କରିଥିଲାବେଳେ ଶାଶ୍ଵତୀ ମହାପାତ୍ର ଓ ତମସା ପାତ୍ର ବିଭିନ୍ନ ସତ୍ର ସଂଯୋଜନା କରିଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ସର୍ବଭାରତୀୟ ସ୍ତରରେ ଗାନ୍ଧୀଜୀ ଙ୍କ ତିରୋଧାନ ଦିବସକୁ ସହିଦ ଦିବସ ଭାବେ ପାଳନ

Sunil Chandra Nayak

Demand for Arrest of Bank Manager After Tribal Man Allegedly Forced to Bring Exhumed Sister’s Remains to Claim ₹19,300 ex MP NIRANJAN BISHI

Sunil Chandra Nayak

ପର୍ଯ୍ୟଟନ ସ୍ଥଳୀ ଅଶୁରଘାଟୀ‌ ଜଳପ୍ରପାତକୁ ସ୍ବଚ୍ଛତା ଓ ପ୍ଳାଷ୍ଟିକ ବର୍ଜନ ନେଇ ସଚେତନତା

masiha

Leave a Comment

error: Content is protected !!