ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦୁର୍ନୀତି ନିବାରଣ ସପ୍ତାହ ପାଳନ ଅବସରରେ ସ୍ଵତନ୍ତ୍ର ଗ୍ରାମସଭା 

ଦୁର୍ନୀତି ନିବାରଣ ସପ୍ତାହ ପାଳନ ଅବସରରେ ସ୍ଵତନ୍ତ୍ର ଗ୍ରାମସଭା 

ଡାବୁଗାଁ, ୩୧/୧୦ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଳକ ଅଧୀନ ଜବାଗୁଡା ଓ ଜୁନାପାଣି ଗ୍ରାମ ପଞ୍ଚାୟତ କାର୍ଯ୍ୟ|ଳୟ ପରିସରରେ ଦୁର୍ନୀତି ନିବାରଣ ସପ୍ତାହ ପାଳନ ଅବସରରେ ସ୍ଵତନ୍ତ୍ର ଗ୍ରାମସଭା ଶୁକ୍ରବାର ଅନୁଷ୍ଠିତ ହୋଇଥିଲା | ଏଥିରେ ମୁଖ୍ୟ ଅତିଥି ଭାବେ ଜିଲା ଦୁର୍ନୀତି ନିବାରଣ କାର୍ଯ୍ୟ|ଳୟ ଡିଏସପି ଜୟଶ୍ରୀ ପ୍ରଧାନ ଯୋଗ ଦେଇ ଦୁର୍ନୀତି ନିବାରଣ ଉପରେ ବୁଝାଇବ ସହ ଲାଞ୍ଚ ଦେବା, ଲଞ୍ଚ ନେବା ଏକ ଦଣ୍ଡନୀୟ ଅପରାଧ ବୋଲି କହିଥିଲେ | ଯେଉ ଅଧିକାରୀ ଲାଞ୍ଚ ମାଗୁଥିଲେ ସେ ବିଷୟରେ ଦୁର୍ନୀତି ନିବାରଣ ବିଭାଗ କୁ ଜଣାଇବା ପାଇଁ ପରାମର୍ଶ ଦେଇଥିଲେ | ଏଥିରେ ବିଭାଗୀୟ ଇନିସ୍ପେକ୍ଟର ଭୀମସେନ ପୂଜାରୀ, ଏଏସଆଇ ସଞ୍ଜୟ କୁମାର ସାହୁ, ଜବାଗୁଡା ସରପଞ୍ଚ ଗୋମତୀ ଭତ୍ରା ଓ ଜୁନାପାଣି ସରପଞ୍ଚ ଦୟାନିଧି ଭତ୍ରା, ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରୀ ପଦ୍ମନାଭ ଭାଲ୍ଲା, ଜବାଗୁଡା ପଞ୍ଚାୟତ ନିର୍ବାହୀ ଅଧିକାରୀ କାମିନୀ ହରିଜନ ଓ ଜୁନାପାଣି ପଞ୍ଚାୟତ ନିର୍ବାହୀ ଅଧିକାରୀ ରୂପାଲୀ ମଣ୍ଡଳ, ଜବାଗୁଡା ଗ୍ରାମ ରୋଜଗାର ସେବିକା ପଦ୍ମାବତୀ ମାଝି, ଜୁନାପାଣି ଏଡିଇଓ ତୁଳାରାମ ଭତ୍ରା, ୨ ପଞ୍ଚାୟତର ୱାର୍ଡ ସଭ୍ୟା ସଭ୍ୟ, ଅଙ୍ଗନୱାଡି କର୍ମୀ, ଗ୍ରାମବାସୀ ମାନେ ଯୋଗ ଦେଇଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଜେପି ହୋଣ୍ଡା ସୋ’ରୁମ ପକ୍ଷରୁ ପଦର୍ଶିତ ହେଲା ହୋଣ୍ଡା ସାଇନ – ୧୦୦ ସିସି ବାଇକ

Sunil Chandra Nayak

ରାଇରଙ୍ଗପୁର ବ୍ଳକ ସ୍ତରୀୟ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ସହାୟତା ବଣ୍ଟନ ଶିବିରରେ ୪୮ ଲକ୍ଷ,୯୫ ହଜାର ଟଙ୍କାର ସହାୟତା ପ୍ରଦାନ 

masiha

ବରିଷ୍ଠ ସାମ୍ବାଦିକ ବିୟୋଗ ରେ ଶୋକ 

masiha

Leave a Comment

error: Content is protected !!