ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଶ୍ବ ହିନ୍ଦୁ ପରିଷଦ ପକ୍ଷରୁ ଗୋପାଷ୍ଟମୀ ଉତ୍ସବ ପାଳିତ

ବିଶ୍ବ ହିନ୍ଦୁ ପରିଷଦ ପକ୍ଷରୁ ଗୋପାଷ୍ଟମୀ ଉତ୍ସବ ପାଳିତ

କର୍ଲାମୁଣ୍ଡା, (ସୁଶାନ୍ତ ରଣା): କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ସରଗୁଲ ମାଲପଡା ପଞ୍ଚାୟତର ପୁଟିଗାଁ (ପୁରୁଣା ପଡା) ଠାରେ ଗୁରୁବାର ବିଶ୍ଵ ହିନ୍ଦୁ ପରିଷଦ ପକ୍ଷରୁ ଗୋପାଷ୍ଟମୀ ଉତ୍ସବ ସନ୍ଥ ଦେବାଦୀ ବାବାଙ୍କ ନେତୃତ୍ବରେ ମହା ସମାରୋହରେ ପାଳିତ ହୋଇଯାଇଛି l ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସରଗୁଲ ମାଲପଡା ପଞ୍ଚାୟତର ସରପଞ୍ଚ ବରୁଣ ଛତ୍ରିଆ, ଧର୍ମ ଜାଗରଣ ଜିଲ୍ଲା ପ୍ରମୁଖ ମୁରଲୀଧର ରଣା, କର୍ଲାମୁଣ୍ଡା ବ୍ଲକର ଗୋସେବା ପ୍ରମୁଖ ଗୋବିନ୍ଦ ଶଙ୍କର ସାହୁ, ସାମ୍ବାଦିକ ନବୀନ କିଶୋର ସାହୁ, ବଜରଙ୍ଗଦଳ ବ୍ଲକ ପ୍ରମୁଖ ସୁଶାନ୍ତ ମଲ୍ଲିକ, ବିଶ୍ଵ ହିନ୍ଦୁ ପରିଷଦ ଓଡ଼ିଶା ପଶ୍ଚିମ ପ୍ରାନ୍ତ ସତସଙ୍ଗ ପ୍ରମୁଖ ବୈଜୁ ମହାନନ୍ଦ, ଭକ୍ତ ରାମ ବଗର୍ତ୍ତି, ଭୁବନ ବାବା ସମ୍ମାନିତ ଅତିଥି ଭାବେ ଯୋଗଦେଇ ଗୋମାତାଙ୍କୁ ସେବା, ଆର୍ଥିକ, ସାମାଜିକ ଓ ଧାର୍ମିକ ଭାବନାର ବାର୍ତ୍ତା ଦେଇଥିଲେ I ମାଁ ମାନେ ଗୋମାତାଙ୍କୁ ଖାଦ୍ୟ ଫୁଲ ଚନ୍ଦନ ଲଗାଇ ପୂଜା କରିଥିଲେ I କାର୍ଯ୍ୟକ୍ରମରେ ଶତାଧିକ ଭକ୍ତ ଉପସ୍ଥିତ ଥିଲେ I

Related posts

ଯୋଡ଼ା ପୌରକାର୍ଯ୍ୟାଳୟ ପକ୍ଷରୁ ମହାପୁରୁଷଙ୍କ ପ୍ରତି ଏ କି ଭଳି ସମ୍ମାନ

masiha

ରୋଟାରୀ କ୍ଲବ ଭାଇବ୍ରାଣ୍ଟ ର ସମୀକ୍ଷା ବୈଠକ ଓ ବନ୍ଧୁମିଳନ କାର୍ଯ୍ୟକ୍ରମ 

Sunil Chandra Nayak

ସ୍ନାୟତ୍ତ ଶାସନ ଦିବସ ପାଳନ ଉପଲକ୍ଷେ ପ୍ରବନ୍ଧ ଓ ବକ୍ତୃତା ପ୍ରତିଯୋଗିତା

Sunil Chandra Nayak

Leave a Comment

error: Content is protected !!