ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଲିଭି ଯାଉଥିବା ଆକାଶ ଦୀପ କୁ ପୁଣି ତେଜିଲା ଶ୍ରୀ ଜଗନ୍ନାଥ ଟ୍ରଷ୍ଟ 

ଲିଭି ଯାଉଥିବା ଆକାଶ ଦୀପ କୁ ପୁଣି ତେଜିଲା ଶ୍ରୀ ଜଗନ୍ନାଥ ଟ୍ରଷ୍ଟ 

କଟକ: ଆମ ଉତ୍କଳ ଭୂଖଣ୍ଡ ରେ ପବିତ୍ର କାର୍ତ୍ତିକ ମାସ ରେ ଆକାଶ ଦୀପ ର ପରମ୍ପରା ରହିଛି l ପୂର୍ଣ୍ଣ ମାସ କାର୍ତ୍ତିକ ରେ ଆମ ଓଡିଶା ରେ ବିଭିନ୍ନ ଧାର୍ମିକ କାର୍ଯ୍ୟକ୍ରମ କରାଯଇଥାଏ l ଆକାଶ ଆମ ପାଇଁ ଛାତ ଅଟେ, କେବଳ କାର୍ତ୍ତିକ ମାସ ରେ ଆକାଶ ଦୀପ ଦ୍ୱାରା ଏହାର ପୂଜାର୍ଚନା କରାଯାଇଥାଏ l ସମୟ ବଦଳିଲାଣି, ଏବେ ଦୀପ ଜାଳିବା ବଦଳ ରେ ଲିଭାବାର ପରମ୍ପରା ବଢ଼ି ବଢ଼ି ଚାଲିଛି, ଯାହା କେନ୍ଦ୍ରାପଡ଼ା ସହରରେ ମଧ୍ୟ ଦେଖିବାକୁ ମିଳିଛି l ଆକାଶ ଦୀପ ପରମ୍ପରା ପ୍ରାୟ ମନ୍ଦିର ଓ ଧାର୍ମିକ ପୀଠ ରେ ଜଳାଯାଏ l କିଛି ମନ୍ଦିର ରେ ଏହି ପରମ୍ପରା କୁ ପାଳନ ନ ହେଉଥିବା ର ଖବର ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ର କର୍ମକର୍ତା ଙ୍କ ନିକଟରେ ପହଞ୍ଚିଥିଲା l ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ସବୁବେଳେ ସଂସ୍କୃତି ଓ ପରମ୍ପରା ର ବଜାୟ ପାଇଁ ପ୍ରାଧାନ୍ୟ ଦେଇଥାଏ l ଏହି ଖବର ଜାଣିବା ପରେ ଟ୍ରଷ୍ଟ ର କର୍ମକର୍ତା ଙ୍କ ଦ୍ୱାରା ମନ୍ଦିର ର ଅନ୍ତେବାସୀ ଙ୍କ ସମର୍ଥନ ରେ ପୁଣି ଥରେ ଆକାଶ ଦୀପ ଜଳି ଉଠିଥିଲା l ଯାହା ସହର ବାସୀ ଙ୍କ ମନ ରେ ଭକ୍ତି ର ଉନ୍ମାଦନା ଆଣିଦେଇଥିଲା l କିଛି କିଛି ବୟସ୍କ କହିଥିଲେ ଲିଭି ଯାଉଥିବା ଆକାଶ ଦୀପ ଜଗନ୍ନାଥ ଙ୍କ ପିଲାମାନେ ଜଳାଇଛନ୍ତି l ଏହି ବୟସ୍କ ମାନଙ୍କର ଆର୍ଶୀବାଦ ଆମ ଟ୍ରଷ୍ଟ ପାଇଁ କାର୍ତ୍ତିକ ମାସ ର ଫଳ ବୋଲି ଟ୍ରଷ୍ଟ ର ଗୁରୁଜନ ପ୍ରମୋଦ ନାୟକ କହିଛନ୍ତି l ଆଜି ର କାର୍ଯ୍ୟକ୍ରମ ରେ ଟ୍ରଷ୍ଟ ର ସଭାପତି ଦମନ ମହାନ୍ତି, ଭାବଗ୍ରାହୀ ସାହୁ, ମନୋଜ ରାଉତ, ନିଗମ ସାହୁ, କମଳାକାନ୍ତ ବରାଳ, ବରଦାକାନ୍ତ ବରାଳ, ପ୍ରତାପ ସାମନ୍ତରାୟ,ଚଗଲା ନନା, ଟୁଲୁ ନନା, ରାଜା,ରୋଶନ, ବଦ୍ରି ଓ ଓମ କୁମାର ରହି କାର୍ଯ୍ୟକ୍ରମ କୁ ସଫଳ କରାଇଥିଲେ l 

ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍ 

Related posts

ଡାକ୍ତରଖାନା କିରାଣୀ ଦୀର୍ଘ ଦିନ ହେବ ଗାଏବ ହଇରାଣ ରେ କର୍ମଚାରୀ

Sunil Chandra Nayak

ମଧୁମିତା ମିଶ୍ର ଙ୍କ ସୋନେଟ ଚଳନ୍ତା ଦିଅଁ

Sunil Chandra Nayak

ଶ୍ରାବଣ ମାସର ସୋମବାର ରେ ଆଖଣ୍ଡଳମଣିଙ୍କର ବିଶେଷ ପୂଜା

Sunil Chandra Nayak

Leave a Comment

error: Content is protected !!