ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମେଧାଅନ୍ବେଷଣ ପ୍ରତିଯୋଗିତାରେ ଏକାଧିକଙ୍କୁ ମିଳିଛି ପ୍ରଥମ ସ୍ଥାନ

ମେଧାଅନ୍ବେଷଣ ପ୍ରତିଯୋଗିତାରେ ଏକାଧିକଙ୍କୁ ମିଳିଛି ପ୍ରଥମ ସ୍ଥାନ

ଖଇରା,୦୬/୧୧/୨୫- ଗତ ତା ୧୯/୧୦/୨୫ ଏବଂ ୨୬/୧୦/୨୫ ରିଖରେ ” ମୋ ଅନୁଷ୍ଠାନ ” ହ୍ଵାଟ୍ସଆପ୍ ଗୃପରେ ହୋଇଥିବା ମେଧାଅନ୍ବେଷଣ ପ୍ରତିଯୋଗିତାରେ ଏକାଧିକ ପ୍ରତିଯୋଗୀଙ୍କୁ ମିଳିଛି ପ୍ରଥମ ସ୍ଥାନ । ମୋଟ ୧୦ ଗୋଟି ପ୍ରଶ୍ନକୁ ୧୦ ମାର୍କ ଥିଲା । ଏହି ପରିପ୍ରେକ୍ଷୀରେ ୧୯ ତାରିଖ ଫଳାଫଳରେ ଶାନ୍ତିଲତା ରଣା, ଯାଜପୁର, ଅଲିଭା ଘୋଷ, ବାଲେଶ୍ଵର, ବବୁଲୁ ବାଘ, ଅନୁଗୋଳ, ସଂଯୁକ୍ତା ସାହୁ, ଜଗତସିଂହପୁର, ଶେଖ୍ ମୁନ୍ ତାଜ୍ ଖାତୁନ୍, ବରଗଡ଼ ୮ ମାର୍କ ଲେଖାଏଁ ରଖି ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ୨୬ ତାରିଖ ଫଳାଫଳରେ ସୁବର୍ଣ୍ଣା ମାଝୀ, ଭଦ୍ରକ, ନିବେଦିତା ପଣ୍ଡା, ସୁନ୍ଦରଗଡ଼, ପ୍ରିୟମ୍ବଦା ରାଉତ, ମାଲକାନଗିରି ୬ ମାର୍କ ଲେଖାଏଁ ରଖି ପ୍ରଥମ ସ୍ଥାନ ଅଧିକାର କରି ନିଜକୁ ଗୌରବାନିତ୍ବ ମନେକରିଛନ୍ତି । ୨ଟି ପର୍ଯ୍ଯାୟରେ ମୋଟ ୩୦ ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ । ସମସ୍ତ ପ୍ରତିଯୋଗୀ ମାନଙ୍କୁ ମୋ ଅନୁଷ୍ଠାନ ପରିବାର ତରଫରୁ ଶୁଭେଚ୍ଛା ଓ ଅଭିନନ୍ଦନ ଜ୍ଞାପନ କରାଯାଇଛି । ମନରେ ଆଗ୍ରହ ଓ ଇଚ୍ଛାଶକ୍ତି ଥିଲେ ଶୀର୍ଷ ସ୍ଥାନରେ ପହଂଚିବା ସମ୍ଭବ ହୋଇଥାଏ । ତେଣୁ ଫଳାଫଳରେ କେହି ମନଦୁଃଖ କରନ୍ତୁ ନାହିଁ, ଅଂଶ ଗ୍ରହଣ କରିଚାଲନ୍ତୁ ଦିନେ ନା ଦିନେ ସ୍ଥାନ ଅଧିକାର କରିବାରେ ସକ୍ଷମ ହେବେ ଏଥିରେ ସନ୍ଦେହ ନାହିଁ, ଯାହା ସଭାପତି କୁଞ୍ଜଲତା ମାହୁଁନ୍ତ ଓ ସମ୍ପାଦକ ନରେନ୍ଦ୍ର ପ୍ରସାଦ ବେହେରା ସମସ୍ତ ପ୍ରତିଯୋଗୀ ମାନଙ୍କୁ ପରାମର୍ଶ ଦେଇଛନ୍ତି । ସମସ୍ତ ଉତ୍ତର ଗୁଡିକୁ ସମୀକ୍ଷା କରିଥିଲେ ଅପରାଜିତା ରଥ, ଭଦ୍ରକ, ତାଙ୍କୁ ସହଯୋଗ କରିଥିଲେ ତାଙ୍କର କୁନି ପ୍ରତିଭା ଝିଅ ସାଇ ସମୀକ୍ଷା ରଥ, ଯିଏକି ଆସନ୍ତା ତା ୨୭/୧୨/୨୦୨୫ ରିଖ ଶନିବାର ଅନୁଷ୍ଠାନର ୬ଷ୍ଠ ବାର୍ଷିକ ଉତ୍ସବରେ ରୂପା ମୁକୁଟ ପାଇବାକୁ ଯାଉଛନ୍ତି । ଭଗବାନ କୁନି ଝିଅ ସାଇ ସମୀକ୍ଷାର ଚଲାପଥ କୁସୁମିତ କରନ୍ତୁ, ଜୟ ଜଗନ୍ନାଥ ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଖଡିଆଳ ମହୋତ୍ସବ ୨୦୨୬ ପାଳନ ନେଇ ଶାନ୍ତି କମିଟି ବୈଠକ, ପୋଲିସ ଆରକ୍ଷୀ ଅଧିକ୍ଷକ ଙ୍କ ଉପସ୍ଥିତି ରେ ସୁରକ୍ଷା ବ୍ୟବସ୍ଥା ନେଇ ସମୀକ୍ଷା

Sunil Chandra Nayak

BIKAS PADHI ENTERS ETERNITY 

Sunil Chandra Nayak

ଧର୍ମଗଡ଼ ମହିଳା କଲେଜରେ ସାଇବର ଆଇନ ସଚେତନତା କାର୍ଯ୍ୟକ୍ରମ

masiha

Leave a Comment

error: Content is protected !!