ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜମ୍ବୁଦ୍ବୀପ ରେ ବୋଇତ ବନ୍ଦାଣ ଉତ୍ସବ 

ଜମ୍ବୁଦ୍ବୀପ ରେ ବୋଇତ ବନ୍ଦାଣ ଉତ୍ସବ 

ରାଉରକେଲା/ କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ ର ଜମ୍ବୁ ନିକଟସ୍ଥ ବାହାକୁଦ ଘାଟ ଠାରେ ପ୍ରଥମ ଥର ପାଇଁ କୈବର୍ତ୍ତ ସମାଜ କେନ୍ଦ୍ରାପଡ଼ା ଓ ଆୟୋଜକ ରାଜକିଶୋର ମହାପାତ୍ରଙ୍କ ସଭାପତିତ୍ବ ଓ ନାରାୟଣ ବେହେରାଙ୍କ ସଂଯୋଜନାରେ ଆୟୋଜିତ ବୋଇତ ବନ୍ଦାଣ ଉତ୍ସବ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ବିଶିଷ୍ଟ ଶିକ୍ଷାବିତ୍ ତଥା ସମାଜ ସଂସ୍କାରକ ଡ ଗନ୍ଧର୍ବ ବେହେରା, ମୁଖ୍ୟବକ୍ତା ଭାବେ ନିଖିଳ ଓଡ଼ିଶା କୈବର୍ତ୍ତ ମହାସଭାର ସଭାପତି ପ୍ରଫେସର ଡକ୍ଟର ଦେବେନ୍ଦ୍ର କୁମାର ବେହେରା, ସମ୍ମାନିତ ଅତିଥି ଭାବେ ଐତିହାସିକ ଅମୀୟ ପଟ୍ଟନାୟକ, ପ୍ରଫେସର ଶୁଭ୍ରାଂଶୁ ବେହେରା, ଶ୍ରୀମତୀ ମଞ୍ଜୁ ରାୟ ପ୍ରମୁଖ ଯୋଗଦେଇ କାର୍ତ୍ତିକ ପୂର୍ଣ୍ଣିମାର ମାହାତ୍ମ୍ୟ ଓ ବୋଇତ ବନ୍ଦାଣ ପରମ୍ପରା ସମ୍ପର୍କରେ ଆଲୋଚନା କରିଥିଲେ। ମୁଖ୍ୟଅତିଥି ଡ ନାୟକ ଜମ୍ବୁଦ୍ବୀପ କୁ ଆର୍ଯ୍ୟବର୍ତ୍ତ ର ସ୍ଥାନ ସହ ପୁରାଣ ଉପନିଷଦ, ମୁଖ୍ୟବକ୍ତା ପ୍ରଫେସର ଡ ବେହେରା ଏହି ଦ୍ଵୀପ ର ମାହାତ୍ମ୍ୟ ତଥା ସାରଳା ମହାଭାରତରେ ରେ ଏହାର ଗୁରୁତ୍ଵ, ଐତିହାସିକ ଶ୍ରୀ ପଟ୍ଟନାୟକ ସାଧବ ପୁଅଙ୍କ ସମ୍ପର୍କରେ ଆଲୋଚନା କରିବା ସହ ଆଗାମୀ ଦିନରେ ଏଭଳି କାର୍ଯ୍ୟକ୍ରମକୁ ବଜାୟ ରଖିବା ପାଇଁ ପରାମର୍ଶ ଦେଇଥିଲେ। ସେହିପରି ସମ୍ମାନିତ ଅତିଥି ପ୍ରଫେସର ବେହେରା ବୋଇତ ବନ୍ଦାଣର ଇତିହାସ, ଐତିହ୍ୟ ଓ ତଅପୋଇ ସମ୍ପର୍କରେ, ଶ୍ରୀମତୀ ରାୟ କୈବର୍ତ୍ତ ଜାତିକୁ ନେଇ ମହାଭାରତ ରାମାୟଣ ର ତର୍ଜମା କରିଥିଲେ। ସଭାପତି ଶ୍ରୀ ମହାପାତ୍ର ବାହାକୁଦ ତଥା ଜମ୍ବୁଦ୍ବୀପ ର ବିଶେଷତ୍ଵ ଉପରେ ଆଲୋଚନା କରିଥିଲେ। ସଂଯୋଜକ ଶ୍ରୀ ବେହେରା ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲାବେଳେ କୈବର୍ତ୍ତ ମହାସଭାର ଉପସଭାପତି ଇଂ ବିଷ୍ଣୁଚରଣ ବେହେରା କାର୍ଯ୍ୟକ୍ରମ ପରିଚାଳନାରେ ସକ୍ରିୟ ସହଯୋଗ କରିଥିବା ଯୁବ ବନ୍ଧୁ ତଥା କାର୍ଯ୍ୟକ୍ରମର ସଫଳତା ପାଇଁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଅଭାବନୀୟ ଚିତ୍ର… ପରିବାରର ୬ ଜଣ ଙ୍କ ମଧ୍ୟରୁ ୪ ଜଣ ପୁରୁଷ ଲୋକ ଦିବ୍ୟାଙ୍ଗ

masiha

ବନ୍ଧୁଗାଁରେ ସାଂସଦ ଙ୍କ ପ୍ରଥମ ଗସ୍ତ ସ୍ବାଗତ ସମ୍ଭର୍ଦ୍ଧନା କାର୍ଯ୍ୟକ୍ରମ 

masiha

ବଡଓଲମା ଓ ଘୋଡାଖୁଣ୍ଟା ଗ୍ରାମ ପଞ୍ଚାୟତ ରେ ଆମ ଓଡିଶା ନବୀନ ଓଡିଶା ସଚେତନତା କାର୍ଯ୍ୟକ୍ରମ 

masiha

Leave a Comment

error: Content is protected !!