ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗତ ଅକ୍ଟୋବର ୨ ତାରିଖ ବର୍ଷା ଯୋଗୁଁ ବଢ଼ି ପାଣି ରେ ଭାସି ଯାଇଥିବା ମୃତ୍ୟୁ ଶରୀର ସନ୍ଧେହ ରେ ଏକ ଶବ ଉଦ୍ଧାର

ଗତ ଅକ୍ଟୋବର ୨ ତାରିଖ ବର୍ଷା ଯୋଗୁଁ ବଢ଼ି ପାଣି ରେ ଭାସି ଯାଇଥିବା ମୃତ୍ୟୁ ଶରୀର ସନ୍ଧେହ ରେ ଏକ ଶବ ଉଦ୍ଧାର

ଥୁଆମୂଲ ରାମପୁର ୬/୧୧, ଥୁଆମୂଲ ରାମପୁର, କର୍ଲାପାଟ ପଞ୍ଚାୟତ ସେମେଲପଦର୍ ନାଲା ରେ ଗତ ଅକ୍ଟୋବର ୨ ତାରିଖ ରେ ବାଇକ୍ ଯୋଗେ ଗୁଣପୁର ରୁ ଭବାନୀପାଟଣା ଯାଉଥିବା ସମୟରେ ବଢ଼ି ପାଣିରେ ଭାସି ଯାଇଥିଲେ ଦୁଇ ଭାଇ । ସେ ଦୁହେଁ ହେଲେ ଦୁଇ ଭାଇ ଜଣେ ସାନ ଭାଇ ପ୍ରଦୀପ କୁମାର ଦାସ ଗୁଣପୁର ପଞ୍ଚାୟତ ହାଡଖୁର୍ସି ସ୍କୁଲ ର କାର୍ଯ୍ୟରତ ଶିକ୍ଷକ ଓ ତାଙ୍କ ବଡ଼ଭାଇ ଦିଲ୍ଲୀପ କୁମାର ଦାସ ଅବସର ପ୍ରାପ୍ତ ଶିକ୍ଷକ। ଭାସିଗଲା ପରେ ଦିନକ ପରେ ପ୍ରଦୀପ ଦାସ ର ମୃତ୍ୟୁ ଶରୀର ଓ ବାଇକ୍ ମିଳିଥିବା ବେଳେ ଦିଲୀପ ଦାସ ର କୌଣସି ପର୍ତା ମିଳିପାରି ନ ଥିଲା। ବାରମ୍ବାର ଏକ ସପ୍ତାହ, ପୋଲିସ, ଫାୟାର, ଫରେଷ୍ଟ, ଓଡ୍ରାଫ୍ଟ , ଟିମ୍ ସମସ୍ତେ ମିଶି ଖୋଜାଖୋଜି କଳାପରେ ମଧ୍ୟ କୌଣସି ଖୋଜ ଖବର ପାଇ ପାରି ନ ଥିଲେ । ଗତ ୨ ତାରିଖ ରୁ ଆଜି ହେଲେ ମାସେ ତିନିଦିନ ହେଲା ସେମେଲପଦର ଗ୍ରାମ ପାଖରୁ ଭାସିଯାଇଥିବା ସ୍ଥାନରୁ ପ୍ରାୟ ଛଅ କିମି ଦୂରରେ ଥିବା ଘୁସୁରିଗୁଡ଼ି ଜଳପ୍ରପାତ ପାଖରେ ଏକ ମୃତ୍ୟୁ ଶରୀର ଭାଷୀଯାଇ ଅଟକି ରହିଥିବା ଖବର ପାଇ ଚିହ୍ନଟ କରିବା ପାଇଁ କର୍ଲାପାଟ ପୋଲିସ କର୍ମକର୍ତ୍ତା , କର୍ଲାପାଟ ସରପଞ୍ଚ, ଅଞ୍ଚଳର ଶିକ୍ଷକ ସଂଘ ର କର୍ମଚାରୀ , ସ୍ଥାନୀୟ ସମାଜସେବୀ ଏବଂ ଆଗରୁ ଭାସି ଯାଇଥିବା ଦିଲ୍ଲୀପ ଦାସ ଙ୍କ ପୁଅ ମାନଙ୍କ ସାଙ୍ଗରେ ଯାଇ ସମସ୍ତଙ୍କ ଉପସ୍ଥିତି ରେ ଶବ ଚିହ୍ନଟ ପ୍ରକ୍ରିୟା କରାଯାଇଥିଲା। ସମସ୍ତଙ୍କ ଉପସ୍ଥିତି ରେ କର୍ଲାପାଟ ଥାନା ପକ୍ଷରୁ UD କେସ ନଂ ୫/୨୫ କରି ନାଳରୁ କାଢି ୩ କିମି ଜଙ୍ଗଲ ଓ ପାହାଡ ପାହାଡ଼ କୁ ଅତିକ୍ରମ କରି ବହୁ କଷ୍ଟରେ ପୋଲିସ କର୍ମଚାରୀ ବୋହି ଆଣି ଆମ୍ବୁଲାନ୍ସ ଯୋଗେ ଭବାନୀପାଟଣା ମୁଖ୍ୟ ଡାକ୍ତରଖାନା କୁ ପୋଷ୍ଟମଡ଼ମ୍ ପାଇଁ ନିଆଯାଇଛି । ମୃତ୍ୟୁ ଶରୀର ର ଗଠନ ଓ ଉଚ୍ଚତା ଦେଖି ଦିଲ୍ଲୀପ ଦାସଙ୍କ ତାଙ୍କ ପରିବାର କହୁଛନ୍ତି ଏହା ତାଙ୍କର ବୋଲି କିନ୍ତୁ ପୋଷ୍ଟମାଡମ୍ ପରେ ସବୁ ଜଣା ପଡ଼ିବ ।

ଥୁଆମୂଲ ରାମପୁର ରୁ ରବି ନାରାୟଣ ସିଂହ ମସିହା ନିୟୂଜ।

Related posts

ଅଲ୍ ଓଡ଼ିଶା ସିଡୁଲ୍ଡ କାଷ୍ଟ ଫେଡରେସନର ସଚେତନତା କାର୍ଯ୍ୟକ୍ରମ 

masiha

ସମ୍ରାଟ କଲେଜର ମନୋମୁଖୀ; ଛାତ୍ର ପରୀକ୍ଷା ଦେବାରୁ ବଞ୍ଚିତ 

Sunil Chandra Nayak

ବନାଞ୍ଚଳ ସ୍ତରୀୟ ଜଙ୍ଗଲ ନିଆଁ ନିବାରଣ ସଚେତନତା ଉପଲକ୍ଷେ ରାୟଗଡ ବନାଞ୍ଚଳ ତରଫରୁ ମୋଟର ସାଇକେଲ ର।ଲି

masiha

Leave a Comment

error: Content is protected !!