ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପରଜଙ୍ଗ ବଜାରରେ ହାତୀ,ଭୟର ବାତାବରଣ 

ପରଜଙ୍ଗ ବଜାରରେ ହାତୀ,ଭୟର ବାତାବରଣ 

କାମାକ୍ଷାନଗର (ମନିସ)7/11/25 —  ପରଜଙ୍ଗ ବନଖଣ୍ଡ ମହାବିରୋଡ ରେଞ୍ଜ ଡିହଡୋଳ ଫରେଷ୍ଟ ସେକ୍ସନ ଅଧୀନ ପରଜଙ୍ଗ ବଜାର ଭିତରେ ୩ ଟିକିଆ ହାତୀଙ୍କ ପ୍ରବେଶକୁ ନେଇ ଅଞ୍ଚଳରେ ଭୟର ବାତାବରଣ ଦେଖାଦେଇଛି। ସୂଚନା ଅନୁଯାୟୀ,ବୁଧବାର ବିଳମ୍ବିତ ରାତିରେ ୨ଟି ଦନ୍ତା ଏବଂ ଗୋଟିଏ ମାଈ ହାତୀ ପରଜଙ୍ଗ ବଜାରରେ ପ୍ରବେଶ କରିଥିଲେ। ଗ୍ରାମରେ ଡ୍ରାମା ହେଉଥିବାରୁ ଲୋକେ ଚଳପ୍ରଚଳ ହେଉଥିଲେ। ଫଳରେ କିଛି ଲୋକ ହାତୀ ବୁଲୁଥିବା ଦେଖି ତୁରନ୍ତ ବନବିଭାଗକୁ ଖବର ଦେଇଥିଲେ । ଖବର ପାଇ ଡିହଡୋଳ ଫରେଷ୍ଟର ଏବଂ ହାତୀ ସ୍ପାଡ୍ ପହଞ୍ଚି ବଜାରରୁ ହାତୀଗୁଡିକୁ ଘଉଡ଼ାଇଥିଲେ। ହାତୀମାନେ ନିକଟସ୍ଥ ବାରବାଙ୍କ ସଂରକ୍ଷିତ ଜଙ୍ଗଲକୁ ଚାଲି ଯାଇଥିବାବେଳେ ପୁଣି ସେହି ୩ ଟିକିଆ ହାତୀପଲ ଧାନ କ୍ଷେତରେ ପଶି ବ୍ୟାପକ ଫସଲ ନଷ୍ଟ କରିଥିବା ଦେଖିବାକୁ ମିଳିଛି। ପରଜଙ୍ଗ ଗ୍ରାମର ବନଲତା ମହାନ୍ତିଙ୍କ ଘର ପାଖ ବଗିଚାରେ ପଶି କଦଳୀ,ନଡ଼ିଆ,ଆମ୍ବ,ପିଜୁଳି ଓ ଧାନ ଫସଲକୁ ନଷ୍ଟ କରିଥିବା ଅଭିଯୋଗ ହୋଇଛି। ବନ ବିଭାଗ ଟିମ୍ ପହଞ୍ଚି କ୍ଷତିପୂରଣ ଆକଳନ କରିବା ସହ ଚାଷୀଙ୍କୁ ସହାୟତା ଯୋଗାଇ ଦେବାକୁ ଦାବି ହୋଇଛି । ଡିହଡୋଳ ଫରେଷ୍ଟର ଚନ୍ଦ୍ରଶେଖର ବେହେରା କହିଛନ୍ତି,୩ଟି ହାତୀ ହଠାତ୍ ଗୋଠ ଛାଡ଼ି ଆସିଥିବା ଅନୁମାନ କରାଯାଉଛି। ଦିନ ସମୟରେ ବାରବାଙ୍କ ସଂରକ୍ଷିତ ଜଙ୍ଗଲରେ ଥିବାରୁ ସେଠାରେ କର୍ମଚାରୀ ଜଗି ରହିଛନ୍ତି ।

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ରାଇରଙ୍ଗପୁର ତହସିଲ ପକ୍ଷରୁ ୨୮ ଭୂମିହୀନଙ୍କୁ ଉପଜିଲ୍ଲାପାଳଙ୍କ ଦ୍ଵାରା ପଟ୍ଟା ବଣ୍ଟନ 

masiha

ରାଉରକେଲା ପାନପୋଷ ରୋଡର ମାଆ ତାରିଣୀଙ୍କ ୪୭ତମ ଜନ୍ମବାର୍ଷିକୀ ଓ ଅଷ୍ଟ ପ୍ରହରୀ ନାମଯଜ୍ଞ

Sunil Chandra Nayak

ଶିକ୍ଷକ ଯୋଗାଣ ଦାବୀ ରେ ଧାରଣା ତେନ୍ତୁଳିଆପଡ଼ା ସ୍କୁଲ ଗେଟ ରେ ପଡିଲା ତାଲା

masiha

Leave a Comment

error: Content is protected !!