ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧର୍ମଗଡ ତାଲୁକ ଆଇନ ସେବା ସମିତି ତରଫରୁ ଜାତୀୟ ଆଇନ ସେବା ଦିବସ

ଧର୍ମଗଡ ତାଲୁକ ଆଇନ ସେବା ସମିତି ତରଫରୁ ଜାତୀୟ ଆଇନ ସେବା ଦିବସ

ତାଲୁକ ଆଇନ ସେବା ସମିତି ଧର୍ମଗଡ ପକ୍ଷରୁ ସ୍ଥାନୀୟ ଆକାଶ ହାୟର ସେକାଣ୍ଡାରୀ ସ୍କୁଲ ଅଫ ସାଇନ୍ସ ଠାରେ ଭାରପ୍ରାପ୍ତ ତାଲୁକ ଆଇନ ସେବା ସମିତିର ଅଧ୍ୟକ୍ଷ୍ୟା ପି. ଶୀତାଲକ୍ଷ୍ମୀ ଙ୍କ ଅଧ୍ୟକ୍ଷତା ରେ ଜାତୀୟ ଆଇନ ସେବା ଦିବସ ପାଳିତ ହୋଇଯାଇଛି। ଏହି ପରିପେକ୍ଷୀ ରେ ଏକ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇ ଯାଇଛି I ଏହି କାର୍ଯ୍ୟକ୍ରମ ରେ ସମ୍ନାନିତ ଅତିଥି ଭାବରେ, ବରିଷ୍ଠ ଆଇନଜୀବି ଚିନ୍ତାମଣି ପାତ୍ର, ସରକାରୀ ଓକିଲ ଧୀରେନ୍ଦ୍ର ନାଥ ପାତ୍ର , ରିଟେନର କମଳିନୀ ରଥ, ବରିଷ୍ଠ ଓକିଲ ତଥା ତାଳୁକ ଆଇନ ସେବା ସମିତି ର ପାନେଲ ଓକିଲ ହରିଶ ଚନ୍ଦ୍ର ବାଗ, ଉକ୍ତ ମହାବିଦ୍ୟାଳୟ ର ଅଧ୍ୟକ୍ଷ୍ୟ ଆଶିଷ କୁମାର ଦାସ ପ୍ରମୁଖ ମଞ୍ଚାସିନ ଥିଲେ । ଏହି ଅବସରରେ ତାଳୁକ ଆଇନ ସେବା ସମିତି ର ଅଧ୍ୟକ୍ଷ୍ୟା ଶ୍ରୀମତୀ ଶୀତଲକ୍ଷ୍ମୀ ଆଇନ ସେବା କଣ, କେଉଁ ବର୍ଗର ଲୋକମାନେ ମାଗଣା ଆଇନ ସେବା ପାଇପାରିବେ, ଲୋକ ଅଦାଲତ କଣ ଓ ଏହାର ଉଦ୍ୟେଶ ତଥା ମଧ୍ୟସ୍ଥତା ଦ୍ୱାରା କିଭଳି ସମୟ ଅପଚୟ ଏବଂ ଆର୍ଥିକ ଖର୍ଚ୍ଚ ରୁ ରକ୍ଷ୍ୟା ପାଇପାରିବେ ତାହା ବୁଝାଇ ଥିଲେ। ଏହା ସହିତ ସମାଜ ରେ ଆଇନ ସଚେତନତା ର ଗୁରୁତ୍ୱପୂର୍ଣ ଭୂମିକା ଉପରେ ଆଲୋକପାତ କରିଥିଲେ।ଏହି ଅବସରରେ ସରକାରୀ ଓକିଲ ଶ୍ରୀ ପାତ୍ର ଉପରୋକ୍ତ ବିଷୟ ଗୁଡିକରେ ଦୃଷ୍ଟିଗୋଚର କରିବା ସହିତ ସେ ତାଙ୍କ ଅଭିଜ୍ଞତା ରୁ ଶୁଣାଣି କରିଥିବା କେତୋଟି ମକଦ୍ଧମା ର ଉଦାହରଣ ଦେଇ ଶ୍ରୋତାଗଣ କୁ ବୁଝାଇଥିଲେ।ଉକ୍ତ ମହାବିଦ୍ୟାଳୟ ର ଅଧ୍ୟାପିକା ପ୍ରେମାଞ୍ଜଳି ଶବର ସଭା କୁ ପରିଚାଳନା କରିଥିଲେ ଏବଂ ଅଧ୍ୟକ୍ଷ୍ୟ ଆଶିଷ କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ଏନଆଇଟି ର ବିଂଶତମ ଦୀକ୍ଷାନ୍ତ ସମାରୋହ

Sunil Chandra Nayak

ପୈାରପାଳିକା ପକ୍ଷରୁ ଉଠା ଦୋକାନୀଙ୍କୁ  ସ୍ବଚ୍ଛ ସାଥିମାନଙ୍କ ଦ୍ବାରା ସଚେତନତା କାର୍ଯ୍ୟକ୍ରମ

Sunil Chandra Nayak

ଯାଦବ ବୁଦ୍ଧିଜୀବୀ ମଞ୍ଚ ଓଡିଶାର ନୂଆଖାଇ ଭେଟଘାଟ ତଥା ୨ୟ ପ୍ରତିଷ୍ଠା ଦିବସ ମହାସମାରୋହରେ ପାଳିତ 

masiha

Leave a Comment

error: Content is protected !!