ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସାଇ ସତ୍ୟନାରାୟଣ ବ୍ରତ କଲେ ୧୦୮ ଦମ୍ପତି 

ସାଇ ସତ୍ୟନାରାୟଣ ବ୍ରତ କଲେ ୧୦୮ ଦମ୍ପତି 

ଢେଙ୍କାନାଳ (ମନିସ)12/11/25 — ସାଇ ସତସଙ୍ଗ ସେବା ଟ୍ରଷ୍ଟ ଆନୁକୂଲ୍ୟରେ ୩ଦିନ ବ୍ୟାପୀ ଚାଲିଥିବା ବାର୍ଷିକ ଉତ୍ସବ ସୋମବାର ଉଦ୍‌ଯାପିତ ହୋଇଯାଇଛି। ଉଦ୍‌ଯାପନୀ ଦିବସରେ ଏକଦିବସୀୟ ସାଇ ସତଚରିତ ସମୂହ ପାରାୟଣ ଅନୁଷ୍ଠିତ ହୋଇଥିଲା। ୧୦୮ ଦମ୍ପତି ସାଇ ସତ୍ୟ ନାରାୟଣ ବ୍ରତ ପୂଜାରେ ଅଂଶଗ୍ରହଣ କରିଥିଲେ। ବିଷ୍ଣୁ ଶହସ୍ରନାମ,ଗୁରୁ ଭାଗବତ,ସାଇ ଅଷ୍ଟତର ନାମରେ ପତ୍ରାଭିଷେକ କରାଯାଇଥିଲା। ବିଶ୍ଵ କଲ୍ୟାଣ ନିମନ୍ତେ ଅଖଣ୍ଡ ଦୀପ ପ୍ରଜ୍ଵଳନ କରାଯାଇଥିଲା। ସମସ୍ତ ସାଇ ଆଶ୍ରିତମାନେ ସଂକଳ୍ପ କରି ପାରାୟଣ ଆରମ୍ଭ କରିଥିଲେ। ମୁଖ୍ୟ ପାଠକ ଶିବ ପ୍ରସାଦ ପଣ୍ଡା ଓ ରାନୁ ତ୍ରିପାଠୀ ପାରାୟଣ ପଠନ କରିଥିଲେ କଟକ,ପୁରୀ,ଭୁବନେଶ୍ଵର,ଯାଜପୁର,ଭଦ୍ରକ,ବାଲେଶ୍ଵର,ଅନୁଗୁଳ ଓ ରାଉରକେଲାରୁ ଭକ୍ତମାନେ ପାରାୟଣରେ ଯୋଗ ଦେଇଥିଲେ। ସଂଧ୍ୟାରେ ପାରାୟଣ ସମାପ୍ତ ସହିତ ଆରତୀ କରାଯାଇଥିଲା। ଶିରିଡ଼ି ସଂସ୍ଥାନ ପୂଜକଙ୍କ ଦ୍ବାରା ସାଇ ପ୍ରବଚନ କାଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପୌରାଧ୍ଯକ୍ଷା ଯୋଗଦେଇ ବିଭିନ୍ନ କ୍ଷେତ୍ରରେ ମହତ ସେବା ଯୋଗାଇଥିବା ବ୍ୟକ୍ତି ବିଶେଷଙ୍କୁ ସମ୍ବଦ୍ଧିତ କରିଥିଲେ। ଶେଷରେ ଭଜନ ସମାରୋହ ଓ ସମୂହ ପ୍ରସାଦସେବନ ଅନୁଷ୍ଠିତ ହୋଇଥିଲା।

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ଶାରଳା ପରିବାର ପକ୍ଷରୁ ରଥଯାତ୍ରା ଅବସରରେ କାନିକା ପ୍ରସାଦ ବଣ୍ଟନ

Sunil Chandra Nayak

ପ୍ରାଥମିକ ବିଦ୍ୟାଳୟ ମେଦିନୀପୁର ର ପ୍ରଥମ ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ

Sunil Chandra Nayak

ଗାଇସିଲେଟ ପଞ୍ଚସ୍ତରୀତମ ସାଧାରଣତନ୍ତ୍ର ଦିବସରେ ଶାସନ ଓ ପ୍ରଶାସନଙ୍କ ଭୂମିକା 

masiha

Leave a Comment

error: Content is protected !!