ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆୟାପ୍ପା ଭକ୍ତଙ୍କ ଇରୁମୁଡ଼ି ପୂଜା

ଆୟାପ୍ପା ଭକ୍ତଙ୍କ ଇରୁମୁଡ଼ି ପୂଜା

ଡାବୁଗାଁ, ୧୪/୧୧ (ମ.ନି.ସ.)- ନବରଙ୍ଗପୁର ଜିଲା ଡ଼ାବୁଗାଁ ବ୍ଲକ ଅଧୀନ ଜୟନ୍ତୀନଗର ସ୍ଥିତ ରାଧାକୃଷ୍ଣ ମନ୍ଦିର ଠାରେ ଆୟାପ୍ପା ଭକ୍ତ ଙ୍କ ଇରୁମୁଡି ପୂଜା ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ପୂଜାରେ ଜୟପୁର ର ରାବଣା ଗୁରୁସ୍ଵାମୀ ୱାଇ. ରାବଣା ସ୍ଵାମୀ ଯୋଗ ଦେଇ ପୂଜାର୍ଚ୍ଚନା କରି ବ୍ରତଧାରୀ ଙ୍କ ମୁଣ୍ଡରେ ଇରୁମୁଡୁ ଧାରଣ କରାଇଥିଲେ । ଏଥିରେ ଭକ୍ତ ମାନେ ମନସ୍କାମନା କରି ଯେ କୌଣସି ଦିକ୍ଷାଧାରିଙ୍କୁ ୩ ବା ୭ ମୁଠା ଚାଉଳ ଦେଇଥାନ୍ତି। ସେହି ଚାଉଳ ଓ ଘିଅ ନଡ଼ିଆ କୁ ଏକ ନୂଆ ବସ୍ତ୍ର ରେ ବାନ୍ଧି ମୁଣ୍ଡରେ ଧରି ଦୀକ୍ଷାଧାରି ମାନେ ଆୟାପ୍ପା ଙ୍କ ମନ୍ଦିରକୁ ଯାଇଥାନ୍ତି । ଏଥିରେ ଡାବୁଗାଁ ଗୁରୁ ସ୍ଵାମୀ ପ୍ରକାଶ ଚନ୍ଦ୍ର ପଣ୍ଡା, ଆଶୁତୋଷ ଜେନା, ଚିତ୍ତରଞ୍ଜନ ପାତ୍ର, ଶାନ୍ତନୁ ଖୁଣ୍ଟିଆ, ଜେ. ସୁଦର୍ଶନ ରାଓ, ଏ. କମଳ କୁମାର, ମୁରଲୀ ସିଂ, ବିଜୟ ନିହାଲ ଙ୍କ ସମେତ ୨୦ ଜଣ ବ୍ରତଧାରି ସ୍ଵାମୀ ଇରୂମୁଡ଼ି ଧାରଣ କରିଥିଲେ | ସମସ୍ତ ଭକ୍ତ ମାନେ କେରଳ ର ସାବାରିମାଳା ଯାଇ ଫମ୍ପା ନଦୀରେ ସ୍ନାନ କରି ସେଠାରୁ ଚାଲି ଚାଲି ଯାଇ ଆୟାପ୍ପା ସ୍ଵାମୀ ଙ୍କ ମନ୍ଦିରରେ ଆୟାପ୍ପା ସ୍ଵାମୀ ଙ୍କୁ ଦର୍ଶନ କରିବେ। ଭକ୍ତ ମାନେ ସମସ୍ତ ଦିକ୍ଷାଧରି ଆୟାପ୍ପା ସ୍ଵାମୀ ମାନଙ୍କୁ ରାଧାକୃଷ୍ଣ ମନ୍ଦୀର ଠାରୁ ଡାବୁଗାଁ କୃଷିଫାର୍ମ ଯାଏଁ ଏକ ଶୋଭାଯାତ୍ରା ରେ ନେଇଯାଇଥିଲେ । ପରେ ସେଠାରୁ ଆୟାପ୍ପା ସ୍ଵାମୀ ଙ୍କ ଦର୍ଷନାର୍ଥେ କେରଳ ରାଜ୍ୟର ସାବରିମାଳା ଅଭିମୁଖେ ଯାତ୍ରା କରିଛନ୍ତି ।

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଆମ୍ବେଦକର ଙ୍କ ସ୍ମୃତିରେ ସମ୍ବିଧାନ ସୁରକ୍ଷା ସମ୍ପର୍କିତ ଆଲୋଚନା ଚକ୍ର

masiha

କଳା ଜଗତକୁ ମୋକ୍ଷ ମାର୍ଗ ପ୍ରଦର୍ଶନ କରିଥାଏ : ବରିଷ୍ଠ କଳାକାର ମହାସଂଘ 

Sunil Chandra Nayak

୪୨ ମୌଜାରେ ଶ୍ରୀ ଅରୋବିନ୍ଦ ପାଠଚକ୍ରର ବାର୍ଷିକ ଉତ୍ସବ ପାଳିତ 

masiha

Leave a Comment

error: Content is protected !!