ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମାସିକ ସାହିତ୍ୟ ଆସର ଅନୁଷ୍ଠିତ

ମାସିକ ସାହିତ୍ୟ ଆସର ଅନୁଷ୍ଠିତ

ରାଉରକେଲା: ସେକ୍ଟର-୪ ସ୍ଥିତ ରାଉରକେଲା କଲେଜ, ରାଉରକେଲା ଆନୁକୂଲ୍ୟରେ ଅଖିଳ ଭାରତୀୟ ସାହିତ୍ୟ ପରିଷଦ, ରାଉରକେଲାର ମାଧବ ନଗର ଶାଖା ଦ୍ବାରା ଆୟୋଜିତ ମାସିକ ସାହିତ୍ୟ ଆସର ଅନୁଷ୍ଠିତ ହୋଇଯାଇଛି।ଡ. ରବୀନ୍ଦ୍ର କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଏବଂ ନିରୁପମା ପତିଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଉରକେଲା ମହାବିଦ୍ୟାଳୟର ଅଧ୍ୟକ୍ଷ ତଥା ଅଖିଳ ଭାରତୀୟ ସାହିତ୍ୟ ପରିଷଦ, ରାଉରକେଲା ମହାନଗରର ସଭାପତି ଡ. ଜେନା ସଭାପତିତ୍ବ ଅଭିଭାଷଣ ସହ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ। ମାଧବ ନଗର ଶାଖା ସଭାପତି ବ୍ରଜେନ୍ଦ୍ର ଦାଶ ପ୍ରାକ୍ କଥନ ରଖିଥିଲେ। କାର୍ଯ୍ୟକ୍ରମରେ ବିଷୟ ବିଶେଷଜ୍ଞ ଭାବେ ଗାଳ୍ପିକା ତଥା ଆଲୋଚିକା ପୁଷ୍ପା ରାଣୀ ପଟେଲ ‘ନୈତିକ ମୂଲ୍ୟବୋଧ ଓ ଗଳ୍ପ: ଆଜିର ଅଭିଜ୍ଞାନ’ ଏବଂ ବିଶିଷ୍ଟ କବି ତଥା ଆଲୋଚକ ମୀନକେତନ ପଶାୟତ ‘ଆଧୁନିକ କବିତାରେ ସାମାଜିକ ପରିବର୍ତ୍ତନ ଓ ନୂତନ ସଂବେଦନା’ ଶୀର୍ଷକ ଉପରେ ତଥ୍ୟାତ୍ମକ ଆଲୋଚନା କରିଥିଲେ। ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ଶିକ୍ଷାବିତ୍ ତଥା ସଂଗଠକ ଗିରିଜା ଶଙ୍କର ଗୋସ୍ୱାମୀ ଯୋଗଦେଇ ପରିଷଦର ଏଭଳି କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ଏହା ଗଳ୍ପର ନୈତିକ ମୂଲ୍ୟବୋଧ ଓ କବିତାର ମାନବିକ ସଂବେଦନା ସଂପର୍କରେ ଆଲୋଚନା କରିଥିଲେ। ଦ୍ବିତୀୟ ପର୍ଯ୍ୟାୟରେ ବିଶିଷ୍ଟ ଗାଳ୍ପିକ କାଶୀନାଥ ନନ୍ଦୀ ସଭାପତିତ୍ବ ଅଭିଭାଷଣ ପ୍ରଦାନ କରିଥିଲାବେଳେ କବୀ ଧରିତ୍ରୀ ପାଇକରାୟ ଏବଂ ଶିକ୍ଷୟିତ୍ରୀ ଲଳିତା ବେହେରା କବିତା ସଂଯୋଜନା କରିଥିଲେ। ପ୍ରିୟଙ୍କା ପଲାଇ ସ୍ବର୍ଗତ କବି ରାଜେନ୍ଦ୍ର କିଶୋର ପଣ୍ଡାଙ୍କ କବିତା ଏବଂ କରୁଣାକର ପାଟ୍ଟଶାଣୀ ସ୍ବର୍ଗତ କବି ଶଙ୍କର ପରିଡ଼ାଙ୍କ କବିତା ଆବୃତ୍ତି ସହ କାବ୍ଯିକ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏତଦବ୍ୟତୀତ ଆଶୁତୋଷ ଜ୍ୟୋତିଷ, ଅଜୟ କୁମାର ମହାନ୍ତି ତଥା ମଞ୍ଚସ୍ଥ ଅତିଥି, ସଂଯୋଜିକା ଦ୍ବୟ ସ୍ବରଚିତ କବିତା ପାଠ କରିଥିବା ବେଳେ ଶାଖାର ସହ-ସଂପାଦକ ସୁମନ୍ତ କୁମାର ଉପାଧ୍ୟାୟ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ଗାଳ୍ପିକ ଡଃ ଜ୍ଞାନ ରଞ୍ଜନ, ରମେଶ ଚନ୍ଦ୍ର ସିଂ, ଜ୍ୟୋତିର୍ମୟ ଆଚାର୍ଯ୍ୟ, ଅଙ୍କିତା ବାର୍ଲା, ବିନୋଦିନୀ ମୁଣ୍ଡା, ରେଶ୍ମା କୁଜୁର, ରାଜଶ୍ରୀ ରାଉତିଆ ପ୍ରମୁଖ ବହୁ ଛାତ୍ର-ଛାତ୍ରୀ ଉପସ୍ଥିତ ଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଉପଲକ୍ଷେ ଶପଥ ପାଠ କରାଇଲେ ମାନ୍ୟବର ମୁଖ୍ୟମନ୍ତ୍ରୀ 

masiha

ରାଇରଙ୍ଗପୁର ପୌରପାଳିକା ପରିସରରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ

masiha

ବାସନ୍ତୀ ପାଠାଗାରରେ ଶିଶୁ ସାହିତ୍ୟ ଆସର

masiha

Leave a Comment

error: Content is protected !!