ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପେଶାଦାର ସାମ୍ବାଦିକ ସଙ୍ଘ ପକ୍ଷରୁ ଜାତୀୟ ପ୍ରେସ ଦିବସ ପାଳିତ  ଯୁବ ସାମ୍ବାଦିକ ଅଂଶୁମାନ ପାତ୍ରଙ୍କୁ ସାମ୍ବାଦିକ ସୌରଭ ସମ୍ମାନ

ପେଶାଦାର ସାମ୍ବାଦିକ ସଙ୍ଘ ପକ୍ଷରୁ ଜାତୀୟ ପ୍ରେସ ଦିବସ ପାଳିତ 

ଯୁବ ସାମ୍ବାଦିକ ଅଂଶୁମାନ ପାତ୍ରଙ୍କୁ ସାମ୍ବାଦିକ ସୌରଭ ସମ୍ମାନ

କଳାହାଣ୍ଡି ପେଶାଦାର ସାମ୍ବାଦିକ ସଙ୍ଘ ପକ୍ଷରୁ ଭବାନୀପାଟଣା ସ୍ଥିତ ଅମଲା ଭବନ ଠାରେ ଜାତୀୟ ପ୍ରେସ ଦିବସ ପାଳିତ ହୋଇଯାଇଛି। ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ସାଂସଦ ମାଳବିକା ଦେବୀ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ କଳାହାଣ୍ଡି ଅତିରିକ୍ତ ଜିଲ୍ଲାପାଳ ତନ୍ମୟ ଦରୱାନ, ପଦ୍ମଶ୍ରୀ ପଟ୍ଟାୟତ ସାହୁ, ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ, କଳାହାଣ୍ଡି ଓକିଲ ସଂଘ ର ସଭାପତି ସୁଧାଂଶୁ ନନ୍ଦ,ବରିଷ୍ଠ ସାମ୍ବାଦିକ ଶାନ୍ତନୁ ବେହେରା ପ୍ରମୁଖ ଯୋଗ ଦେଇ ସାମ୍ବାଦିକ ମାନଙ୍କ ବିଭିନ୍ନ ସମସ୍ୟା ଓ ଜାତୀୟ ପ୍ରେସ ଦିବସ ପାଳନ ର ଉଦେଶ୍ୟ ସମ୍ପର୍କ ରେ ଆଲୋକପାତ କରିଥିଲେ l ମୁଖ୍ୟ ବକ୍ତା ଭାବେ ବରିଷ୍ଠ ସାମ୍ବାଦିକ ଉମାଶଙ୍କର କର ଯୋଗଦେଇ ଗଣମାଧ୍ୟମ ଓ ଏହାର ସ୍ୱଚ୍ଛତା ଉପରେ ଆଲୋଚନା କରିଥିଲେ l କଳାହାଣ୍ଡି ପେଶାଦାର ସାମ୍ବାଦିକ ସଂଘ ର ସଭାପତି ରଜନୀକାନ୍ତ ମିଶ୍ର ସ୍ୱାଗତ ଭାଷଣ ଦେଇଥିବା ବେଳେ ବରିଷ୍ଠ ସାମ୍ବାଦିକ ସତ୍ୟନାରାୟଣ ମହାପାତ୍ର ମଞ୍ଚ ପରିଚାଳନା କରିଥିଲେ।ଦିବଂଗତ ସାମ୍ବାଦିକ ସତ୍ୟନାରାୟଣ ଦାସ ଙ୍କୁ ମାରୋଣତ୍ତର ସାମ୍ବାଦିକ ସୌରଭ ସଂମାନ ପ୍ରଦାନ କରାଯାଇ ଥିବା ବେଳେ ଯୁବ ସାମ୍ବାଦିକ ଅଂଶୁମାନ ପାତ୍ରଙ୍କୁ ସାମ୍ବାଦିକ ସୌରଭ ସଂମାନ ପ୍ରଦାନ କରାଯାଇଥିଲା।ଜିଲ୍ଲା ବଣିକ ସଂଘ ର ସଭାପତି ବିଜୟ ସାହୁ ଏବଂ ସାମ୍ବାଦିକ ଯଶବନ୍ତ ଧଙ୍ଗଡ଼ା ମାଝୀ ଙ୍କୁ ଏହି ଅବସରରେ ଅତିଥି ମାନଙ୍କ ଦ୍ୱାରା ସଂମ୍ମାନିତ କରାଯାଇଥିଲା l ବରିଷ୍ଠ ସାମ୍ବାଦିକ ସ୍ୱାଧୀନ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ l ଅନ୍ୟମାନଙ୍କ ମଧ୍ୟରେଏହି କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ଲଳିତ କାନୁନଗୋ, ଦେବେନ୍ଦ୍ର ବିଶି, ଅଜିତ ସିଂ, ଶୁଭମ ରୋହିଲା, ଭାରତ ବିଶି, ବିକାଶ ଷଡ଼ଙ୍ଗୀ, ଦୁଃଖିଶ୍ୟାମ ପ୍ରଧାନ, ରାଜକୁମାର ସିଂଦେଓ, ଚିତ୍ତରଞ୍ଜନ ବିଶି, ଶିବ ନାଏକ, ହେମନ୍ତ ରାୟ, ନରେନ୍ଦ୍ର କ୍ଷିତି, ଅମରେଶ ପାଢ଼ୀ,ମଧୁ ମହାପାତ୍ର, ରାଜେଶ ଦାସ,କୈଳାସ ସାହୁ ତାପସ ମହାନ୍ତିଙ୍କ ସମେତ ବୁଦ୍ଧିଜୀବୀ ଓ ସାମ୍ବାଦିକ ମାନେ ଉପସ୍ଥିତ ଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…

Related posts

ଭୁଷୁଡ଼ି ପଡିଲା ସ୍ମାର୍ଟ ସ୍କୁଲ ପାଚେରୀ : ନିମ୍ନମାନର କାମ ଅଭିଯୋଗ : ତଦନ୍ତ ଦାବୀ କଲେ ଗ୍ରାମବାସୀ 

Sunil Chandra Nayak

A Blood Donor Hero Social Worker Er.Bipra Ranjan

masiha

ପ୍ରିଜମ ମିଡ଼ିଆ ର ବାର୍ଷିକ ଉତ୍ସବ

masiha

Leave a Comment

error: Content is protected !!