ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବ୍ରାହ୍ମଣୀ ନଦୀରେ ବୁଡି ଛାତ୍ର ନିଖୋଜ 

ବ୍ରାହ୍ମଣୀ ନଦୀରେ ବୁଡି ଛାତ୍ର ନିଖୋଜ 

  କାମାକ୍ଷାନଗର (ମନିସ)17/11/25  ଅନ୍ୟକୁ ଉଦ୍ଧାର କରିବାକୁ ଯାଇ ବ୍ରାହ୍ମଣୀ ନଦୀର ହିଙ୍ଗୁଳା ଘାଟରେ ଗାଧୋଇବା ବେଳେ ଜଣେ ଛାତ୍ର ନିଖୋଜ ହୋଇଯାଇଛନ୍ତି। ନିଖୋଜ ଛାତ୍ର ଜଣକ ଭୁବନ ବିଜ୍ଞାପିତ ଅଂଚଳ ପରିଷଦ ଓ୍ବାର୍ଡ ନମ୍ବର ୧୨ ଅନ୍ତର୍ଗତ ଜଗନ୍ନାଥ ମଣ୍ଡପ ନିକଟସ୍ଥ ଦିଲ୍ଲିପ ପୋଥାଳ ଙ୍କ ପୁଅ ନରହରି ପୋଥାଳ । ନରହରି ଏକ ନାବାଳକକୁ ବଞ୍ଚାଇବାକୁ ଯାଇ ନିଜେ ଭୁଷା ବାଲିରେ ଖସି ଯାଇଥିଲେ ଘଟଣାସ୍ଥଳରୁ ପ୍ରକାଶ । ଭୁବନ ଅଗ୍ନିଶମବାହିନୀ ଖୋଜାଖୋଜି ଜାରି ରଖିଛନ୍ତି। ନରହରି ଭୁବନ ବାଜିରାଉତ ସ୍ମୃତି ମହାବିଦ୍ୟାଳୟରେ ରେ +୩ କଳାର ଛାତ୍ର ଅଟନ୍ତି। ନରହରି ଦିଲ୍ଲୀପ ଙ୍କ ଏକ ମାତ୍ର ପୁଅ ଅଟନ୍ତି। ଭୁବନ ପୂର୍ବତନ ନଗରପାଳ ଶୁଭେନ୍ଧୁ ସାହୁ ନିଖୋଜ ପରିବାର ବର୍ଗ ଙ୍କୁ ସାକ୍ଷାତ କରି ଆଶ୍ୱାସନା ଦେବା ସହ ନିଖୋଜ ଛାତ୍ରଙ୍କୁ ଖୋଜିବାକୁ ଓଡ୍ରାଫ ଟିମ ବ୍ୟବସ୍ଥା କରିଥିଲେ। ଗନ୍ଦିଆ ରୁ ସ୍କୁବା ଡ୍ରାଇଭର ପହଞ୍ଚି ବହୁ ଖୋଜା ଖୋଜି କରି ନିରାଶ ହୋଇ ଫେରିଥିଲେ।

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ଜୁନାଗଡ଼ ଜାରିଙ୍ଗ ନିକଟରେ ସ୍କୁଟି ଓ କାର ମୁହଁ ମୁହିଁ ଧକ୍କା ,ଘଟଣା ସ୍ଥଳରେ ସ୍କୁଟି ଅରୋହି ମୃତ 

masiha

ଲଣ୍ଡନବାସୀ ଚାଖିବେ ଢେଙ୍କାନାଳର ସୁଆଦିଆ ଷ୍ଟ୍ରବେରୀ

Sunil Chandra Nayak

ବ୍ଯାସକବି ଫକୀର ମୋହନ ଓ ଉତ୍କଳ ଗୌରବ ମଧୁସୂଦନଙ୍କ ପ୍ରତି ଅଶାଳୀନ ମନ୍ତବ୍ୟ ପ୍ରଦାନ କରିଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ ପ୍ରତିବାଦ ବୈଠକ ଓ ଥାନାରେ ଏତଲା ପ୍ରଦାନ 

Leave a Comment

error: Content is protected !!