ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଉରକେଲା ଇସ୍ପାତ କାରଖାନା ଅବସରପ୍ରାପ୍ତ କର୍ମଚାରୀ ସଂଘ ଯୋଗ କେନ୍ଦ୍ରର ୨୬ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ

ରାଉରକେଲା ଇସ୍ପାତ କାରଖାନା ଅବସରପ୍ରାପ୍ତ କର୍ମଚାରୀ ସଂଘ ଯୋଗ କେନ୍ଦ୍ରର ୨୬ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ

ରାଉରକେଲା : ସୁନ୍ଦରଗଡ଼ ଜିଲ୍ଲା ପତାଞ୍ଜଳି ଯୋଗ ପରିବାର ଓ ରାଉରକେଲା ଇସ୍ପାତ କାରଖାନା ଅବସରପ୍ରାପ୍ତ କର୍ମଚାରୀ ସଂଘର ମିଳିତ ଆନୁକୂଲ୍ୟରେ ପରିଚାଳିତ ଏହି ଯୋଗ କେନ୍ଦ୍ରର ୨୬ ତମ ବାର୍ଷିକ ଉତ୍ସବ କେନ୍ଦ୍ରର ପରିଚାଳକ ବରିଷ୍ଠ ଯୋଗ ଶିକ୍ଷକ କପିଳେଶ୍ୱର ମହାରଣାଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର ପରିସରରେ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ସମସ୍ତଙ୍କ ମଙ୍ଗଳ ସକାଶେ ପୁରୋହିତ ବାଳକୃଷ୍ଣ ପାଣିଗ୍ରାହୀ ଓ ଯଜମାନ ପ୍ରତିମା ନାୟକଙ୍କ ଦ୍ଵାରା ହବନ୍ ଯଜ୍ଞ କରାଯାଇ ଥିଲା । ଏହାପରେ ଉପସ୍ଥିତ ଅତିଥିବୃନ୍ଦ ଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମର ବୈଦିକ ରୀତି ଅନୁସାରେ ଶୁଭାରମ୍ଭ କରିଥିଲେ। କାର୍ଯ୍ୟକ୍ରମର ପ୍ରାରମ୍ଭରେ ଯୋଗ କେନ୍ଦ୍ର ତରଫରୁ ସାମୁହିକ ଯୋଗର ପ୍ରାରମ୍ଭିକ ମନ୍ତ୍ର ଉଚ୍ଚାରଣ କରାଯାଇଥିଲା । ମୁଖ୍ୟ ଅତିଥି ରାଜ୍ୟ ସହ ପ୍ରଭାରୀ ଅକ୍ରୁର ମାର୍ଥା ତାଙ୍କ ମାର୍ଗଦର୍ଶନରେ ଯୋଗର ଗୁଢ଼ ତତ୍ଵ , ନିରୋଗ ଜୀବନ ଯାପନ, ତଥା ସମାଜ ଓ ରାଷ୍ଟ୍ର ନିର୍ମାଣରେ ଯୋଗର ଅବଦାନ ଉପରେ ଆଲୋକପାତ କରିଥିଲେ l ଯୋଗ ହି ସୁସ୍ଥ ଜୀବନ ଯାପନ କରିବା ସହିତ ପରିବାରରେ ସ୍ୱର୍ଗୀୟ ଆନନ୍ଦ ମିଳିବା ସହିତ,ମେଡିକାଲ ଖର୍ଚ୍ଚରୁ ମୁକ୍ତି ମିଳିଥାଏ ବୋଲି ପ୍ରକାଶ କରିଥିଲେ। ସେ ତାଙ୍କ ବକ୍ତବ୍ୟ ରାଉରକେଲା ଇସ୍ପାତ କାରଖାନା ଅବସରପ୍ରାପ୍ତ କର୍ମଚାରୀ ସଂଘ ସମସ୍ତ ପ୍ରକାର ସାହାଯ୍ୟ, ସହଯୋଗ ଦୀର୍ଘ ଦିନ ଧରି କରି ଆସୁଥିବାରୁ ତାର ଭୂୟସୀ ପ୍ରଶଂସା କରିଥିଲେ । ଏହି କେନ୍ଦ୍ରର ସମସ୍ତଙ୍କ ଚେଷ୍ଟା , ଐକ୍ୟତା ଓ ଅବଦାନକୁ ସତ୍ ପ୍ରଣାମ କରିଥିଲେ । ସଂଘର ସଭାପତି ଅଭୟ କୁମାର ଦାସ ତାଙ୍କ ବକ୍ତବ୍ୟରେ ଯୋଗ ହିଁ ଏକମାତ୍ର ସୁସ୍ଥ ଜୀବନ ଯାପନର ମାର୍ଗ ବୋଲି ପ୍ରକାଶ କରିଥିଲେ ଓ ବହୁ ବ୍ୟକ୍ତି ଯୋଗ କରି ସୁସ୍ଥ ରହୁଥିବା ପ୍ରକଟ କରିଥିଲେ । ଜିଲ୍ଲା ବି ଏସ ଟି ପ୍ରଭାରୀ ନରେନ୍ଦ୍ର ବେହେରା, ଜିଲ୍ଲା ମିଡିଆ ପ୍ରଭାରୀ ଗଙ୍ଗାଧର ଦାଶ, ସଂଘର ଉପସଭାପତି ଅରବିନ୍ଦ ପାତ୍ର, ସଙ୍ଘର ସାଧାରଣ ସମ୍ପାଦକ ପ୍ରେମାନନ୍ଦ ସାମଲ , ଜିଲ୍ଲା ମହିଳା ସୋସିଆଲ ମିଡ଼ିଆ ପ୍ରଭାରୀ ଆରତୀ କର ତାଙ୍କ ବକ୍ତବ୍ୟରେ ଯୋଗର ପ୍ରସାର ଓ ପ୍ରଚାର ଉପରେ ଗୁରୁତ୍ବ ଦେବା ସହ ସମସ୍ତେ ପ୍ରତିଦିନ ଏହାକୁ ଅଭ୍ୟାସ ଜାରି ରଖିବା ଏବଂ ଅଷ୍ଟାଙ୍ଗ ଯୋଗକୁ ଅନୁସରଣ କରିବାକୁ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ଶୁଭାକାଂକ୍ଷୀ ଚୌଧୁରୀ ଓ ପରିଚାଳନା କରିଥିଲେ ଗୀତାରାଣୀ ମିଶ୍ର ଓ ଧନ୍ୟବାଦ ଅର୍ପଣ କରିଥିଲେ ନଳିନୀ ସୁତାର । ପରିଶେଷରେ କେନ୍ଦ୍ରର ଭଉଣୀମାନେ ସାମୁହିକ ଶାନ୍ତି ପାଠ କରି ସମାପନ କରିଥିଲେ । ଏହି କାର୍ଯ୍ୟକ୍ରମରେ ବରିଷ୍ଠ ଯୋଗ ଶିକ୍ଷୟତ୍ରୀ ରଞ୍ଜିତା ପାଣିଗ୍ରାହୀ, କୌଶଲ୍ୟା ପୃଷ୍ଟି, ମଧୁଛନ୍ଦା ବୋଷ, ସୁମିତା ଚାନ୍ଦ, ସ୍ୱର୍ଣଲତା ସାମଲ, ଗୀତା ପଟ୍ଟନାୟକ, ମୀନା ପାତ୍ର, ରୀନା ମହାତୋ, ତନୁଶ୍ରୀ ଚଂପତି, ଗାୟତ୍ରୀ ପାତ୍ର, ରଶ୍ମିତା ରାଜଗୁରୁ , ରାଉତ ବାବୁ, ବୋଷ ବାବୁ ଆଦି ବହୁ ସାଧକସାଧିକା ଉପସ୍ଥିତ ଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଅଜଣା ଗାଡି ଧକ୍କାରେ ଯୁବକ ଆହତ ହୋଇ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି

masiha

ମା’ କୀଚକେଶ୍ବରୀ କୋଚିଂ ସେଣ୍ଟରର ପ୍ରତିଭା ଅନ୍ଵେଷଣ କାର୍ଯ୍ୟକ୍ରମ

masiha

ଘାଟଗୁଡା ପଂଚାୟତରେ ଚାଉଳ ବଣ୍ଟନରେ ଅନିୟମିତତା ନେଇ ହିତାଧିକାରୀଙ୍କ କାର୍ଯ୍ୟାଳୟରେ ତାଲା ଠୁଙ୍କିବା ଘଟଣା, ବ୍ଲକ ଉପାଧକ୍ଷଙ୍କ ହସ୍ତକ୍ଷେପ ପରେ ବଣ୍ଟଗଲା ଚାଉଳ

Sunil Chandra Nayak

Leave a Comment

error: Content is protected !!