ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶୁଣ୍ଢୀଗୁଡା ଗ୍ରାମରେ ନିଆଁ ଲାଗି ୧ ଟି ଧାନ ଗଦା ପୋଡି

ଶୁଣ୍ଢୀଗୁଡା ଗ୍ରାମରେ ନିଆଁ ଲାଗି ୧ ଟି ଧାନ ଗଦା ପୋଡି 

ଡାବୁଗାଁ, ୨୩/୧୧ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ଥାନା ଅଧିନ ଶୁଣ୍ଢୀଗୁଡା ଗ୍ରାମରେ ରବିବାର ଅପରାହ୍ନ ୧୨ ଘ. ସମୟରେ କୌଣସି କାରଣରୁ ୧ ଟି ଧାନ ଗଦାରେ ନିଆଁ ଲାଗି ଧାନ ଗଦା ପୋଡି ଯାଇଛି । ଶୁଣ୍ଢୀଗୁଡା ଗ୍ରାମର ହରେକୃଷ୍ଣ ବିଶୋଇ ଙ୍କ ଜମିରେ ଥିବା ୧ ଟି ଧାନ ଗଦାରେ ନିଆଁ ଲାଗି ଯାଇଥିଲା । ଲୋକେ ନିଆଁ ଲିଭାଇବା ପାଇଁ ଚେଷ୍ଟା କରିବା ସହ ଡାବୁଗାଁ ଅଗ୍ନିଶମ କେନ୍ଦ୍ରକୁ ଫୋନ କରିଥିଲେ |ଖବରପାଇ ଦମକଳ ଗାଡି ପହଞ୍ଚି ପରେ ନିଆଁକୁ ଆୟତ୍ତ କରିଥିଲେ | ଏହି ଚାଷୀଙ୍କ ସମସ୍ତ ଫସଲ ପ୍ରାୟ ୫୦ ହଜାର ଟଙ୍କାରୁ ଅଧିକ ନଷ୍ଟ ହୋଇ ଯାଇଛି । ଏଥିରେ ଡାବୁଗାଁ ଅଗ୍ନିସମ କେନ୍ଦ୍ର ଭରପ୍ରାପ୍ତ ଅଗ୍ନିସମ ଅଧିକାରୀ ହିମାଂଶୁ ଶେଖର ନାୟକ, ଏଲଏଫଏଫ ଲକ୍ଷ୍ମୀଧର ଜାନୀ, ଏଫଏଫଡି ପ୍ରସନ୍ନ ବିଶ୍ଵାଳ, ଅଗ୍ନିଯୋଦ୍ଧା ମାନସିଂ ଶବର, ହେମନ୍ତ ମାଝି, ଶିବାଶିଷ କମ୍ପ ମାନେ ସାମିଲ ଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଅତିରିକ୍ତ ଗୋଷ୍ଠି ଶିକ୍ଷା ଅଧିକାରିଣୀ ଙ୍କୁ ଅଵସର କାଳୀନ ବିଦାୟ ସମ୍ବର୍ଦ୍ଧନା

Sunil Chandra Nayak

ମାନସିକ ଅନଗ୍ରସର ଓ ମାନସିକ ରୋଗୀଙ୍କ ଅଧିକାର ଉପରେ ସଚେତନତା ସଭା 

Sunil Chandra Nayak

ଶାନ୍ତିଝରରେ ବନ ମହୋତ୍ସବ କାର୍ଯ୍ୟକ୍ରମ

masiha

Leave a Comment

error: Content is protected !!