ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗାଁ ଗାଁରେ ପହଞ୍ଚୁଛି ସମ୍ବିଧାନର ଗାଥା ଓ ଗାରିମା ବିଭିନ୍ନ ଅଞ୍ଚଳ ପରିକ୍ରମା କଲା ସଚେତନତା ରଥ

ଗାଁ ଗାଁରେ ପହଞ୍ଚୁଛି ସମ୍ବିଧାନର ଗାଥା ଓ ଗାରିମା
ବିଭିନ୍ନ ଅଞ୍ଚଳ ପରିକ୍ରମା କଲା ସଚେତନତା ରଥ

ଲାଞ୍ଜିଗଡ଼, ୨୪/୧୧-ନଭେମ୍ବର ୨୬ ତାରିଖ ସମ୍ବିଧାନ ଦିବସ ଅବ୍ୟବହିତ ପୂର୍ବରୁ ରାଉରକେଲାରୁ ଶୁଭାରମ୍ଭ ହୋଇଛି ସମ୍ବିଧାନ ସଚେତନତା ରଥଯାତ୍ରା। ବିଭିନ୍ନ ଜିଲ୍ଲା ପରିକ୍ରମା କରିସାରିବା ପରେ କଳାହାଣ୍ଡି ଜିଲ୍ଲାର ନର୍ଲା ବ୍ଲକ ଦେଇ ଏହି ସଚେତନତା ରଥ ଲାଞ୍ଜିଗଡ଼ ବ୍ଲକରେ ପ୍ରବେଶ କରିଥିଲା। ମୂଳନିବାସୀ ବହୁଜନ ମିଳିତ ମହାସଂଘ, ସମ୍ବିଧାନ ସଚେତନତା ଅଭିଯାନ, ଅଲ ଓଡ଼ିଶା ସିଡ୍ୟୁଲଡ କାଷ୍ଟସ ଫେଡେରେସନ, ଅନୁସୂଚିତ ଜାତି ଓ ଜନଜାତି ଆଇନଜୀବୀ ସଂଗଠନ, ଓବିସି-ଏସଟି-ଏସସି ଏସୋସିଏସନ ତରଫରୁ ଆରମ୍ଭ ହୋଇଥିବା ଏହି ଅଭିଯାନ ଲାଞ୍ଜିଗଡ଼ ବ୍ଲକ ଗୋବର୍ଦ୍ଧନପୁର ପଞ୍ଚାୟତ ପାଣିମୁଣ୍ଡାରେ ପହଞ୍ଚିବା ପରେ ଗୋବର୍ଦ୍ଧନପୁର ସରପଞ୍ଚ ବୈଦେହୀ ମାଝୀଙ୍କ ସହିତ ଯୁବ ସାମ୍ବାଦିକ ଓ ସମାଜସେବୀ ସୁଶୀଲ କୁମାର ବାଗ, ଅଲ ଓଡ଼ିଶା ସିଡ୍ୟୁଲଡ କାଷ୍ଟ ଫେଡେରେସନର ପଞ୍ଚାୟତ ସଭାପତି ଘାସିରାମ ବାଗ, ସଂପାଦକ ଯୁଧିଷ୍ଠିର କରୁଆଁ, ସଦସ୍ୟ ଜଳଧର ସାଗର, ମୋହନ ବାଗ, ରତ୍ନା କରୁଆଁ, ପ୍ରତିମା ମହାନନ୍ଦଙ୍କ ସହିତ ବହୁସଂଖ୍ୟକ ପୁରୁଷ ଓ ମହିଳା ସାମିଲ ହୋଇଥିଲେ। ଏହାପରେ ସଚେତନତା ରଥ ଲକଟାଖମନ, ମଧୁପୁର, ରାମଚନ୍ଦ୍ରପୁର ଓ ଗୋପାଳପୁର ପହଞ୍ଚିଥିଲା। ଏହି ରଥ ସହିତ ମହାସଂଘର ରାଜ୍ୟ ସାଧାରଣ ସଂପାଦକ ଦିଗାମ୍ବର ଦୁରିଆ, କଳାହାଣ୍ଡି ଜିଲ୍ଲା କାର୍ଯ୍ୟକାରୀ ସଭାପତି ଯତୀନ୍ଦ୍ର କର, ରାଜ୍ୟ ମହିଳା ସଭାନେତ୍ରୀ ଏସ. ସୁଜାତା, ଜିଲ୍ଲା ସଭାନେତ୍ରୀ ସ୍ନେହଲତା ଦୁର୍ଗା, କର୍ମକର୍ତ୍ତା ପଙ୍କଜ ବାଗ, ଜିଲ୍ଲା ଯୁବ ଯାଦବ ସଭାପତି ଡାକେଶ୍ୱର ଲହଜଲ, ବାମସେଫର କର୍ମକର୍ତ୍ତା କିଶୋର ଚନ୍ଦ୍ର ପଟେଲ, ସାବିତ୍ରୀବାଇ ଫୁଲେ ମହିଳା ସଂଗଠନର ସଭାନେତ୍ରୀ ରମଣୀ ଦୁରିଆ, ଗାଡେବନ୍ଧ ସରପଞ୍ଚ କବିତା ବାଗ, ଅଲ ଓଡ଼ିଶା ସିଡ୍ୟୁଲଡ କାଷ୍ଟ ଫେଡେରେସନର ଆଇନ ପରାମର୍ଶ ଦାତା ଛବିଲାଲ ନିଆଲ, କାର୍ଯ୍ୟକାରୀ ସଭାପତି ଜୟପ୍ରକାଶ ଜାଲ, କେସିଙ୍ଗା ବ୍ଲକ ସଭାପତି ଯୁଧିଷ୍ଠିର ଭଗତ, ସଦସ୍ୟ ସତ୍ୟାନନ୍ଦ ନାଗ, ଡମ୍ବରୁ କରୁଆଁ, ଅଭିଜିତ କର ପ୍ରମୁଖ ସାମିଲ ଥିଲେ। ଆଜି ଦ୍ଵିତୀୟ ଦିନରେ ସଚେତନତା ରଥ କାଉଗୁଡା ଆବାସିକ ଉଚ୍ଚ ବିଦ୍ୟାଳୟରେ ପହଞ୍ଚିଥିବାବେଳେ ପ୍ରଧାନଶିକ୍ଷୟିତ୍ରୀ ସୁପ୍ରଭା ଦୋରା, ଲାଞ୍ଜିଗଡ଼ ରୋଡ଼ ସରପଞ୍ଚ ମମତା ଶବର, ଯୁବ ସାମ୍ବାଦିକ ନୀଲେଶ କୁମାର ନାଗ ପ୍ରମୁଖ ସ୍ୱାଗତ ଜଣାଇଥିଲେ। ଶିକ୍ଷକ ସତ୍ୟବାଦୀ ନାଏକ ଧନ୍ୟବାଦ ଦେଇଥିଲେ। ଶିକ୍ଷକ ସନ୍ଦୀପ ମିଶ୍ର, କୋକିଳ ଶବର, ନମିତା ମାଝୀ ପ୍ରମୁଖ ଉପସ୍ଥିତ ଥିଲେ। ବିଶ୍ୱନାଥପୁର ମାଆ ହୀରାନୀଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅଧ୍ୟକ୍ଷ କଙ୍କଣ କୁମାର ରାୟ, ଅଲ ଓଡ଼ିଶା ସିଡ୍ୟୁଲଡ କାଷ୍ଟ ଫେଡେରେସନ ଲାଞ୍ଜିଗଡ଼ ବ୍ଲକ ଶାଖାର ସଭାପତି ଜଗଦୀଶ ବେନିଆ, କାର୍ଯ୍ୟକାରୀ ସଭାପତି ହରିହର କୁମାର ପ୍ରମୁଖ ଉପସ୍ଥିତ ରହି ସ୍ୱାଗତ କରିଥିଲେ। ସେହିପରି ଲାଞ୍ଜିଗଡ଼ସ୍ଥିତ ନିୟମଗିରି ବେଦାନ୍ତ ନଗରରେ ଏହି ରଥକୁ ଭବ୍ୟ ସ୍ୱାଗତ କରାଯାଇଥିଲା। 

ସୁଶୀଲ କୁମାର ବାଗ ଙ୍କ ରିପୋର୍ଟ୍ 

Related posts

ରାୟଗଡା ବ୍ଳକ ସ୍ତରୀୟ ପ୍ରଥମ ବିଶ୍ଵ ଓଡିଆ ଭାଷା ସମ୍ମିଳନୀ ଅନୁଷ୍ଠିତ

masiha

ଖଇରପଦର ନିକଟରେ ଥିବା ଦଶ ଘର ସାପୁଆ ପଡ଼ାବାସୀ ଦେଶାନ୍ତର, ତାଙ୍କର ଦୁଃଖ ବୁଝିବ କିଏ

Sunil Chandra Nayak

ପ୍ରକାଶ ପାଇଲା ଗଳ୍ପ ପ୍ରତିଯୋଗିତାର ଫଳାଫଳ

masiha

Leave a Comment

error: Content is protected !!