ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଅଢେ଼ଇ ମାସ ହେଲା ନିଖୋଜ ବହୁ ଚର୍ଚ୍ଚିତ ଓକିଲ ଗୁଲେଶ ଗୋଛାୟତ ମୃତଦେହ ଏକ ପୋଖରୀରୁ କାର୍ ସହିତ ଉଦ୍ଧାର 

ଅଢେ଼ଇ ମାସ ହେଲା ନିଖୋଜ ବହୁ ଚର୍ଚ୍ଚିତ ଓକିଲ ଗୁଲେଶ ଗୋଛାୟତ ମୃତଦେହ ଏକ ପୋଖରୀରୁ କାର୍ ସହିତ ଉଦ୍ଧାର 

   ମୟୂରଭଂଜ -୨୪/୧୧   ସୋମବାର ଝାରପୋଖରିଆ ଥାନା ଅନ୍ତର୍ଗତ ଉପରବେଡା ଗ୍ରାମ ପୋଖରୀଭିତରେ ସକାଳୁ କିଛି ଲୋକ ଗୋଟିଏ ଗାଡ଼ିର ଟାୟାର ଦେଖିବାକୁ ପାଇଥିଲେ। ପୋଲିସକୁ ଖବର ଦେବାପରେ ଘଟଣାସ୍ଥଳରେ ପୋଲିସ୍ ଓ ଦମକଳବାହିନୀ ପହଞ୍ଚି OD 11AF 8628 ନମ୍ବର ବିଶିଷ୍ଟ ଏକ ଓଲଟୋ ଗାଡ଼ିକୁ ବାହାର କରିଥିଲେ। ଗାଡ଼ି ଭିତରୁ ଏକ ଗଳିତ ମୃତଦେହ ମଧ୍ୟ ଦେଖିବାକୁ ମିଳିଥିଲା। ଗାଡ଼ିର ନମ୍ୱର ଦେଖିବା ପରେ ଗାଡ଼ିଟି ବିଶୋଇ ଥାନା ଅନ୍ତର୍ଗତ ଠୁଳକୁଚଟାଣି ଗ୍ରାମର ଗୁଲେସ ଗୋଛାୟତଙ୍କର ବୋଲି ଜଣାପଡିଥିଲା।ସେ ପେଶାରେ ଜଣେ ଓକିଲ ସହିତ ଔଷଧ କମ୍ପାନୀର ମଧ୍ୟ କାର୍ଯ୍ୟ କରନ୍ତି।ଗତ ସେପ୍ଟେମ୍ବର ମାସ ୧୧ତାରିଖରେ ଗୁଲେସ ଗୋଛାୟତ ନିଜ ସମ୍ପର୍କୀୟଙ୍କୁ ଛାଡ଼ିବାକୁ ଖଡ଼ଗପୁର ଯାଇଥିଲେ। ସେହିଦିନ ଠାରୁ ସେ ଗାଡ଼ି ସହିତ ନିଖୋଜ ହୋଇଯାଇଥିଲେ। ଏନେଇ ପରିବାର ବର୍ଗ ବିଶୋଇ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ହେଲେ ପରିବାର ନା ପୋଲିସ୍ ଦିର୍ଘ ଅଢେ଼ଇ ମାସ ହେଲା ଗୁଲେଶଙ୍କ କୈଣସି ଖୋଜଖବର ପାଇନଥିଲେ।ପରିବାର ଲୋକେ ଗୁଲେଶକୁ ନ ପାଇ ଦିର୍ଘଦିନ ହେଲା ଚିନ୍ତା ଓ ଦୁଃଖରେ ଥିଲେ । ପୋଖରୀରେ ପାଣି ଟିକିଏ କମିବା ପରେ ଗାଡ଼ିର ଟାୟାର ଦେଖାଯିବା ପରେ ଆଜି ଘଟଣାଟି ଲୋକଲୋଚନକୁ ଆସିଲା ବୋଲି କୁହାଯାଏ। ଘଟଣା ସ୍ଥଳରେ ସମ୍ପର୍କୀୟ ପହଞ୍ଚି ମୃତଦେହକୁ ଚିହ୍ନଟ କରିବା ପରେ ଗୁଲେସ ଗୋଛାୟତ ବୋଲି ପରିଚୟ ମିଳିଛି। ଜଣେ ଓକିଲଙ୍କ ପୋଖରୀ ଭିତରୁ ଗାଡ଼ି ସହିତ ମୃତ୍ୟୁ ଦେହ ମିଳିବା ଘଟଣା ପ୍ରଘଟ ହେବାପରେ ଚାରିଆଡ଼େ ଚର୍ଚ୍ଚା ଚାଲିଛି । ଏପଟେ ଗାଡ଼ିର ଗୋଟିଏ ଟାୟାର ଖୋଲି ଯାଇଥିବା ଯୋଗୁଁ ଏହା ଦୁର୍ଘଟଣା ଓ ସୁପରିକଳ୍ପିତ ହତ୍ୟାକାଣ୍ଡ ଏବେ ଜଣାପଡିନାହିଁ।କେଉଁ କାରଣରୁ ଗୁଲେସ ଗୋଛାୟତଙ୍କର ଏପରି ଅଘଟଣ ଘଟିଛି ଜଣାପଡି ନଥିବା ବେଳେ ଘଟଣା ସ୍ଥଳରେ ପୋଲିସ୍ ଓ ସାଇଣ୍ଟିପିକ୍ ଟିମ୍ ପହଞ୍ଚି ଘଟଣାର ତଦନ୍ତ କରୁଥିବା ଜଣାପଡିଛି। ଗୁଲେଶ ନିଖୋଜର ପ୍ରଦାନ ଘଟିଥିବାବେଳେ ବିଶୋଇ ଅଞ୍ଚଳରେ ଦୁଃଖର ଛାୟା ଖେଳିଯାଇଛି ।ପରିବାର ଲୋକେ ନିଜର ଆତ୍ମିୟକୁ ହରାଇ ଦୁଃଖରେ ଭାଙ୍ଗି ପଡିଛନ୍ତି ।ଗୁଲେଶର ନିଖୋଜ ଯଦିଓ ଆଜି ପୋଲିସର ଚିନ୍ତା କମାଇ ଦେଇଛି ହେଲେ କେଉଁ ପରିସ୍ଥିତିରେ ଗୁଲେଶଙ୍କ କାର‌ପୋଖରୀ ରେ ପଡ଼ିଛି ଏହା ହତ୍ୟା ନା ଦୁର୍ଘଟଣା ତାହା ପୋଲିସର‌ଚିନ୍ତାକୁ ଦ୍ଵିଗୁଣିତ କରିଛି ।

ମୟୂରଭଂଜ ରୁ ରୁ ଅକ୍ଷୟ‌ ବିଶ୍ବାଳ ମସିହା ନିଉଜ

Related posts

ଜୁନାଗଡ଼ ଥାନା-  ଜାରିଙ୍ଗ ଠାରେ  ଯୁବତୀଙ୍କୁ ଗଣଦୁଷ୍କର୍ମ ଓ ଭିଡିଓ ଭାଇରାଲ ଘଟଣାର ରାୟ ପ୍ରକାଶ , ୬ ଅଭିଯୁକ୍ତ ଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଲେ ଅତିରକ୍ତ ଜିଲ୍ଲା ଦୌରାଜଜ୍…

masiha

ମହିଳା ଙ୍କ ବେକରୁ ସୁନା ର କାଶୁମାଳ ଝାମି ନେଲେ ଦୁର୍ବୁତ୍ତ 

masiha

Maoist Leader Surrenders to Rayagada SP with Arms and Ammunition

masiha

Leave a Comment

error: Content is protected !!