ମିଡ଼ିଆ କ୍ଲବ ପକ୍ଷରୁ ‘ମିଡ଼ିଆ କନକ୍ଳେଭ- ୨୦୨୫ ଅନୁଷ୍ଠିତ
ସାମାଜିକ ଗଣମାଧ୍ୟମ ଓ ଡିଜିଟାଲ ସଂସ୍କୃତି ସମ୍ପର୍କ ରେ ଆଲୋଚନା ଚକ୍ର
ରାଉରକେଲା: ମିଡ଼ିଆ କ୍ଲବ, ରାଉରକେଲା ପକ୍ଷରୁ ଆଜି ସ୍ଥାନୀୟ ବ୍ରାହ୍ମଣୀ କ୍ଲବ ପରିସରରେ ମିଡ଼ିଆ କନକ୍ଳେଭ – ୨୦୨୫ ଅନୁଷ୍ଠିତ ହୋଇଯାଇଛି l ଏଥିରେ ରାଉରକେଲା ଡ଼ିଏଫଓ ଯଶବନ୍ତ ସେଠି, ଏସପିସିବି ର ଅତିରିକ୍ତ ମୁଖ୍ୟ ପରିବେଶ ବୈଜ୍ଞାନିକ ତଥା ରାଉରକେଲା ଆଞ୍ଚଳିକ ଅଧିକାରୀ ଡ଼ ଅନୁପ କୁମାର ମଲ୍ଲିକ, ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ମହେନ୍ଦ୍ର କୁମାର ପଟ୍ଟନାୟକ, କବି, ସାହିତ୍ୟିକ ତଥା ନାଟ୍ୟ ନିର୍ଦ୍ଦେଶକ ରାଜୀବ ପାଣି ବାରେଣ୍ୟ ଅତିଥି ଭାବେ ଯୋଗ ଦେଇଥିଲେ l ମିଡ଼ିଆ କ୍ଲବ ର
ସଭାପତି ତଥା ଉତ୍କଳ ମେଲ ର ମୁଖ୍ୟ ସମ୍ପାଦକ ଡ଼ ପୀତବାସ ମିଶ୍ର ଅଧ୍ୟକ୍ଷତା କରିବା ସହ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ l ଏନ.ଏଫ. ଟାଇମସ ର ସମ୍ପାଦିକା ଶ୍ରୀମତୀ ରୀତା ମିଶ୍ର, ଉପସଭାପତି ନିରଞ୍ଜନ ଦାସ, ସତ୍ୟାନନ୍ଦ ବେହେରା, ସୁବାଷ ବର୍ମା, ଉପଦେଷ୍ଟା ବୈଦ୍ୟନାଥ ମିଶ୍ର ପ୍ରମୁଖ ଅନ୍ୟତମ ଅତିଥି ଭାବେ ମଂଚାସୀନ ଥିଲେ l ସାଧାରଣ ସମ୍ପାଦକ ବିବେକାନନ୍ଦ ଦାସ ଅତିଥି ପରିଚୟ ପ୍ରଦାନ ସହ ସମ୍ପାଦକୀୟ ବିବରଣୀ ଉପସ୍ଥାପନା କରିଥିଲେ l ଅତିଥି ମାନେ ବିଭିନ୍ନ ଦିଗରୁ ଆଲୋଚନା କରି କହିଲେ ଯେ,
ପ୍ରିଣ୍ଟ ଓ ଇଲେକ୍ରୋନିକ୍ସ ମିଡ଼ିଆ ସହ ସୋସିଆଲ ମିଡ଼ିଆ ସମ୍ପ୍ରତି ଲୋକପ୍ରିୟତା ହାସଲ କରୁଛି l ମାତ୍ର ସୋସିଆଲ ମିଡ଼ିଆରେ ବିଭିନ୍ନ ସମୟରେ ମିଥ୍ୟା ତଥା ଭ୍ରମାତ୍ମକ ଖବର ପ୍ରସାରଣ ଦ୍ୱାରା ବିଶ୍ୱାସନିୟତା ହରାଉଛି l ବିକାଶ ପ୍ରକ୍ରିୟାରେ ଗଣ ମାଧ୍ୟମର ଭୁମିକା ଗୁରୁତ୍ୱପୂର୍ଣ୍ଣ l ବିଶେଷ କରି ଗଣମାଧ୍ୟମ କ୍ଷଣିକ ମଧରେ ବିଭିନ୍ନ ସୂଚନା ସର୍ବ ସାଧାରଣରେ ପହଁଞ୍ଚାଇ ପାରୁଛି l କୌଣସି ଘଟଣାବଳି ହେଉ କିମ୍ବା ସରକାରଙ୍କ ଯୋଜନା, ସେ ସମ୍ପର୍କରେ ତଥ୍ୟ ପ୍ରଦାନ କରୁଛି l ଜନସାଧାରଣ ଓ ସରକାରଙ୍କ ମଧରେ ସେତୁର ଭୁମିକା ନିର୍ବାହ କରୁଛି ଗଣମାଧ୍ୟମ ବୋଲି ଅତିଥିମାନେ କହିଥିଲେ l ସ୍ତମ୍ଭକାର ନଳିନୀକାନ୍ତ ଧର, ବିରେନ ସେନାପତି, ମିନତୀ ଦେବତା, ଗଙ୍ଗାଧର ଦାଶ, ହରିହର ରାଉତରାୟ ପ୍ରମୁଖ ଆଲୋଚ୍ୟ ବିଷୟ ‘ ସୋସିଆଲ ମିଡ଼ିଆ ଓ ଡିଜିଟାଲ ସଂସ୍କୃତି ‘ ଉପରେ ମଧ୍ୟ ଆଲୋଚନା କରିଥିଲେ l ଅତିଥିମାନେ କ୍ଲବ ର ସ୍ମରଣିକା କୁ ଉନ୍ମୋଚନ କରିଥିଲେ l ଏଥିସହ ଡ଼ ପୀତବାସ ମିଶ୍ର ଙ୍କ ଦ୍ୱାରା ରଚିତ ପୁସ୍ତକ ‘ନିକିତି ତଉଲରେ ମୋହନ ସରକାର’ କୁ ମଧ୍ୟ ଉନ୍ମୋଚନ କରିଥିଲେ l ସାହିତ୍ୟିକ ରାଜୀବ ପାଣି ଏହି ପୁସ୍ତକ ର ସମୀକ୍ଷା କରିଥିଲେ l ଏହି ଅବସରରେ ପ୍ରାଧ୍ୟାପକ ଉମାକାନ୍ତ ପଣ୍ଡା, ଅଗ୍ନିବାବା, ବରିଷ୍ଠ ସାମ୍ବାଦିକ କୁଞ୍ଜବିହାରୀ ରାଉତ, ବିରଞ୍ଚିନାରାୟଣ ପଟ୍ଟନାୟକ, ସସ୍ମିତା ପ୍ରଧାନ, ବିପ୍ଳବ ଦାସ,ସନ୍ତୋଷ ଦାଶ,ଜଟାଧାରୀ ମାଝୀ,ଗନ୍ଦୁର ଓରାମ,ଶୈଳେନ୍ଦ୍ର ସାହୁ, ଦିଲ୍ଲିପ ଶର୍ମା, ଦେବବ୍ରତ ଗଡାଣିଆ, ଜିତେନ୍ଦ୍ର ମିଶ୍ରଙ୍କ ସମେତ ବିଭିନ୍ନ ଗଣମାଧ୍ୟମର ପ୍ରତିନିଧି, ସମାଜସେବୀ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା l କାର୍ଯ୍ୟକ୍ରମ କୁ ବିବେକାନନ୍ଦ ଦାସ ଓ ସ୍ଵାଗତିକା ପାଣିଗ୍ରାହୀ ସଂଯୋଜନା କରିଥିଲେ l ଏହି କାର୍ଯ୍ୟକ୍ରମରେ ବହୁ ସାମ୍ବାଦିକ, ସାହିତ୍ୟିକ, ବୁଦ୍ଧିଜୀବୀ, ଛାତ୍ର ଛାତ୍ରୀ ଓ ସାମାଜିକ କର୍ମୀ ଉପସ୍ଥିତ ଥିଲେ l
ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍

