ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜୁନାଗଡ଼ ରେ ସମ୍ବିଧାନ ଦିବସ ପାଳିତ

ଜୁନାଗଡ଼ ରେ ସମ୍ବିଧାନ ଦିବସ ପାଳିତ 

ଜୁନାଗଡ଼୨୭/୧୧ (ମନୀ ସ )-କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ସହର ସ୍ଥିତ ଆମ୍ବେଦକର ଷ୍ଟେଚୁ ନିକଟରେ ଜୁନାଗଡ଼ ବହୁଜନ ସଂଗ୍ରାମ ସମିତି ପକ୍ଷରୁ ୭୬ତମ ରାଷ୍ଟ୍ରୀୟ ସମ୍ବିଧାନ ଦିବସ ପାଳନ କରାଯାଇଥିଲା l ସଂଗଠନର ସଭାପତି ରଞ୍ଜନ କୁମାର ଜାଲ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ପ୍ରଥମେ ଉପସ୍ଥିତ ଅତିଥି ମାନଙ୍କ ଦ୍ୱାରା ସମ୍ବିଧାନ ପ୍ରଣେତା ଡ଼.ବାବା ସାହେବ ଆମ୍ବେଦକର ଙ୍କ ର ପ୍ରତିମୂର୍ତ୍ତି ରେ ପୁଷ୍ପ ମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା l ଏହି କାର୍ଯ୍ୟକ୍ରମ ରେ ବିଶିଷ୍ଟ ଶିକ୍ଷାବିତ ତ୍ରିଲୋଚନ ସିଂ ବେଲଦାର, ଜୁନାଗଡ଼ ସରକାରୀ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ନେପାଳ ଚନ୍ଦ୍ର ବାଗ, ପୂର୍ବତନ ନଗରପାଳ ସୁଧାଂଶୁ ଶେଖର ବରlଡ଼, ଆଇନଜୀବୀ ଡ଼. ବିଶ୍ୱନାଥ କର, ସମାଜସେବୀ ଉଦ୍ଧବ ସାହୁ ଏବଂ ଆଦିତ୍ୟ ହଂସ ପ୍ରମୁଖ ଉପସ୍ଥିତ ରହି ନିଜର ବକ୍ତବ୍ୟ ରଖିଥିଲେ l ଡ଼ ବାବା ସାହେବ ଆମ୍ବେଦକର ଙ୍କ ରାଷ୍ଟ୍ରୀୟ ସମ୍ବିଧାନ ଏକ ଅମୁଲ୍ୟ ରତ୍ନ ଏହାକୁ ନେଇ ଭାରତ ଅଗ୍ରସର ହୋଇ ଚାଲିଛି ଏବଂ ଦେଶର ଅଖଣ୍ଡତା କୁ ବଜାୟ ରଖିବା ସହ ସମନ୍ତରାଳ ଶାସନ ପ୍ରଦାନ କରି ଏକ ବିକଶିତ ଭାରତ ଗଠନ କରିବା ପାଇଁ ରାଷ୍ଟ୍ରୀୟ ସମ୍ବିଧାନ ର ପ୍ରମୁଖ ଭୂମିକା ରହିଛି ବୋଲି ସଭାପତି ଶ୍ରୀ ଜାଲ ଏବଂ ଉପସ୍ଥିତ ଅତିଥି ମାନେ ନିଜ ବକ୍ତବ୍ୟ ରେ ପ୍ରକାଶ କରିଥିଲେ l ଏଥିରେ ସଂଗଠନ ର ପୁର୍ନେନ୍ଦୁ ମାଝୀ,ଲଳିତ କିଶୋର ବାଗ, ସୁଶାନ୍ତ ନାଏକ, ମିନୁ କନ୍ଦପlନ, ଶରତ ଶବର, ଶିବ ମହାନନ୍ଦ, ଗୌରାଙ୍ଗ ସୁନା, ରତନ ଧଙ୍ଗଡାମାଝି, ଅଞ୍ଜନ କ୍ଷିତି, ଘାସି କ୍ଷିତି,ଲାରା ନାଗ, ଏବଂ ମିଡ଼ିଆ ସେଲ ରୁ ରବିଶଙ୍କର ସୁନାନୀ, ଖଗେଶ୍ୱର ଧଙ୍ଗଡ଼ାମାଝି, କୁମରମଣୀ ଦୁର୍ଗା, ଆଦିତ୍ୟ ମହାନ୍ତି,ଭୋକରଧନ ଧଙ୍ଗଡ଼ାମାଝି, ବ୍ୟମୋକେଶ ପୁରୋହିତ, ପ୍ରମୁଖ ଉପସ୍ଥିତ ରହି ସକ୍ରିୟ ସହଯୋଗ କରିଥିଲେ l ଏହି କାର୍ଯ୍ୟକ୍ରମ ରେ ସଂଗଠନ ର ବରିଷ୍ଠ କର୍ମକର୍ତା ଉଗ୍ରେସନ କନ୍ଦପlନ ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ କାର୍ଯକାରୀ ସଭାପତି ନରେନ୍ଦ୍ର କ୍ଷିତି ଧନ୍ୟବାଦ ଦେଇଥିଲେ l 

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ସିନାପାଲି ଶିଶୁ ବିଦ୍ଯାମନ୍ଦିରରେ ଜ୍ଞାନବିଜ୍ଞାନ ମେଳା

Sunil Chandra Nayak

ଜୁନାଗଡ଼କୁ ଜିଲ୍ଲା ମାନ୍ୟତା ଦାବୀ ଆଜି ଚତୁର୍ଥ ଦିନରେ ପହଁଚିଲା , ଚତୁର୍ଥ ଦିନରେ ସମର୍ଥନ ଜଣାଇ ସାମିଲ ହେଲେ ଜିଲ୍ଲା ଆଦିବାସୀ ସଂଘ

masiha

ବନ୍ଧୁଗାଁ ଉଚ୍ଚ ବିଦ୍ୟାଳୟରେ ବ୍ଳକ ସ୍ତରରେ ଭାଷାଞାନ ପରୀକ୍ଷା ଅନୁଷ୍ଠିତ 

masiha

Leave a Comment

error: Content is protected !!