ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭବାନୀପାଟଣା ରେ ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ

ଭବାନୀପାଟଣା ରେ ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ

ସ୍ଥାନୀୟ ପି ଏମ ଶ୍ରୀ ବ୍ରଜମୋହନ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ବ୍ଲକ ସ୍ତରୀୟ ବାଳ ବୈଜ୍ଞାନିକ ପ୍ରଦର୍ଶନୀ, ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ଓ ମିଶନ ଲାଇଫ ପ୍ରଦର୍ଶନୀ ମିଳିତ ଭାବେ ଅନୁଷ୍ଠିତ ହୋଇଥିଲା, ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଆଚାରୀ ଶବର ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଉଦ୍ଘାଟନୀ ସଭା ରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ରାଧାକାନ୍ତ ଛତ୍ରୀ, ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ହେମସାଗର ମହାନନ୍ଦ, ଜିଲ୍ଲା ବିଜ୍ଞାନ ପର୍ଯ୍ୟବେକ୍ଷକ ଶ୍ରୀଯୁକ୍ତ ଦୁଷ୍ମନ୍ତ ଶେଖର ପାଢ଼ୀ,ଶିକ୍ଷକ ଶ୍ରୀଯୁକ୍ତ ମଙ୍ଗଳୁ ଚରଣ ପ୍ରଧାନଓ BSRC ସମ୍ପାଦକ ଶ୍ରୀଯୁକ୍ତ ଗିରିଜା ଶଙ୍କର ସାହୁ ମଂଚାସୀନ ହୋଇଥିଲେ। ମୁଖ୍ୟ ଅତିଥି ଶ୍ରୀଯୁକ୍ତ ଛତ୍ରୀ ଓ ଅନ୍ୟ ଅତିଥି ଗଣ ବିଜ୍ଞାନ ମେଳା ର ଉଦ୍ଦେଶ୍ୟ ଓ ଲକ୍ଷ ଏବଂ ବିଜ୍ଞାନ ଶିକ୍ଷକ ମାନଙ୍କ ଭୂମିକା ବିଷୟ ରେ ଆଲୋକପାତ କରିଥିଲେ। ମୁଖ୍ୟ ଅତିଥି ବିଜ୍ଞାନ ମେଳା ର ଉଦଘାଟନ କରି କୁନି ବୈଜ୍ଞାନିକ ମାନଙ୍କ ଦ୍ୱାରା ପ୍ରସ୍ତୁତ ପ୍ରକଳ୍ପ ଗୁଡିକ ବୁଲି ଦେଖି ଥିଲେ। ଏହି ବିଜ୍ଞାନ ମେଳା ରେ ମାଧ୍ୟ୍ୟମିକ ସ୍ତର ରେ 41 ଟି ପ୍ରକଳ୍ପ, ପ୍ରାଥମିକ ସ୍ତର ରେ 53 ଟି ଏବଂ ମିଶନ ଲାଇଫ ରେ 15 ଟି ପ୍ରକଳ୍ପ ସହ ସର୍ବମୋଟ 109 ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା।ବିଚାରକ ଭାବେ ଶ୍ରୀଯୁକ୍ତ ପ୍ରେମ ରଞ୍ଜନ ତ୍ରିପାଠୀ (ଅଧ୍ୟାପକ ଶାସ୍ତ୍ରିଜୀ ମହିଳା ମହାବିଦ୍ୟାଳୟ), ଶ୍ରୀଯୁକ୍ତ ଅଟଳ ବିହାରୀ ନାୟକ (ଅଧ୍ୟାପକ ଶାସ୍ତ୍ରିଜୀ ମହିଳାମହାବିଦ୍ୟାଳୟ), ଶ୍ରୀଯୁକ୍ତ ଜି. ଚଞ୍ଚଳ କୁମାର (ଅଧ୍ୟାପକ ଡ୍ରିମ୍ସ ମାଧ୍ୟମିକ ବିଦ୍ୟାଳୟ),ଶ୍ରୀଯୁକ୍ତ ମଳୟ ମୁଣ୍ଡ ( ବିଜ୍ଞାନ ଶିକ୍ଷକ ପିଏମଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ ଜୁନାଗଡ଼), ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ସାରଙ୍ଗଧର ଠାକୁର ଓ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ପ୍ରଶାନ୍ତ ମହାନ୍ତି ଯୋଗଦାନ କରିଥିଲେ। ତିନୋଟି ବିଭାଗ ରୁ ସର୍ବମୋଟ ସତର(17) ଗୋଟି ପ୍ରକଳ୍ପ ଜିଲ୍ଲା ସ୍ତର ପାଇଁ ମନୋନୀତ ହୋଇଥିଲା। ଶ୍ରୀଯୁକ୍ତ ଆଚାରୀ ଶବର ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଉଦଯାପନୀ ଉତ୍ସବ ରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀମତୀ ଶୁଭଲକ୍ଷ୍ମୀ ନାୟକ ମୁଖ୍ୟ ଅତିଥି, ଅତିରିକ୍ତ ଗୋଷ୍ଠୀଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଜଗଦୀଶ ପ୍ରସାଦ ମୁଣ୍ଡ ସମ୍ମାନିତ ଅତିଥି ଓ ଅବସର ପ୍ରାପ୍ତ ରାଜ୍ୟ ପୁରସ୍କାର ପ୍ରାପ୍ତ ବିଜ୍ଞାନ ଶିକ୍ଷକ ଶ୍ରୀଯୁକ୍ତ ରବୀନ୍ଦ୍ର କୁମାର ପଟ୍ଟନାୟକ ମୁଖ୍ୟବକ୍ତା ଭାବେ ଯୋଗଦାନ କରି ଛାତ୍ରଛାତ୍ରୀ ମାନଙ୍କୁ ମାର୍ଗଦର୍ଶନ କରିଥିଲେ।କୃତି କୁନି ବୈଜ୍ଞାନିକ ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା। ଶ୍ରୀମତୀ ମିନାକ୍ଷୀ ଭୋଳ, ଶ୍ରୀମତୀ ଶ୍ରୁତିସିଲଭା ପଣ୍ଡା ଓ ବର୍ଷାରାଣୀ ତ୍ରିପାଠୀ ମଞ୍ଚ ପରିଚାଳନା କରିଥିଲେ ଏବଂ ଶ୍ରୀଯୁକ୍ତ ଗିରିଜା ଶଙ୍କର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

 ବିଷ୍ନୁ ଚରଣ ସ୍ଵାଇଁ ଙ୍କ ରିପୋଟିଂ

Related posts

ଭାରତ ସରକାର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ , କେନ୍ଦ୍ରୀୟ ସଂଚାର କାର୍ଯ୍ଯ୍ୟଳଯ୍ୟ ଦ୍ୱାରା ବିକଶିତ ଭାରତ ସଂକଳ୍ପ ଯାତ୍ରା କାର୍ଯ୍ୟକ୍ରମ

masiha

ହାତୀ ନେଇଗଲା ଦୁଇ ଜୀବନ

Sunil Chandra Nayak

ବଣାଇ ଉପଖଣ୍ଡ!  କୁଲୁକୁତା ଘାଟିରେ ଇଟା ବୋଝେଇ ଟ୍ରକ ଦୁର୍ଘଟଣାଗ୍ରସ୍ତ ; ଡ଼୍ରାଇଭର ମୃତ , ୩ ଶ୍ରମିକ ଖଣ୍ଡିଆ ଖାବରା 

Sunil Chandra Nayak

Leave a Comment

error: Content is protected !!