ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଠିକାଦାର ସଂଘର ଆନ୍ଦୋଳନ ପ୍ରତ୍ୟାହାର 

ଠିକାଦାର ସଂଘର ଆନ୍ଦୋଳନ ପ୍ରତ୍ୟାହାର 

ରାଉରକେଲା: ୧୦ ଦଫା ଦାବି ନେଇ ରାଉରକେଲା ଠିକାଦାର ସଂଘ ୨୮ ଓ ୨୯ ତାରିଖ ଦୁଇ ଦିନ ଧରି ଆନ୍ଦୋଳନ ପାଇଁ ଡାକରା ଦେଇଥିଲା। ତେବେ ଆରଏସପି କର୍ତ୍ତୃପକ୍ଷଙ୍କ ସହ ଆଲୋଚନା ପରେ କତ୍ତୃପକ୍ଷ ଦାବି ପୂରଣ ପାଇଁ ରାଜି ହେବାରୁ ପ୍ରସ୍ତାବିତ ଆନ୍ଦୋଳନ ପ୍ରତ୍ୟାହାର କରାଯାଇଛି ବୋଲି ସଂଘ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି। ସଂଘର ସଭାପତି ଅଶୋକ କୁମାର ପଟ୍ଟନାୟକ, ସାଧାରଣ ସମ୍ପାଦକ ସିଦ୍ଧାର୍ଥ ପାଣିଗ୍ରାହୀ,ଟାଉନ ସମ୍ପାଦକ ମଧୁସୂଦନ ମହାପାତ୍ର ସାମ୍ବାଦିକଙ୍କୁ ସୂଚନା ଦେଇ କହିଥିଲେ ଯେ ଦାବି ସମ୍ପର୍କରେ ଆରଏସପିର ନିର୍ବାହୀ ନିର୍ଦ୍ଦେଶକ ତରୁଣ ମିଶ୍ର ଓ ବିଶ୍ବରଂଜନ ପଲାଇ,ସିଜିଏମ ଆତିଶ ଚନ୍ଦ୍ର ସରକାର,ରାଜେଶ ଦାସ ଗୁପ୍ତା,ମାନସ ରଞ୍ଜନ ରଥ,ଆଲୋକ କୁମାର ବେହେରା ଓ ବରିଷ୍ଠ ପ୍ରବନ୍ଧକ ସଂଗୀତା ଏମ୍ ସିନ୍ଦୁର ସହ ଏସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା। ଠିକାଦାରଙ୍କୁ ପୂର୍ବରୁ ୧୫ ପ୍ରତିଶତ ଗେଟ୍ ପାସ୍ ପ୍ରଦାନ କରାଯାଇଥିବା ବେଳେ ଏହା ୨୦ ପ୍ରତିଶତକୁ ବୃଦ୍ଧି କରାଯିବା,ଗେଟପାସ ଜମା ବିଳମ୍ବ ପାଇଁ ପ୍ରତିଦିନ ନିଆଯାଉଥିବା ଜରିମାନା ବଦଳରେ ଏଥିପାଇଁ ଏକ ସାମାନ୍ୟ ଅର୍ଥରାଶି ସ୍ଥିର ହେବା, ଶ୍ରମିକ ଅଭାବକୁ ନେଇ କରାଯାଉଥିବା କାର୍ଯ୍ୟାନୁଷ୍ଠାନ ପାଇଁ ଏକ ସମୟସୀମା ପ୍ରଦାନରେ କାର୍ଯ୍ୟ ପୂରଣ କରିବା, ବିଭିନ୍ନ ସମୟରେ ବୃଦ୍ଧି ପାଉଥିବା ମଜୁରୀ ଆଧାରରେ ଠିକାଦାରଙ୍କୁ ପାଉଣା ମିଳିବା, କେବଳ ପଞ୍ଜିକରଣ କରିଦେଇ ଡି ବର୍ଗ ଠିକାଦାରଙ୍କୁ ମିଳୁନଥିବା କାମ ପାଇଁ ଆବଶ୍ୟକ ନୀତି ନିର୍ଦ୍ଧାରଣ କରାଯିବା, ସିଆଇଏସଏଫ ପକ୍ଷରୁ ବିଳମ୍ବରେ ଦିଆଯାଉଥିବା ଗେଟ ପାସ ପ୍ରଦାନ ପାଇଁ ପଦକ୍ଷେପ ଆଦି ୧୦ ଦଫା ଦାବି ପୂରଣ ପାଇଁ କର୍ତ୍ତୁପକ୍ଷ ସମ୍ମତି ପ୍ରଦାନ କରିଥିଲେ। ଏଥିସହ ସ୍ଥାନୀୟ ଠିକାଦାରଙ୍କୁ ଅଗ୍ରାଧିକାର ଭିତ୍ତିରେ କାର୍ଯ୍ୟ ପ୍ରଦାନ ପାଇଁ କର୍ତ୍ତୁପକ୍ଷଙ୍କ ସହ ଆଲୋଚନା ହୋଇଥିଲା । ଏହା ବଳବତ୍ତର ନରହିଲେ ସଂଘ ପୁଣି ଆନ୍ଦୋଳନକୁ ଓହ୍ଲାଇବ ବୋଲି କହିଛି। ଏହି ସାମ୍ବାଦିକ ସମ୍ମିଳନୀରେ ସଂଘର ସର୍ବଶ୍ରୀ ପୁରୁଷୋତ୍ତମ ବେହେରା,ଗୟାଧର ମଲ୍ଲିକ, ମଧୁସୂଦନ ମଲ୍ଲିକ,ରାକେଶ ସିଟ୍, ବିଜୟ ସାହୁ, ବିଜୟ ପ୍ରଧାନ, ଯୁବରାଜ ସାମଲ, ଶ୍ରୀଚରଣ ସାମଲ, ସଦାନନ୍ଦ ବାରିକ, ପଙ୍କଜ ପୋଦାର, ଗିରିଜା ଶଙ୍କର ଦାସ, ପ୍ରଦୀପ ପଣ୍ଡା,ମିହିର ନାଥ, ରଶ୍ମିରଞ୍ଜନ ପାଢ଼ୀ, ଇବ୍ରାହିମ୍ ଖାନ୍, ପ୍ରଭାତ ବେହେରା ପ୍ରମୁଖ ଉପସ୍ଥିତ ଥିଲେ । 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ପୂର୍ବତନ ପୋଲିସ ମହାନିର୍ଦ୍ଦେଶକ ଙ୍କ ପତ୍ନୀ ବିୟୋଗ

masiha

ଵାସିଙ୍ଗୀରେ ମା’ ମନସା ଦେବୀଙ୍କ ପୂଜା ଓ ଘଟ ଶୋଭାଯାତ୍ରା

Sunil Chandra Nayak

ବଡାମତଳିଆରେ ବାଇକ କୁ ପିଟି ଦୃତ ଗତିରେ ଆସି ପଳାଇଲା ଅଜଣା ଗାଡ଼ି; ସ୍ବାମୀ ଅଳ୍ପକେ ରକ୍ଷା ପାଇଲା ବେଳେ ପତ୍ନୀ ଓ ଛୁଆ ଗୁରୁତର

Sunil Chandra Nayak

Leave a Comment

error: Content is protected !!