ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଜ୍ଞାନ ଆବିଷ୍କାରର ବାଟ ଫିଟାଏ’ ବଡାମତଳିଆରେ ବିଜାତଳା ବ୍ଲକସ୍ତରୀୟ ବାଲ ବୈଜ୍ଞାନିକ ୮୮ ଟି ପ୍ରକଳ୍ପ ପ୍ରଦର୍ଶିତ, ବିଭିନ୍ନ ବିଭାଗର ୭ ଟି ପ୍ରକଳ୍ପ ଜିଲ୍ଲା ସ୍ତରକୁ ମନୋନୀତ

ବିଜ୍ଞାନ ଆବିଷ୍କାରର ବାଟ ଫିଟାଏ

ବଡାମତଳିଆରେ ବିଜାତଳା ବ୍ଲକସ୍ତରୀୟ ବାଲ ବୈଜ୍ଞାନିକ ୮୮ ଟି ପ୍ରକଳ୍ପ ପ୍ରଦର୍ଶିତ, ବିଭିନ୍ନ ବିଭାଗର ୭ ଟି ପ୍ରକଳ୍ପ ଜିଲ୍ଲା ସ୍ତରକୁ ମନୋନୀତ

 ମୟୂରଭଂଜ – ୨୯/୧୧ — ମୟୂରଭଞ୍ଜ ଜିଲ୍ଲାର ବିଜାତଳା ବ୍ଲକ ଅନ୍ତର୍ଗତ ବଡାମତଳିଆ ଉଚ୍ଚବିଦ୍ଯାଳୟ ପରିସରରେ ବିଜାତଳା ଗୋଷ୍ଠୀ ଶିକ୍ଷା ଅଧିକାରୀ ଦିଲ୍ଲୀପ କୁମାର ନନ୍ଦଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି I ଉଦଘାଟନୀ ସମାବେଶରେ ମୁଖ୍ଯଅତିଥି ଭାବେ ପୂର୍ବତନ ଗୋଷ୍ଠୀ ଶିକ୍ଷା ଅଧିକାରୀ ନେପାଳ ମୁଣ୍ଡା , ସମ୍ମାନିତ ଅତିଥି ଭାବେ ଏବିଇଓ ରଂଜନ କୁମାର ଷାଣ୍ଡିଲ, ବଡାମତଳିଆ ଉଚ୍ଚ ବିଦ୍ଯାଳୟ ପ୍ରଧାନଶିକ୍ଷୟତ୍ରୀ ସନ୍ତୋଷିନୀ ମୋଦୀ, ବିଦ୍ଯାଳୟ ପରିଚାଳନା କମିଟୀ ସଭାପତି ହରପ୍ରସାଦ ଧୀର, ବିଜାତଳା ହାଇସ୍କୁଲ ପ୍ରଧାନଶିକ୍ଷୟତ୍ରୀ ନିହାରିକା ବେସ୍ରା, ଲୁହାଶିଳା କନ୍ୟାକୁମାରୀ ବାଳିକା ଉଚ୍ଚ ଵିଦ୍ଯାଳୟର ପ୍ରଧାନଶିକ୍ଷକ ଯୋଗେଶ୍ବର ବେହେରା ତଥା ବିଚାରକ ମଣ୍ଡଳୀ ଭାବେ ବନେଇକଳା ହାଇସ୍କୁଲ ପ୍ରଧାନଶିକ୍ଷକ ବଳରାମ ସାହୁ, ରାଇରଙ୍ଗପୁର ହାଇସ୍କୁଲ ର ଶିକ୍ଷକ ବିଜନ କୁମାର ମହାନ୍ତ ଓ କାଣ୍ଡସର ହାଇସ୍କୁଲ ଶିକ୍ଷକ ଜିତେନ୍ଦ୍ର କୁମାର ବରାଳ ପ୍ରମୁଖ ଯୋଗ ଦେଇ ପ୍ରଦୀପ ପ୍ରଜ୍ବଳନ କରିବା ପରେ ବାଲ ବୈଜ୍ଞାନିକ ପ୍ରଦର୍ଶନୀର ଆନୁଷ୍ଠାନିକ ପତାକା ଉତ୍ତୋଳନ କରିଥିଲେ I ବଡାମତଳିଆ ହାଇସ୍କୁଲର ପ୍ରଧାନଶିକ୍ଷୟତ୍ରୀ ସନ୍ତୋଷିନୀ ମୋଦୀ ସ୍ବାଗତ ଭାଷଣ ଦେବା ପରେ ସଭାପତି ବିଜାତଳା ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ଦିଲ୍ଲୀପ କୁମାର ନନ୍ଦ ବାଲ ବୈଜ୍ଞାନିକ ଓ ବିଜ୍ଞାନ ମେଳା ସଂପର୍କରେ ସଂକ୍ଷିପ୍ତ ବକ୍ତବ୍ୟ ପ୍ରଦାନ କରିଥିଲେ I ମୁଖ୍ଯଅତିଥି ପୂର୍ବତନ ବିଜାତଳା ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ନେପାଳ ମୁଣ୍ଡା ଛାତ୍ରଛାତ୍ରୀମାନଙ୍କୁ କର୍ତ୍ତବ୍ୟନିଷ୍ଠା, ଦାୟିତ୍ବବୋଧ ଓ ସମୟାନୁବର୍ତ୍ତୀତା ହେବା ପାଇଁ ଉପଦେଶ ଦେଇଥିଲେ I ଏହାପରେ ଅତିଥିଗଣ ବାଲ ବୈଜ୍ଞାନିକ ପ୍ରଦର୍ଶନୀ ର ଫିତାକାଟି ଶୁଭ ଉଦଘାଟନ କରିଥିଲେ l ଅତିଥିଗଣ ବିଜ୍ଞାନ ମେଳା ପ୍ରଦର୍ଶନୀ ବୁଲି ଦେଖିଥିଲେ I ଏଥିରେ ସାତୋଟି ବିଷୟବସ୍ତୁ ଉପରେ ବିଜ୍ଞାନମେଳା ଆୟୋଜିତ ହୋଇଥିଲା I ସେଗୁଡିକ ହେଲା – ପୋଷଣୀୟ କୁଷି,ପ୍ଲାଷ୍ଟିକ ପରିବର୍ତ୍ତେ ବର୍ଜ୍ୟ ବସ୍ତୁ ର ପରିଚାଳନା, ସବୁଜଶକ୍ତି, ଉଦୀୟମାନ ପ୍ରଯୁକ୍ତି ବିଦ୍ଯା, ଆମୋଦଦାୟକ ଗାଣିତିକ ମଡେଲିଂ, ଜଳ ସଂରକ୍ଷଣ ଓ ପରିଚାଳନା , ସ୍ବାସ୍ଥ୍ଯ ଓ ସ୍ବାସ୍ଥ୍ୟରକ୍ଷା I ଉକ୍ତ ମେଳାରେ ପ୍ରାଥମିକ, ଉଚ୍ଚ ପ୍ରାଥମିକ ଓ ଉଚ୍ଚ ବିଦ୍ଯାଳୟ ମିଶାଇ ସମୁଦାୟ ୮୮ ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା I ଉଦଯାପନୀ ସମାବେଶରେ ସଭାପତି ବିଜାତଳା ଗୋଷ୍ଠୀ ଶିକ୍ଷା ଅଧିକାରୀ ଦିଲ୍ଲୀପ କୁମାର ନନ୍ଦଙ୍କ ସଭାପତିତ୍ବରେ ମୁଖ୍ଯଅତିଥି ଭାବେ ବିଜାତଳା ବିଡିଓ ବଂଶୀଧର ଖୋସଲା, ମଖ୍ଯବକ୍ତା ଭାବେ ବିଜାତଳା ତହସିଲଦାର ଅଶ୍ଵିନି କୁମାର ନନ୍ଦ, ସମ୍ମାନିତ ଅତିଥି ଭାବେ ବଡାମତଳିଆ ହାଇସ୍କୁଲ ପ୍ରଧାନଶିକ୍ଷୟତ୍ରୀ ସନ୍ତୋଷିନୀ ମୋଦୀ, ପୁରାତନ ପ୍ରଧାନଶିକ୍ଷକ କୁଞ୍ଜବିହାରୀ ମହାନ୍ତ, ପୁରାତନ ଶିକ୍ଷକ ହରିଶ ଚନ୍ଦ୍ର ଧଳ ତଥା ବିଚାରକ ମଣ୍ଡଳୀ ପ୍ରମୁଖ ଯୋଗ ଦେଇଥିଲେ I ସଭାପ୍ରାରମ୍ଭରେ ବଡାମତଳିଆ ହାଇସ୍କୁଲ ର ଛାତ୍ରୀଗଣ ନୁତ୍ଯ ଓ ସଂଗୀତରେ ସ୍ବାଗତ କରିଥିଲେ I ବିଡିଓ ବଂଶୀଧର ଖୋସଲା ବାଲ ବୈଜ୍ଞାନିକମାନଙ୍କୁ ଉତ୍ସାହିତ କରିବା ସହିତ ତୁମମାନଙ୍କ ଭିତରେ କିଏ ଏପିଜେ ଅବଦୁଲ କାଲାମ, ସି ଭି ରମନ ଓ ସାର ଆଇଜାକ ନିଉଟନ ହୋଇ ନ ବାହାରିବେ କିଏ ଅବା ନ କହିବ , ତେଣୁ ଛାତ୍ରଛାତ୍ରୀମାନଙ୍କର ଅନ୍ତନିହିତ ଗୁଣକୁ ବିକଶିତ କରିବା ଗୁରୁମାନଙ୍କର ପରମ କର୍ତ୍ତବ୍ୟ ରହିବା ଉଚିତ ବୋଲି ନିଜ ବକ୍ତବ୍ଯରେ ଜଣାଇଥିଲେ I ଏଥିରେ ସାତୋଟି ବିଷୟବସ୍ତୁ ରେ ପ୍ରଥମସ୍ଥାନ ଅଧିକାର କରିଥିବା କୁତୀପ୍ରତିଯୋଗୀ ମାନେ ହେଲେ : ୧) ବର୍ଷା ନାଏକ, ପୂର୍ଣେଶ୍ବର ସରକାରୀ ୟୁପି ସ୍କୁଲ, ସରଗଡା,୨) ଜ୍ଯୋତି ଗିରି, ଓଡିଶା ଆଦର୍ଶ ବିଦ୍ଯାଳୟ, ଲୁହାଶିଳା, ୩) ମାଇନ ମାର୍ଣ୍ଡି, ସରକାରୀ ଏସଏସଡି ହାଇସ୍କୁଲ , ମୁଣ୍ଡାଠାକୁରା, ୪) ବୁଦ୍ଧେଶ୍ବରୀ ବେହେରା, ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ଯାଳୟ, ଜୁଡିଆ, ୫) ବାସୁଦେବ ସିଂ ସରକାରୀ ହାଇସ୍କୁଲ, ବିଜାତଳା, ୬) ଗୋବିନ୍ଦ ମୁର୍ମୁ, ସରକାରୀ ଉଚ୍ଚ ପ୍ରଥମିକ ବିଦ୍ଯାଳୟ , ପିଠାକୁଟୁଣୀ ଓ ୭) ଲୁକୀରାମ ବାସ୍କେ, ସରକାରୀ ପ୍ରାଇମେରୀ ବିଦ୍ଯାଳୟ, ବଡଝରଣ ،I ସେମାନେ ଜିଲ୍ଲାସ୍ତରୀୟ ବାଲ ବୈଜ୍ଞାନିକ ଓ ବିଜ୍ଞାନ ମେଳାରେ ଅଂଶଗ୍ରହଣ କରିବେ l କୁତୀପ୍ରତିଯୋଗୀମାନଙ୍କୁ ଅତିଥିଗଣ ମାନପତ୍ର ଓ କପ୍ ଦେଇ ପୁରସ୍କୁତ କରିଥିଲେ I ଏଥିସହିତ କୁଇଜ୍ ପ୍ରତିଯୋଗିତାରେ କୁତିପ୍ରତିଯୋଗୀମାନଙ୍କୁ ପୁରସ୍କୁତ କରାଯାଇଥିଲା I ଏଥିରେ ସମସ୍ତ ବିଦ୍ଯାଳୟର ଛାତ୍ରଛାତ୍ରୀ, ଶିକ୍ଷକଶିକ୍ଷୟତ୍ରୀ,ଅବିଭାବକଅବିଭାବିକାଗଣ ତଥା ସମସ୍ତ ସିଆରସିସି ଉପସ୍ଥିତଥିଲେ I

ମୟୂରଭଂଜ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ବାଲୁକା କଳାରେ ରାଧାକ୍ରିଷ୍ଣନ ଙ୍କୁ ଶ୍ରଦ୍ଧାଞ୍ଜଳି

Sunil Chandra Nayak

Blood Donation Camp , 50 Units of blood collected

masiha

ଦିବ୍ୟାଙ୍ଗ ନିମନ୍ତେ ବ୍ଲକ ସ୍ଥରୀୟ କ୍ଷେତ୍ର ପରିଭ୍ରମଣ କାର୍ଯ୍ୟକ୍ରମ

masiha

Leave a Comment

error: Content is protected !!