ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିନ୍ଦଲ ଫାଉଣ୍ଡେସନ ପକ୍ଷରୁ ମେଧାବୀ ମାଟ୍ରିକ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା

ଜିନ୍ଦଲ ଫାଉଣ୍ଡେସନ ପକ୍ଷରୁ ମେଧାବୀ ମାଟ୍ରିକ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା

ଯୋଡ଼ା: ଜିନ୍ଦଲ ଷ୍ଟିଲର ସାମାଜିକ ସଂସ୍ଥା ଜିନ୍ଦଲ ଫାଉଣ୍ଡେସନ ପକ୍ଷରୁ ବଡ଼ବିଲ ପେଲେଟ ପ୍ଲାଣ୍ଟ ପାରିପାର୍ଶ୍ୱିକ ଅଞ୍ଚଳରେ ଅବସ୍ଥିତ ସ୍କୁଲଗୁଡ଼ିକର ୬୦ ପ୍ରତିଶତରୁ ଅଧିକ ନମ୍ବର ରଖିଥିବା ମେଧାବୀ ମାଟ୍ରିକ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଏହା ସହିତ ଗୋଷ୍ଠୀ ଶିକ୍ଷା ସ୍ୱେଚ୍ଛାସେବୀଙ୍କ ପାଇଁ ଏକ ତାଲିମ ଅଧିବେଶନ ମଧ୍ୟ ଅନୁଷ୍ଠିତ ହୋଇଥିଲା।

ଜିନ୍ଦଲନଗର ମୁଭି ହଲରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ବଡ଼ବିଲ ପେଲେଟ ପ୍ଲାଣ୍ଟ ୟୁନିଟ ହେଡ୍ ଶ୍ରୀ ପୁରୁଷୋତ୍ତମ ଏମ୍ ଡି., ଯୋଡ଼ା ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀ କ୍ଷେତ୍ରମୋହନ ହାଁସଦା, ଯୋଡ଼ା ବ୍ଲକ ଅତିରିକ୍ତ ଶିକ୍ଷା ଅଧିକାରୀ ଶ୍ରୀ ବିରଞ୍ଚି ନାରାୟଣ ଶତପଥୀ, ଦେଓଝର ସରପଞ୍ଚ ଶ୍ରୀ ଧ୍ରୁବଚରଣ ନାଏକ, ପଞ୍ଚାୟତ ସମିତି ସଭ୍ୟ ଶ୍ରୀମତୀ ଲକ୍ଷ୍ମୀ ମୁଣ୍ଡା, ଜିନ୍ଦଲ ଷ୍ଟିଲ-ବିକେଟିଆର ସିଏସଆର ମୁଖ୍ୟ ଶ୍ରୀ ଭର୍ଜିଲ ଲାକ୍ରା ପ୍ରମୁଖ ଯୋଗଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଆଖପାଖ ସ୍କୁଲର ଶିକ୍ଷକ, ଶିକ୍ଷୟିତ୍ରୀ ଓ ଅଭିଭାବକ ମଧ୍ୟ ଉପସ୍ଥିତ ଥିଲେ।

ଧବଳେଶ୍ୱର ହାଇସ୍କୁଲର ୯ ଓ ବିଲେଇପଦା ହାଇସ୍କୁଲର ୨୭ଜଣ ଛାତ୍ରଛାତ୍ରୀଙ୍କୁ ସମ୍ମାନିତ କରାଯିବା ସହ ପୁରସ୍କାର ପ୍ରଦାନ କରାଯାଇଥିଲା। ଗୋଷ୍ଠୀ ଶିକ୍ଷା ସ୍ୱେଚ୍ଛାସେବୀଙ୍କ ତାଲିମ କାର୍ଯ୍ୟକ୍ରମରେ ୪୦ଜଣ ସ୍ୱେଚ୍ଛାସେବୀ ଅଂଶଗ୍ରହଣ କରିଥିଲେ।

ଜିନ୍ଦଲ ଫାଉଣ୍ଡେସନ ପକ୍ଷରୁ ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, କ୍ରୀଡ଼ା ଓ ସଂସ୍କୃତିର ବିକାଶ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ନିରନ୍ତର ଭାବେ ଚାଲିଛି। ପାରିପାର୍ଶ୍ୱିକ ସ୍କୁଲଗୁଡ଼ିକରେ ଶିକ୍ଷକ-ଛାତ୍ରଛାତ୍ରୀ ଅନୁପାତରେ ସନ୍ତୁଳନ ରଖିବା ପାଇଁ ଗୋଷ୍ଠୀ ଶିକ୍ଷା ସ୍ୱେଚ୍ଛାସେବୀ ନିଯୁକ୍ତ କରାଯାଇଛି। ଡ୍ରପ ଆଉଟ ରୋକିବା ପାଇଁ ଫାଉଣ୍ଡେସନ ପକ୍ଷରୁ ଗ୍ରାମାଞ୍ଚଳରେ ସଚେତନତା ପଦକ୍ଷେପ ନିଆଯାଉଛି। ଏହା ସହିତ ଆବଶ୍ୟକତା ଅନୁସାରେ ସ୍କୁଲର ଭିତ୍ତିଭୂମି ନିର୍ମାଣ ସହ ଶିକ୍ଷା ଓ ଶିକ୍ଷଣ ସାମଗ୍ରୀ ମଧ୍ୟ ପ୍ରଦାନ କରାଯାଉଛି।

ମହିଳା ଶିକ୍ଷା ଓ ଦକ୍ଷତା ବିକାଶକୁ ମଧ୍ୟ ସ୍ୱତନ୍ତ୍ର ଭାବେ ପ୍ରୋତ୍ସାହିତ କରାଯାଉଛି। ୨୦୨୨ରୁ ଜିନ୍ଦଲ ଫାଉଣ୍ଡେସନ ପକ୍ଷରୁ ଆରମ୍ଭ ହୋଇଥିବା “ୟଶସ୍ୱୀ” କାର୍ଯ୍ୟକ୍ରମ ଦ୍ୱାରା ଆର୍ଥିକ ଅନଗ୍ରସର ଛାତ୍ରୀ ଓ ମହିଳାମାନଙ୍କୁ ଶିକ୍ଷା ତଥା ଦକ୍ଷତା ବିକାଶ ପାଇଁ ଆର୍ଥିକ ସହାୟତା ଯୋଗାଇଦିଆଯାଉଛି। 

ଉର୍ମିଳା ପଣ୍ଡା ଙ୍କ ରିପୋର୍ଟ୍ 

Related posts

ଓଡିଶା ଡ୍ରାଇଭର୍ ମହାସଂଘ ତରଫରୁ ସହାୟତା ରାଶି ଓ ରେସନ ସମାଗ୍ରୀ ମୃତକ ଡ୍ରାଇଭରଙ୍କ ପରିବାରକୁ ପ୍ରଦାନ 

Sunil Chandra Nayak

ସମ୍ବଲପୁରି କଲା ସଂସ୍କୃତି ଅନୁଷ୍ଠାନ ତରଫରୁ ଆଜି ସମ୍ବଲପୁରୀ ଦିନ୍ ପାଳିତ ହୋଇ ଯାଇଛି

Sunil Chandra Nayak

ଉଦଘାଟିତ ହେଲା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା) ଖଇରା ମଣ୍ଡଳ କାର୍ଯ୍ୟାଳୟ

masiha

Leave a Comment

error: Content is protected !!