ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସ୍ମାରକୀ ଜାତୀୟ ନାଟକ ମହୋତ୍ସବ ଡିସେମ୍ବର ୨୨ରୁ। ସମ୍ବର୍ଦ୍ଧିତ ହେବେ ପାଞ୍ଚପିଢିର କଳାକାର

ସ୍ମାରକୀ ଜାତୀୟ ନାଟକ ମହୋତ୍ସବ ଡିସେମ୍ବର ୨୨ରୁ। ସମ୍ବର୍ଦ୍ଧିତ ହେବେ ପାଞ୍ଚପିଢିର କଳାକାର

କଳାହାଣ୍ଡିର ଅଗ୍ରଣୀ ନାଟ୍ୟାନୁଷ୍ଠାନ “ସ୍ମାରକୀ ନାଟ୍ୟ ସଂସ୍ଥା” ପକ୍ଷରୁ ଆସନ୍ତା ଡିସେମ୍ବର ୨୨ ତାରିଖ ଠାରୁ ଡିସେମ୍ବର ୨୬ ତାରିଖ ପର୍ଯ୍ଯନ୍ତ ୫ ଦିନ ବ୍ୟାପୀ ସ୍ଥାନୀୟ ଟାଉନ୍ ହଲ୍ ଠାରେ ନାଟ୍ୟରଶ୍ମି ପ୍ରଫୁଲ୍ଲ ରଥ “ସ୍ମାରକୀ ଜାତୀୟ ନାଟ୍ୟ ମହୋତ୍ସବ – ୨୦୨୫” ଅନୁଷ୍ଠିତ ହେବ। ଏହି ମହୋତ୍ସବର ଉଦଘାଟନୀ ଦିବସରେ ନାଟ୍ୟକାର ମନୋଜ ରଥଙ୍କ ରଚିତ ଓ ପ୍ରବୋଧ ରଥଙ୍କ ନିର୍ଦ୍ଦେଶିତ ସ୍ମାରକୀ ନାଟ୍ୟ ସଂସ୍ଥାର ଓଡ଼ିଆ ନାଟକ “ଅବାଞ୍ଛିତ କୁରୁକ୍ଷେତ୍ର” ମଞ୍ଚସ୍ଥ ହେବ। ସେହିଭଳି ମହୋତ୍ସବର ଦ୍ଵିତୀୟ ଦିବସରେ ନାଟ୍ୟକାର ଆଶିଷ ସୋନାରଙ୍କ ରଚିତ ଓ ସତ୍ୟରଞ୍ଜନ ବେହେରାଙ୍କ ନିର୍ଦ୍ଦେଶିତ ଶ୍ରୀ କଲଚରାଲ ଏସୋସିଏସନ, ସମ୍ବଲପୁର lର ସମ୍ବଲପୁରୀ ନାଟକ “ସାଧନା” ପ୍ରଦର୍ଶିତ ହେବ। ତୃତୀୟ ଦିବସରେ ନାଟ୍ୟକାର ଜୟନ୍ତ ଦଲବିଙ୍କ ରଚିତ ଓ ମହମ୍ମଦ ନିଜାମଙ୍କ ନିର୍ଦ୍ଦେଶିତ ପଥ୍ ଜାମସେଦପୁରର ହିନ୍ଦୀ ନାଟକ “ସନ୍ଧ୍ୟା ଛାୟା” ମଞ୍ଚସ୍ଥ ହେବ। ସେହିଭଳି ଚତୁର୍ଥ ଦିବସରେ ମଞ୍ଚସ୍ଥ ହେବ ଏସ୍. ଏମ୍ ଆଜାଦ୍ ଆଲମଙ୍କ ନିର୍ଦ୍ଦେଶିତ ଲିଟିଲ୍ ଥେପସିନ୍, ଦିଲ୍ଲୀର ହିନ୍ଦୀ ନାଟକ “ପତଝଡ”। ଉଦଯାପନୀ ଦିବସରେ ମନୋଜ କୁମାର ଶାହା (ଅବିର)ଙ୍କ ନିର୍ଦ୍ଦେଶିତ ନୟାବାଦ ତିତାସ୍, କଲିକତାର ବଙ୍ଗାଳୀ ନାଟକ “ଆପନ୍ କେ ତେୟୋ” ମଞ୍ଚସ୍ଥ ହେବ। ଏହି ଅବସରରେ ନାଟକ କ୍ଷେତ୍ରରେ କଳାହାଣ୍ଡି ମାଟିକୁ ବିଶେଷ ଅବଦାନ ପାଇଁ ବରିଷ୍ଠରୁ କନିଷ୍ଠ ପାଞ୍ଚପିଢିର ଅଭିନେତାଙ୍କୁ ସମ୍ବର୍ଦ୍ଧିତ କରାଯିବ। ବରିଷ୍ଠ ବର୍ଗରୁ କ୍ରମରେ ବିଶିଷ୍ଟ ଅଭିନେତା ପ୍ରତାପ କିଶୋର ମୁଣ୍ଡ, ସୁରେନ୍ଦ୍ର ନେଗୀ, ପୂର୍ଣ୍ଣଚନ୍ଦ୍ର ପଣ୍ଡା, ରାଜେଶ ଦାଶ, ଲିପ୍ସାରାଣୀ ବାରିକ ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯିବ ବୋଲି ସ୍ମାରକୀ ନାଟ୍ୟ ସଂସ୍ଥାର ସଭାପତି ପ୍ରବୋଧ ରଥ ଏବଂ ସମ୍ପାଦକ ସୌରଭ ମହାପାତ୍ର ଏକ ପ୍ରେସ ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି। ଆଜି ଏ ନେଇ ସ୍ଥାନୀୟ ଲେଖକ କଳା ପରିଷଦ ସଭାଗୃହରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ପ୍ରବୋଧ ରଥ, ସୌରଭ ମହାପାତ୍ର,ଆଶୁତୋଷ ପୁରୋହିତ, ଆଲୋକ କୁମାର ସାହୁ, କେ. ଗୋପିଧର ନାୟର, ଶୁଭମ ବେହେରାଙ୍କ ସମେତ ସ୍ମାରକୀ ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତା ଯୋଗ ଦେଇଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ବର ଘରୁ ବାହାରି ଗ୍ରାମ ରେ ବାଜା ବାଣ କରି ଯିବା ବେଳେ ଅଘଟଣ ,ଲୋକଙ୍କୁ ମାଡି ଗଲା ବରକୁ ନେଇ ଯିବାକୁ ଥିବା କାର , ୧୦ ଗୁରୁତର ୧ ମୃତ

Sunil Chandra Nayak

ରାଜପୁର ସାଧନ କେନ୍ଦ୍ରଠାରେ ଗୁରୁ ଦିବସ ପାଳିତ

masiha

ସଂକୀର୍ତ୍ତନ୍ୟ ମଣ୍ଡଳୀ ଓ କଳାକାର ମାନଙ୍କ ତରଫରୁ ବିକ୍ଷୋଭ 

Sunil Chandra Nayak

Leave a Comment

error: Content is protected !!