ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆନ୍ତ ଜିଲ୍ଲା ବିଦ୍ୟାଳୟ ସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ପାଇଁ ନବରଙ୍ଗପୁର ଜିଲ୍ଲା ଦଳ ର କଟକ ଗସ୍ତ

ଆନ୍ତ ଜିଲ୍ଲା ବିଦ୍ୟାଳୟ ସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ପାଇଁ ନବରଙ୍ଗପୁର ଜିଲ୍ଲା ଦଳ ର କଟକ ଗସ୍ତ

ନବରଙ୍ଗପୁର :(୨୧|୧୨)(ମ.ନି.ସ)ରାଜ୍ୟ କ୍ରିକେଟ୍ ସଂଘ ଆନୁକୁଲ୍ୟରେ ଆସନ୍ତା ୨୪ ତାରିଖରୁ କଟକ ଠାରେ ଆନ୍ତଃ ଜିଲ୍ଲା ବିଦ୍ୟାଳୟ ସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟର ୫୦ ଓଭର୍ କ୍ରିକେଟ ଲିଗ୍ ମ୍ୟାଚ୍ ଅନୁଷ୍ଠିତ ହେବ। ଏଥି ନିମନ୍ତେ ନବରଙ୍ଗପୁର ଜିଲ୍ଲା ଦଳ ଚୟନ କରାଯାଇଛି। ଜିଲ୍ଲା କ୍ରିକେଟ ସଂଘର ସଂପାଦକ ପ୍ରହଲ୍ଲାଦ ତ୍ରିପାଠୀ ଏକ ୧୫ ଜଣିଆ ଖେଳାଳୀ ଘୋଷଣା କରିଛନ୍ତି। ଏଥିରେ ପଙ୍କଜ ସତ୍ନାମି ଅଧିନାୟକ ଭାବେ ଚୟନ ହୋଇଥିବା ବେଳେ ଅନ୍ୟ ମାନଙ୍କ ମଧ୍ୟରେ ଅଜିତ ଗବଲା, ନିକ୍ଲେଶ ବୋଇଶାଖ, ରିତ୍ ହରିଜନ, ବିରେନ୍ଦ୍ର ପାଣିଗ୍ରାହୀ, ସାହିଲ ହରିଜନ, ରଘୁବିର ପଟ୍ଟନାୟକ, ସ୍ଵାଧୀନ ପଟ୍ଟନାୟକ, ସହିଲ ହରିଜନ, ଆଦର୍ଶ କୁମାର ବେହେରା , ମୟଙ୍କ ସୌରା, ଆଶୁତୋଷ ଗନ୍ତାୟତ, ଏମ.ଇ. କୌସ, ଦୁର୍ଗା ପ୍ରସାଦ ବେହେରା, ସିଦ୍ଧି ପାତ୍ର ପ୍ରମୁଖ ଚୟନ ହୋଇଛନ୍ତି। କୋଚ୍ ଭାବେ ଲମ୍ବଧର ସୌରା ଏବଂ ମ୍ୟାନେଜର ଭାବରେ ଶଶାଙ୍କ ଶେଖର ବେହେରା ଦାୟିତ୍ଵ ତୁଲାଇବେ । କ୍ରୀଡା ସଂଘର ମିଡିଆ ସଂଯୋଜକ ସଂଘର ମନୋଜ କୁମାର ପଟ୍ଟନାୟକ , ଜିଲ୍ଲା କ୍ରୀଡା ସଂଘର ସହ ସମ୍ପାଦକ ଏମ. ବାଲାକ୍ରୀଷ୍ଣା ରାଓ, କ୍ରୀଡା ସଂଘର କ୍ରିକେଟ ସମ୍ପାଦକ ଅଶୋକ ନାୟକ ସମେତ ସଂଘର ଅନ୍ୟ ସମସ୍ତ ସଦସ୍ୟ ଶୁବେଛା ଜଣାଇଛନ୍ତି । ସୂଚନା ଯୋଗ୍ୟ ଯେ ନବରଙ୍ଗପୁର ଜିଲ୍ଲା ଦଳ ଅକ୍ଟୋବର ୨୪ ତାରିଖ ରୁ ୩୦ ତାରିଖ ପର୍ଯ୍ୟନ୍ତ ଯାଜପୁର, କଟକ, ନୟାଗଡ଼, କେନ୍ଦ୍ରାପଡ଼ା ଏବଂ ବୌଦ ସହ ଲିଗ୍ ମ୍ୟାଚ୍ ଖେଳିବେ। ଜିଲ୍ଲାର ପ୍ରାକ୍ତନ ବରିଷ୍ଠ କ୍ରୀଡାବିତ୍ ମାନେ ଦଳର ସଫଳତା ନିମନ୍ତେ ଶୁଭକାମନା ଜଣାଇଛନ୍ତି।

Related posts

ବଲାଙ୍ଗିର ଜିଲ୍ଲା ପରିବହନ ବିଭାଗ ପକ୍ଷରୁ ୩୪ ତମ ସଡ଼କ ସୁରକ୍ଷା ସପ୍ତାହ ସଚେତନତା ରେଳି ସହିତ ଉଦଯାପିତ।

Sunil Chandra Nayak

ବିଷାକ୍ତ ସାପ କାମୁଡାରେ ନାବାଳିକା ମୃତ

masiha

ଜୀବନ ସଂଘର୍ଷରେ ଗଜରାଜର ମୃତ୍ୟୁ

masiha

Leave a Comment

error: Content is protected !!