ବିଜେପି ରାଉରକେଲା ଜିଲ୍ଲା ପଦାଧିଧାରୀଙ୍କ ବୈଠକ ଅନୁଷ୍ଠିତ
ରାଉରକେଲା: ଭାରତୀୟ ଜନତା ପାର୍ଟି ରାଉରକେଲା ସାଙ୍ଗଠନିକ ଜିଲ୍ଲାର ଜିଲ୍ଲା ପଦାଧିକାରୀ ବୈଠକ ଜିଲ୍ଲା ସଭାପତି ପୂର୍ଣ୍ଣିମା କେରକେଟା ଙ୍କ ଅଧ୍ୟକ୍ଷତାରେ ରାଜାମୁଣ୍ଡା ସ୍ଥିତ ଦଳୀୟ କାର୍ଯ୍ୟାଳୟ ରେ ଅନୁଷ୍ଠିତ ହୋଇ ଯାଇଛି। ବୈଠକରେ ଦଳର ଆଗାମୀ ସାଂଗଠନିକ କାର୍ଯ୍ଯକ୍ରମ ସମ୍ବନ୍ଧରେ ଆଲୋଚନା ହୋଇ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ କରାଯାଇଥିବା ବେଳେ ଦଳକୁ ବୁଥ ସ୍ତରରେ ସଂଗଠିତ କରିବା ସହ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନ କଲ୍ୟାଣକାରୀ ଓ ବିଭିନ୍ନ ଯୋଜନା ଗୁଡ଼ିକର ଲାଭ ତୃଣମୂଳ ସ୍ତରରେ ପହଞ୍ଚାଇବା ପାଇଁ ଆଲୋଚନା ହୋଇଥିଲା। ମଣ୍ଡଳ ସ୍ତରରେ ସଂଗଠନକୁ ଆହୁରି ସୁଦୃଢ଼ ଓ ଶକ୍ତିଶାଳୀ କରିବା ପାଇଁ ମଣ୍ଡଳ ପ୍ରଭାରୀ ନିଯୁକ୍ତି କରିବା ପାଇଁ ସର୍ବ ସମ୍ମତି କ୍ରମେ ସ୍ଥିରିକୃତ ହୋଇ ଥିଲା। ଏହା ସହ ବିକଶିତ ଭାରତ – ଜି ରାମ ଜି କାର୍ଯ୍ୟକ୍ରମ ର ବର୍ତ୍ତମାନ ପର୍ୟ୍ୟନ୍ତ ହୋଇଥିବା କାର୍ଯ୍ୟର ସମୀକ୍ଷା କରା ଯାଇଥିଲା। ବୈଠକରେ ଜିଲ୍ଲା ସଭାପତିଙ୍କ ସହ ଜିଲ୍ଲା ସଧାରଣ ସମ୍ପାଦକ ଅଭିରାମ ମହାକୁଳ,ନିରଞ୍ଜନ ମାହାତୋ ଓ ରଞ୍ଜିତ ନାୟକ, ଜିଲ୍ଲା ଉପ ସଭାପତି ଅମରେନ୍ଦ୍ର ନାଥ ଶର୍ମା, ପଦ୍ମିନୀ ଦାସ, ଯମୁନା ମୁଣ୍ଡା, ସତ୍ୟପ୍ରିୟ ସାହୁ ଓ ମନୋଜ କୁମାର ସେନାପତି, ଜିଲ୍ଲା ସମ୍ପାଦକ ପ୍ରଣତାପ ଦାସ, ଶଙ୍କର ଲୋହାର, ଜୟନ୍ତୀ ମାହାନ୍ତ, ନିଲମ୍ ସୁନାନୀ ଓ ସନ୍ତୋଷ କୁମାର ବିରାଟ, ଜିଲ୍ଳା କୋଷାଧ୍ୟକ୍ଷ ସତ୍ୟପଦ ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ।
ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍

