ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଉରକେଲା ହକର୍ସ ଆସୋସିଏସନ୍ ର ବାର୍ଷିକ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ.

ରାଉରକେଲା ହକର୍ସ ଆସୋସିଏସନ୍ ର ବାର୍ଷିକ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ.

ଖବରକାଗଜ ବିତରକ ମାନଙ୍କୁ ସାମାଜିକ ସୁରକ୍ଷା ଓ ସରକାରୀ ସହଯୋଗ ପାଇଁ ବିଧାନସଭା ଆଗରେ ବିକ୍ଷୋଭ ପାଇଁ ନିଷ୍ପତ୍ତି.

ରାଉରକେଲା :ରାଉରକେଲା ହକର୍ସ ଆସୋସିଏସନ୍ ବାର୍ଷିକ ବନ୍ଧୁମିଳନ ଆଲୋଚନାଚକ୍ର କାର୍ଯ୍ୟକ୍ରମ ସ୍ଥାନୀୟ ସେକ୍ଟର ୯ ସ୍ଥିତ ଲୁଗୁନ ପାର୍କ ଠାରେ ଅନୁଷ୍ଠିତ ହୋଇଯାଇଛି। ” ସମ୍ବାଦପତ୍ର ର ସ୍ଥିତି ଓ ସମ୍ବାଦପତ୍ର ବିକ୍ରେତା ମାନଙ୍କ ସମସ୍ୟା” ଶୀର୍ଷକ ଆଲୋଚନାଚକ୍ର ରେ ଆସୋସିଏସନର ସଭାପତି ତଥା ସି ଆଇ ଟି ୟୁ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବିଷ୍ଣୁ ମହାନ୍ତି କହିଥିଲେ ଯେ ରାଉରକେଲା ହକର୍ସ ଆସୋସିଏସନ୍ ସମଗ୍ର ଓଡ଼ିଶାରେ ଖବରକାଗଜ ବିତରକ ମାନଙ୍କ ବିଭିନ୍ନ ସମସ୍ୟା କୁ ନେଇ ଓଡ଼ିଶାର ଖବରକାଗଜ ବିତରକ ମାନଙ୍କୁ ସଂଗଠିତ କରି ବିଗତ ଦିନରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। ଆଜିର ଦିନରେ ସରକାର ବିଭିନ୍ନ ଅସଙ୍ଗଠିତ ଶ୍ରମିକ ମାନଙ୍କୁ ବିଭିନ୍ନ ସହାୟତା ପ୍ରଦାନ କରୁଥିଲା ବେଳେ ଖବର କାଗଜ ବିତରକ ମାନଙ୍କୁ ଉପେକ୍ଷା କରାଯାଇଛି। କେବଳ ଖବର କାଗଜଟିଏ ବିକିଲେ ତାର କମିଶନ୍ ରେ ସେ ତାର ପରିବାର ପୋଷଣ କରୁଛି ନ କରି ପାରିଲେ ସେ ତାର ପରିବାର ଭୋକ ଉପାସରେ ଦିନ କାଟିବାକୁ ବାଧ୍ୟ ହେଉଛି। ସରକାର ଙ୍କ ନିକଟରେ ବାରମ୍ବାର ଆସୋସିଏସନ୍ ପକ୍ଷରୁ ଦାବି କରାଯାଇଥିଲେ ମଧ୍ୟ କୈଣସି ସୁଫଳ ଆଜି ପର୍ଯ୍ୟନ୍ତ ମିଳିପାରିନାହିଁ। ଆଗାମୀ ବିଧାନସଭା ଅଧିବେଶନ ସମୟରେ ଖବରକାଗଜ ବିତରକ ମାନଙ୍କୁ ଏକଜୁଟ କରି ଭୁବନେଶ୍ବର ରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହିତ ସମସ୍ୟାର ସମାଧାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯିବାକୁ ଶ୍ରୀ ମହାନ୍ତି ଆହ୍ୱାନ କରିବା ସହିତ ଶ୍ରମ କୋର୍ଡ ଲାଗୁ ବିରୋଧରେ ଆଗାମୀ ଫେବୃଆରୀ ୧୨ ତାରିଖ ଦେଶବ୍ୟାପୀ ସାଧାରଣ ଧର୍ମଘଟ ଓ ହରତାଳ କୁ ସଫଳ କରିବା ପାଇଁ ରାଉରକେଲା ହକର୍ସ ଆସୋସିଏସନ୍ ସମସ୍ତ ଉଦ୍ୟମ କରିବ ବୋଲି ସେ ଆହ୍ୱାନ କରିଥିଲେ । 

     ୟୁନିୟନର ସାଧାରଣ ସମ୍ପାଦକ ତଥା ସି ଆଇ ଟି ୟୁ ରାଜ୍ୟ ଉପସଭାପତି ବିମାନ ମାଇତି ଖବରକାଗଜ ବିତରକ ମାନଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋଚନା ସଭାରେ ପ୍ରାରମ୍ଭିକ ସୂଚନା ରଖିଥିବା ବେଳେ ଖବର କାଗଜ ମାଲିକ ମାନଙ୍କ ସହଯୋଗ ରାଶି ବୃଦ୍ଧି କରିବାକୁ ଦାବି କରିଥିଲେ। ଏହି ଆଲୋଚନା ସଭାରେ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ ଯୋଗଦେଇ ଆସୋସିଏସନ ସହିତ ସର୍ବଦା ଜଡ଼ିତ ହୋଇ ରହିଛନ୍ତି ବୋଲି କହିବା ସହିତ ଆଗାମୀ ଦିନରେ ତାଙ୍କ ପକ୍ଷରୁ ସମସ୍ତ ପ୍ରକାର ସହାୟତା ପାଇଁ ଆଶ୍ଵାସନା ଦେଇଥିଲେ। ଏହି ଆଲୋଚନା ସଭାରେ ଅନ୍ୟମାନଙ୍କ ମଧ୍ୟରେ ପ୍ରାକ୍ତନ ଇତିହାସ ବିଭାଗର ପ୍ରଫେସର ଡ଼ଃ ପ୍ରଭାତ ମଲ୍ଲିକ୍, ସମାଜସେବୀ ଅଭୟ କୁମାର ଦାସ, ଅକ୍ଷୟ ସାମଲ, ବସନ୍ତ ନାୟକ, ସୁକାନ୍ତ ଚନ୍ଦ୍ର ଖୁଣ୍ଟିଆ,ଶ୍ରୀମନ୍ତ ବେହେରା, ସୁରେନ୍ଦ୍ର ଦାଶ, ଆର୍ତ୍ତତ୍ରାଣ ମହାପାତ୍ର ସହିତ ରାଉରକେଲା ଦୈନିକ ସମ୍ବାଦ ର ଏ ଜି ଏମ୍ ଲକ୍ଷ୍ମୀନାରାୟଣ ହୋତା, ସାମ୍ବାଦିକ ସତ୍ୟାନନ୍ଦ ବେହେରା, ସଂଗ୍ରାମ ଭୂୟାଁ, ବିବେକାନନ୍ଦ ଦାସ ପ୍ରମୁଖ ବକ୍ତବ୍ୟ ରଖି ଖବରକାଗଜ ବିତରକ ମାନଙ୍କ ସମସ୍ୟା ସମାଧାନ ଦିଗରେ ଗୁରୁତ୍ବ ଦେଇଥିଲେ। ଆଲୋଚନା ସଭା ରେ ଆସୋସିଏସନର ର ଉପ ସଭାପତି ମନୋଜ ପଟ୍ଟନାୟକ, ମିହିର ପାତ୍ର ସଂପାଦକ କିଶୋର ରାଉତ ଓ କୋଷାଧ୍ୟକ୍ଷ ଆର୍ତ୍ତତ୍ରାଣ ବେହେରା ଖବର କାଗଜ ବିତରଣ ମାନଙ୍କ ସମସ୍ୟା ଉପରେ ସରକାରୀ ଉଦାସୀନତା କୁ ନେଇ ଆଗାମୀ ଦିନରେ ଆନ୍ଦୋଳନ ପାଇଁ ଆହ୍ୱାନ କରିଥିଲେ। ଶେଷରେ ଆସୋସିଏସନର ଉପଦେଷ୍ଟା ତଥା ଆଇନଜୀବୀ ରାଜ କିଶୋର ପ୍ରଧାନ କାର୍ଯ୍ୟକ୍ରମ ର ସଫଳତା ପାଇଁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସାମ୍ବାଦିକ କୁଞ୍ଜବିହାରୀ ରାଉତ, ମଳୟ ସାହୁ, ଜିତେନ୍ଦ୍ର ମିଶ୍ର, ବିପ୍ଳବ ଦାଶ, ସୁବ୍ରତ ଚୌଧୁରୀ,ଗନ୍ଦୁର ଓରାମ,ଶୈଳେନ୍ଦ୍ର ସାହୁ, ଦିଲ୍ଲିପ ଶର୍ମା, ରଞ୍ଜିତ ବୋଷ ଙ୍କ ସମେତ ବହୁ ସାମ୍ବାଦିକ, ଫଟୋଗ୍ରାଫର ଓ ଖବରକାଗଜ ବିତରକ ମାନେ ଉପସ୍ଥିତ ଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

କଳିଙ୍ଗନଗର ଠାରେ ୧ ଲକ୍ଷ ୧୫ ହଜାର କୋଟି ଟଙ୍କାର ଶିଳ୍ପ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଓ ଶୁଭ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

masiha

୫୨୦ ନମ୍ବର ଜାତୀୟ ରାଜପଥ ରେ ଫସିଲା ବସ, ଶୋଚନୀୟ ରାସ୍ତା ପରିସ୍ଥିତି ରେ ଯାତ୍ରୀମାନେ ଦୁଃଖିତ

Sunil Chandra Nayak

୮୯ତମ ଓଡିଶା ଦିବସ ୨୦୨୪ ଓ ଜିଲ୍ଲା ପ୍ରତିଷ୍ଠ। ଦିବସ ପାଳନ ପ୍ରସ୍ତୁତି ବୈଠକ

masiha

Leave a Comment

error: Content is protected !!