ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆନ୍ଧ୍ର ଅଧିକାରୀଙ୍କ ଅନୁପ୍ରବେଶକୁ କୋଟିଆ ପୁଲିସର ବିରୋଧ

ଆନ୍ଧ୍ର ଅଧିକାରୀଙ୍କ ଅନୁପ୍ରବେଶକୁ କୋଟିଆ ପୁଲିସର ବିରୋଧ

ଆନ୍ଧ୍ର ଅଧିକାରୀଙ୍କ ଅନୁପ୍ରବେଶ କରିଥିବା ଦେଖ୍ ଘଉଡାଇଲା କୋଟିଆ ପୁଲିସ | ଆନ୍ଧ୍ର ରାସନ କାର୍ଡ ପ୍ରଦାନ କରିବା ନିମନ୍ତେ ସର୍ଭେ କରିବାକୁ କରିଥିଲେ ଅନୁପ୍ରବେଶ | ସୂଚନା ଅନୁଯାୟୀ ଆଜି ଆନ୍ଧ୍ର ପ୍ରଦେଶର ପଞ୍ଚାୟତ ତଥା ସଚିବାଳୟର ଅଧିକାରୀମାନେ ଉପର ସେମ୍ବି ଗ୍ରାମରେ ଅନୁପ୍ରବେଶ କରିଥିଲେ।ସେଠାରେ ଗ୍ରାମବାସୀ ମାନଙ୍କୁ ଏକତ୍ରିତ କରିଥିଲେ। ଲୋକଙ୍କୁ ଆନ୍ଧ୍ର ସରକାରଙ୍କ ରାସନ କାର୍ଡ ପ୍ରଦାନ କରିବା ନିମନ୍ତେ ସର୍ଭେ ଆରମ୍ଭ କରିଥିଲେ। ଉକ୍ତ ବିଷୟ ନେଇ ସୂଚନା ପାଈ କୋଟିଆ ପୋଲିସ ଘଟଣା ନିକଟରେ ପହଞ୍ଚିଥିଲେ | ସେମାନଙ୍କୁ ବିରୋଧ କରିବା ପରେ ସେମାନେ ଛତ୍ରଭଙ୍ଗ ହୋଇ ସେଠାରୁ ଫେରିଯାଇଥିବା ନେଇ ଜଣାପଡିଛି। ପ୍ରକାଶ ଥାଉକି ଗତ କିଛି ଦିନଧରି ଆନ୍ଧ୍ର ପ୍ରଦେଶ ଅନୁପ୍ରବେଶ ବଢିବା ସହ ଓଡ଼ିଶାର କାର୍ଯ୍ୟକ୍ରମ ଗୁଡ଼ିକୁ ଭଣ୍ଡୁର କରିବା ନିମନ୍ତେ ପ୍ରୟାସ ଆରମ୍ଭ କରିଅଛନ୍ତି। କୋଟିଆ ପଞ୍ଚାୟତ ରେ ଗତ ରବିବାର ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓଙ୍କ ଗସ୍ତନେଇ କାର୍ଯ୍ୟକ୍ରମ ରହିଥିଲା। ଏଥ୍‌ନେଇ ଉପର ସେମ୍ବି ଗ୍ରାମରେ ତମ୍ବୁ ଲଗାଇ ପ୍ରସ୍ତୁତି କରାଯାଇଥିଲା ଏଥ୍‌ନେଇ ଆନ୍ଧ୍ର ନିକଟରେ ସୂଚନା ମିଳିଥ୍‌ଲା I ସ୍ଥାନୀୟ ଲୋକଙ୍କୁ ଓଡ଼ିଶା ଏଠାରେ ଖଣି ଖନନ କରିବା ନିମନ୍ତେ ଯୋଜନା କରି ଉକ୍ତ କାର୍ଯ୍ୟକ୍ରମ କରାଉଚି କହି ଅପ ପ୍ରଚାର କରିଥିଲେ | ଯାହା ଫଳରେ ସ୍ଥାନୀୟ ଲୋକେ ସେଠାରେ ଗୋଷ୍ଠିଗତ ଭାବେ ପହଞ୍ଚି ଲାଗିଥ‌ିବା ତମ୍ବୁ ଗୁଡ଼ିକୁ ଉପାଡ଼ି ଦେଇଥିଲେ | ହେଲେ ମଧ୍ୟ ଆନ୍ଧ୍ର ପ୍ରଶାସନ ର ଉକ୍ତ ଷଡ଼ଯନ୍ତ୍ର କୁ ଚାଲେଞ୍ଜ କରି ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେବ ରବିବାର ପହଞ୍ଚି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦାନ ଦେଇଥିଲେ Iଉକ୍ତ କାର୍ଯ୍ୟକ୍ରମ ସଫଳ ହେବା ଦେଖ୍ ଆନ୍ଧ୍ର ନୂତନ ଭାବେ ଉପର ସେମ୍ବି ଗ୍ରାମରେ ମଙ୍ଗଳବାର ଆନ୍ଧ୍ର ପ୍ରଦେଶର ଜନସେନା ଦଳର ଜନପ୍ରତିନିଧୂ ଅନୁପ୍ରବେଶ କରିଥିଲେ | ଲୋକଙ୍କୁ ଉକ୍ତ ପ୍ରକଳ୍ପ କେବଳ ଖଣି ଖନନ ପାଇଁ ଓଡିଶା କରୁଛି ବୋଲି ଭୂତାଇ ଥିଲେ | ଆଗାମୀ ଦିନରେ ଉକ୍ତ ପ୍ରକଳ୍ପ ବିରୋଧରେ ସୁପ୍ରିମକୋର୍ଟରେ ଅଦାଲତ ଅବମାନନା ମାମଲା ଦାୟର କରିବା ପାଇଁ ରାଜ୍ୟ ସରକାରଙ୍କୁ ଏ ସୂଚାଇ ଥିବା ଜଣା ପଡିଛି।

କୋରାପୁଟ ଜିଲ୍ଲାରୁ ଶ୳୲ମଖିଲ ଙ୍କ ରିପୋର୍ଟ୍ 

Related posts

ବାଲିପଡା ବଣିକ ସଂଘର ବରିଷ୍ଠ ସଦସ୍ୟ ନିର୍ଣ୍ଣୟ ପୁଟେଲଙ୍କ ପରଲୋକ, ଅଞ୍ଚଳରେ ଶୋକର ଛାୟା 

masiha

ଦକ୍ଷିଣୀ ଶୌଣ୍ଢିକ ମହାସଂଘ ଟିଟଲାଗଡ ଓ ମୁରିବାହାଲ ବ୍ଲକ ପକ୍ଷରୁ ଏକ ସାମାଜିକ ବନ୍ଧୁ ମିଳନ ଓ ସାମାଜିକ ଆଲୋଚନା କାର୍ଯ୍ୟକ୍ରମ

Sunil Chandra Nayak

ନବରଙ୍ଗପୁର ଠାରେ ଜିଲ୍ଲା ସ୍ତରୀୟ ଜାତୀୟ ପଞ୍ଚାୟତିରାଜ ଦିବସ-୨୦୨୫ ,  ନୂତନ ରାସନ୍ କାର୍ଡ ବିତରଣ 

masiha

Leave a Comment

error: Content is protected !!