ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନବରଙ୍ଗପୁର ଜିଲ୍ଲାରେ ୧୭୬ ଟି ସକ୍ଷମ ଅଙ୍ଗନବାଡ଼ି କେନ୍ଦ୍ରର ଉଦଘାଟନ 

ନବରଙ୍ଗପୁର ଜିଲ୍ଲାରେ ୧୭୬ ଟି ସକ୍ଷମ ଅଙ୍ଗନବାଡ଼ି କେନ୍ଦ୍ରର ଉଦଘାଟନ 

ନବରଙ୍ଗପୁର:( ତା୩୦.୯.୨୦୨୪)(ରବି ନାରାୟଣ ମହାନ୍ତି)ଆଜି ଭାରତ ସରକାରଙ୍କର ମହିଳା ଓ ଶିଶୁ ବିକାଶ ମନ୍ତ୍ରାଳୟ ତରଫରୁ ପୋଷଣ ମାସ ପାଳନ ଅବସରରେ ସାରା ଦେଶରେ ୧୧,୦୦୦ ରୁ ଉର୍ଦ୍ଧ ସକ୍ଷମ ଅଙ୍ଗନବାଡି କେନ୍ଦ୍ର ଉଦ୍ଘାଟିତ ହୋଇଯାଇଛି।ଆଜି ଏହି କ୍ରମରେ ନବରଙ୍ଗପୁର ଜିଲ୍ଲାରେ ୧୭୬ ଟି ସକ୍ଷମ ଅଙ୍ଗନବାଡ଼ି କେନ୍ଦ୍ର ଉଦଘାଟନ ହୋଇଯାଇଛି।ଏହି ସକ୍ଷମ ଅଙ୍ଗନବାଡ଼ି କେନ୍ଦ୍ର ସ୍ଥାପନ ର ମୁଖ୍ୟ ଉଦ୍ଦେଶ୍ୟ ପ୍ରାରମ୍ଭିକ ବାଲ୍ୟ ଅବସ୍ଥା ରେ ଯତ୍ନ ଓ ଶିକ୍ଷା, ପୋଷଣ ବାଟିକା, ଅଡିଓ ଭିଜୁଆଲ, ଶୁଦ୍ଧ ପାନୀୟ ଜଳ ବ୍ୟବସ୍ଥା, ଶାରୀରିକ,ମାନସିକ ଓ ଭାବନାତ୍ମକ ବିକାଶ ଉପରେ ଧ୍ୟାନ ଦିଆଯାଉଛି।ଉମରକୋଟ ବ୍ଲକ ଅନ୍ତର୍ଗତ ବାଟିବେଡ଼ା ଠାରେ ସକ୍ଷମ ଅଙ୍ଗନବାଡ଼ି କେନ୍ଦ୍ର ଉଦଘାଟନ କାର୍ଯ୍ୟକ୍ରମରେ ମାନ୍ୟବର ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ଶ୍ରୀଯୁକ୍ତ ନିତ୍ୟାନନ୍ଦ ଗଣ୍ଡ ଯୋଗ ଦେଇ ଉପସ୍ଥିତ ଜନସାଧାରଣ,ମା ଓ ଶିଶୁ ମାନଙ୍କୁ ଉତ୍ସାହିତ କରିଥିଲେ।ସେଭଳି ଡ଼ାବୁ ଗାଁ ବ୍ଲକ ଅନ୍ତର୍ଗତ ବେରିପଦର ଠାରେ ଜିଲ୍ଲାପାଳ ଡ଼ା ଶୁଭଙ୍କର ମହାପାତ୍ର ସକ୍ଷମ ଅଙ୍ଗନବାଡ଼ି କୁ ଉଦ୍ଘାଟନ କରିବା ସହ ପ୍ରାକ୍ ବିଦ୍ୟାଳୟ ଶିଶୁମାନଙ୍କ ସହ ବେଶ କିଛି ସମୟ ଅତିବାହିତ କରିଥିଲେ।

ମସିହା ନିୟୁଜ ସର୍ଭିସ୍ 

Related posts

ଶାନ୍ତି ଶକ୍ତି ଭବନରେ ଆଧ୍ଯାତ୍ମିକ ସ୍ନେହ ମିଳନ 

masiha

କବି ପଲ୍ଲବୀ ଦାସଙ୍କୁ ବ୍ରହ୍ମପୁର ସାହିତ୍ଯ ଉତ୍ସବରେ ଯୁବକବି ସମ୍ମାନ

Sunil Chandra Nayak

କଳିଆପଦର ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ପରିସରରେ ଓ.ୟୁ.ଡବ୍ଲୁ. ଜେ ସାମ୍ବାଦିକ ସଂଘ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ 

masiha

Leave a Comment

error: Content is protected !!