ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାସୁଦେବପୁର ଜନ କଲ୍ୟାଣ ପରିଷଦ ଆନୁକୂଲ୍ୟରେ ଇରମ ସହିଦ ସ୍ମୃତି ଦିବସ ପାଳିତ

ବାସୁଦେବପୁର ଜନ କଲ୍ୟାଣ ପରିଷଦ ଆନୁକୂଲ୍ୟରେ ଇରମ ସହିଦ ସ୍ମୃତି ଦିବସ ପାଳିତ

ସ୍ବାଧୀନତା ଆନ୍ଦୋଳନରେ ଇରମ ମାଟିର ବଳିଦାନ ଭାରତ ଇତିହାସରେ ଅଦ୍ୱିତୀୟ…

ରାଉରକେଲା: ମହାତ୍ମା ଗାନ୍ଧିଙ୍କ ଡାକରାରେ ୧୯୪୨ ମସିହାରେ ଆରମ୍ଭ ହୋଇଥିବା ଭାରତ ଛାଡ଼ ଆନ୍ଦୋଳନରେ ଭାଗ ନେଇ ସେପ୍ଟେମ୍ବର ୨୮ ତାରିଖ ଦିନ ଅବିଭକ୍ତ ବାଲେଶ୍ୱର (ବର୍ତ୍ତମାନ ଭଦ୍ରକ) ଜିଲ୍ଲା ବାସୁଦେବପୁର ବ୍ଳକ୍ ଅନ୍ତର୍ଗତ ଇରମ ଗାଁର ମେଳଣ ପଡ଼ିଆରେ ୨୯ ଜଣ ସ୍ବାଧିନତା ସଂଗ୍ରାମୀ ବ୍ରିଟିଶ ଫୌଜଙ୍କ ଗୁଳିରେ ସହିଦ୍ ହୋଇଥିଲେ । ପରାଧୀନ ଭାରତର ସେହି କଳଙ୍କିତ ଅଧ୍ୟାୟକୁ ମନେ ପକାଇ ପ୍ରତିବର୍ଷ ଭଦ୍ରକ ଜିଲ୍ଲାର ଇରମ ସହ ରାଉରକେଲାରେ ବସବାସ କରୁଥିବା ବାସୁଦେବପୁର ନିର୍ବାଚନ ମଣ୍ଡଳୀର ଲୋକ ମାନଙ୍କ ଦ୍ବାରା ଗଠିତ ସାମାଜିକ-ସାଂସ୍କୃତିକ ସଙ୍ଗଠନ ‘ବାସୁଦେବପୁର ଜନକଲ୍ୟାଣ ପରିଷଦ’ ଆନୁକୂଲ୍ୟରେ ଦୀର୍ଘ ୨୫ବର୍ଷ ଧରି ସେହି ବୀର ସହିଦ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ଉପଲକ୍ଷେ ସ୍ମୃତି ଚାରଣ ସଭା ଅନୁଷ୍ଠିତ ହୋଇ ଆସୁଛି। ଏହି ଉପଲକ୍ଷେ ସେପ୍ଟେମ୍ବର ୨୯ ତାରିଖ ଦିନ ପରିଷଦ ତରଫରୁ ଛେଣ୍ଡ କଲୋନୀ ସ୍ଥିତ ଗୋପବନ୍ଧୁ ପାଠାଗାରର ସତ୍ୟବାଦୀ କକ୍ଷରେ କାର୍ଯ୍ୟକାରୀ ସଭାପତି ଭବେଶ ଚନ୍ଦ୍ର ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ବାସୁଦେବପୁର ନିର୍ବାଚନ ମଣ୍ଡଳୀର ଯୁବ ବିଧାୟକ ଅଶୋକ କୁମାର ଦାସ, ସମ୍ମାନୀତ ଅତିଥି ଡଃ ଅଜୟ କୁମାର ପଣ୍ଡା ଏବଂ ମୁଖ୍ୟବକ୍ତା ଭାବେ ପ୍ରଫେସର ଡଃ ପ୍ରଭାତ କୁମାର ମଲ୍ଲିକ ଯୋଗ ଦେଇ ସହିଦ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ସେହି ବୀର ସହିଦ ମାନଙ୍କର ସ୍ମୃତି ଚାରଣ କରି କହିଲେ ଯେ, ଭାରତର ସ୍ବାଧୀନତା ଆନ୍ଦୋଳନରେ ଏଭଳି ଆତ୍ମବଳି ଏକ ବିରଳ ଘଟଣା। ଆଜିର ଯୁବସମାଜ ସେହି ମହାନ ସହିଦ ମାନଙ୍କ ଆତ୍ମବଳିରୁ ପ୍ରେରଣା ନେଇ ସମାଜ ସେବାରେ ବ୍ରତୀ ହେବା ପାଇଁ ବକ୍ତାମାନେ ଆହ୍ବାନ ଦେଇଥିଲେ। ପ୍ରାରମ୍ଭରେ ଅତିଥି ମାନେ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ସଭା ଆରମ୍ଭ କରିଥିବା ବେଳେ ସୁବ୍ରତ କୁମାର ଦାସ ଦେଶାତ୍ମବୋଧକ ସଂଗୀତ ଗାନକରିଥିଲେ । ସାଂସ୍କୃତିକ ସମ୍ପାଦକ ବିବେକାନନ୍ଦ ପଣ୍ଡା ବାଦ୍ୟଯନ୍ତ୍ରରେ ସହାୟତା କରିଥିଲେ। ସାଧାରଣ ସମ୍ପାଦକ ଲକ୍ଷ୍ମଣ ନାଥ ଦାସ ସ୍ବାଗତ ଅଭିଭାଷଣ ସହ ସଙ୍ଗଠନ ସମ୍ପର୍କରେ ସମ୍ୟକ୍ ସୂଚନା ପ୍ରଦାନ କରିଥିଲେ। ଯୁଗ୍ମ ସମ୍ପାଦକ ଶରତ କୁମାର ଦାସ ମଞ୍ଚ ପରିଚାଳନା କରିଥିବା ବେଳେ ବରିଷ୍ଠ ସଦସ୍ୟ ରାଜକୁମାର ମହାନ୍ତି ଅତିଥି ପରିଚୟ ଏବଂ ସହ କୋଷାଧ୍ୟକ୍ଷ ଉଦୟ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ପରିଷଦର ପ୍ରତିଷ୍ଠାତା ସମ୍ପାଦକ ସ୍ବର୍ଗତ ବାଇଧର ନାୟକଙ୍କ ଧର୍ମପତ୍ନୀ ସ୍ବର୍ଗତା ସାବିତ୍ରୀ ନାୟକଙ୍କ ଦ୍ବାରା ଲିଖିତ ପୁସ୍ତକ ‘ ରକ୍ତ ରଂଜିତ ଇରମ ଭୂଇଁ ‘ ର ଦ୍ବିତୀୟ ସଂସ୍କରଣକୁ ଅତିଥି ମାନେ ଲୋକାର୍ପଣ କରିଥିଲେ। ଏଥରେ ତାଙ୍କ କନ୍ୟା ଶ୍ରଦ୍ଧାଞ୍ଜଳି ନାୟକ ସହାୟତା କରିଥିଲେ। ଗୋପବନ୍ଧୁ ପାଠାଗାର ତରଫରୁ ସଭାପତି ନବଘନ ସାହୁ ଏବଂ ସାଧାରଣ ସମ୍ପାଦକ ହରିହର ଶତପଥୀ, ହରିହର ନାୟକ ଏବଂ ଗୋପାଳ ପ୍ରସାଦ ଜେନାଙ୍କ ଦ୍ବାରା ମୁଖ୍ୟ ଅତିଥି ବିଧାୟକ ଶ୍ରୀ ଦାସଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସନାତନ ପତି, କୃପାସିନ୍ଧୁ ବେହେରା, ଉପେନ୍ଦ୍ର ପ୍ରସାଦ ଦାସ, ଅଞ୍ଜୁ ବାରିକ, ଅଚ୍ୟୁତାନନ୍ଦ ଦାସ ପ୍ରମୁଖ ସହାୟତା କରିଥିବାବେଳେ ଅଲେଖ ଚନ୍ଦ୍ର ପଲେଇ, ଡାକ୍ତର ରବୀନ୍ଦ୍ର କୁମାର ପଣ୍ଡା, ବଳରାମ ରାଉଳ, ବିଶ୍ବନାଥ ସାହୁ, ସବିତା ସାହୁ, ଡାକ୍ତର ଗୋକୁଳାନନ୍ଦ ସାହୁ, ପ୍ରଦ୍ୟୁମ୍ନ ମିଶ୍ର, ଶର୍ମିଷ୍ଠା କବି ଶତପଥୀ, ଶଶାଙ୍କ ଶେଖର ପଣ୍ଡା, ଆଦିକନ୍ଦ ନାୟକ, ରିଜୀବ ପାଣି, ରବୀନ୍ଦ୍ର କୁମାର ପଣ୍ଡା, ଉଜ୍ଜ୍ୱଳ ପ୍ରଦୀପ ଦାସ, ମଧୁସୂଦନ ବଳ, ସ୍ନେହଲତା ପଟ୍ଟନାୟକ, ସାବିତ୍ରୀ ଦାସ, ମଧୁମିତା କର, ଜଗବନ୍ଧୁ ଜେନା ପ୍ରମୁଖ ଶତାଧିକ ସଦସ୍ୟ – ସଦସ୍ୟା ମାନଙ୍କ ସହ ସହରର ବିଭିନ୍ନ ସାହିତ୍ୟ ଅନୁଷ୍ଠାନର ପ୍ରତିନିଧି ଓ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

କୋଳନରl ବ୍ଲକ ସଦର ମହକୁମା ଠାରେ ଜିଲ୍ଲାପାଳ, ରାୟଗଡଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ 

masiha

ଭବାନୀପାଟଣା ଠାରେ ଶିଶୁ ଶ୍ରମିକ ନିରାକରଣ ସଚେତନତା ଶୋଭାଯାତ୍ରା 

Sunil Chandra Nayak

କଳାହାଣ୍ଡି ଜିଲ୍ଲାପାଳ ଙ୍କ ଉପସ୍ଥିତିରେ ଧର୍ମଗଡ଼ ଠାରେ ଜିଲ୍ଲା ସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା ପାଇଁ ବୈଠକ

masiha

Leave a Comment

error: Content is protected !!