ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦକ୍ଷିଣୀ ଶୌଣ୍ଢିକ ମହାସଂଘ ଟିଟଲାଗଡ ଓ ମୁରିବାହାଲ ବ୍ଲକ ପକ୍ଷରୁ ଏକ ସାମାଜିକ ବନ୍ଧୁ ମିଳନ ଓ ସାମାଜିକ ଆଲୋଚନା କାର୍ଯ୍ୟକ୍ରମ

ଦକ୍ଷିଣୀ ଶୌଣ୍ଢିକ ମହାସଂଘ ଟିଟଲାଗଡ ଓ ମୁରିବାହାଲ ବ୍ଲକ ପକ୍ଷରୁ ଏକ ସାମାଜିକ ବନ୍ଧୁ ମିଳନ ଓ ସାମାଜିକ ଆଲୋଚନା କାର୍ଯ୍ୟକ୍ରମ

ଦକ୍ଷିଣୀ ଶୌଣ୍ଢିକ ସାଂସ୍କୃତିକ ମହାସଂଘ ଟିଟଲାଗଡ ଓ ମୁରିବାହାଲ ବ୍ଲକ ପକ୍ଷରୁ ଏକ ସାମାଜିକ ବନ୍ଧୁ ମିଳନ ଓ ସାମାଜିକ ଆଲୋଚନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଅଛି। ଟିଟଲାଗଡ ନିକଟସ୍ଥ କେନ୍ଦୁମୁଣ୍ଡି ଗ୍ରାମଠାରେ ଦକ୍ଷିଣୀ ଶୌଣ୍ଢିକ ମହାସଂଘ କଳାହାଣ୍ଡି ଓ ଟିଟଲାଗଡ ସବ ଡିଭିଜନ ର ଜିଲ୍ଲା ସଭାପତି ଥବିର ପ୍ରସାଦ ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ ବୈଠକରେ ଟିଟଲାଗଡ ବିଧାୟକ ଶ୍ରୀଯୁକ୍ତ ନବୀନ ଜୈନ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ମହାସଂଘ ର ଜିଲ୍ଲା ଉପସଭାପତି ଅନିରୁଦ୍ଧ ସାହୁ, ଅନ୍ୟତମ ଜିଲ୍ଲା ଉପ ସଭାପତି ତୁଳସୀ ରାମ ସାହୁ,ବଙ୍ଗୋମୁଣ୍ଡା ବ୍ଲକ ସଭାପତି ରାଜା ରାମ ବେହେରା,ଭବାନୀପାଟଣା ସଦର ବ୍ଲକ ସଭାପତି କୁଳମଣି ସାହୁ,ଧର୍ମଗଡ ଜୁନାଗଡ ବ୍ଲକ ସଭାପତି ବିଦ୍ୟାଧର ସାହୁ,ସିଉନି ସରପଞ୍ଚ ବୀରବର ସାହୁ, ସ୍ଵତନ୍ତ୍ର ଅତିଥି ଭାବେ ବିଜେପିର ଜିଲ୍ଲା ସଭାପତି ଶ୍ରୀବତ୍ସ ବେହେରା ପ୍ରମୁଖ ଯୋଗଦେଇ ସମାଜକୁ ଆଗେଇ ନେବା ପାଇଁ ସମସ୍ତଙ୍କ ର ନିଷ୍ଠାପର ଉଦ୍ୟମର ଆବଶ୍ୟକତା ରହିଛି ବୋଲି ପ୍ରକାଶ କରିଥଲେ। ଏହା ସହିତ ସମାଜରେ ଥିବା ଗରୀବ ଶ୍ରେଣୀ ର ଲୋକଙ୍କୁ ସହଯୋଗ ର ହାତ ବଢାଇବା ପାଇଁ ସମସ୍ତେ ଆଗେଇ ଆସିବା ଉଚିତ ବୋଲି ମତ ପ୍ରକାଶ ପାଇଥିଲା।ଟିଟଲାଗଡ ଓ ମୁରିବାହାଲ ବ୍ଲକ ସଭାପତି ପ୍ରଦୀପ କୁମାର ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ସାଧାରଣ ସଂପାଦକ ଦିଗାମ୍ବର ସାହୁ ସ୍ବାଗତ ଅଭିଭାଷଣ ପ୍ରଦାନ ସହ ବାର୍ଷିକ ବିବରଣୀ ପାଠ କରିଥଲେ। ସହ ସଂପାଦକ ସେବକ ବେହେରା ଧନ୍ୟବାଦ୍ ପ୍ରଦାନ କରିଥିଲେ।

ଟିଟଲାଗଡ ଓ ମୁରିବାହାଲ ବ୍ଲକ ଦକ୍ଷିଣୀ ଶୌଣ୍ଢିକ ମହାସଂଘର ପ୍ରତିଷ୍ଠାତା ସଭାପତି ଅଭିମନ୍ୟୁ ସାହୁ, ବରିଷ୍ଠ ସଦସ୍ୟ ପଦ୍ମଲୋଚନ ସାହୁ, ହୃଦାନନ୍ଦ ସାହୁ ସମେତ ଟିଟଲାଗଡ ଓ ମୁରିବାହାଲ ବ୍ଲକ ଅଞ୍ଚଳରୁ ଶତାଧିକ ସଦସ୍ୟ ଏହି ସାମାଜିକ ବୈଠକରେ ଯୋଗ ଦେଇଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ଡାବୁଗାଁ ଭୈରବ ସ୍ନାତକ ମହାବିଦ୍ୟାଳୟ ତରଫରୁ ବିଶ୍ଵ ପରିବେଶ ଦିବସ ଉପଲକ୍ଷେ ମିଶନ ଲାଇଫ କାର୍ଯ୍ୟକ୍ରମ ପାଳିତ

May I Help You” Family Conducts Service Activity at an Old Age Home.

Sunil Chandra Nayak

ପାତ୍ରୀ ସରକାରୀ ଆଶ୍ରମ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ 

masiha

Leave a Comment

error: Content is protected !!