ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବ୍ରହ୍ମାକୁମାରୀ ଗୀତା ପାଠଶାଳlର ସ୍ଵନକ୍ଷତ୍ର ଦିବସ

ବ୍ରହ୍ମାକୁମାରୀ ଗୀତା ପାଠଶାଳlର ସ୍ଵନକ୍ଷତ୍ର ଦିବସ

ଆସିକା,୧/୨/୨୬ (ଶିବ ଶଙ୍କର ମିଶ୍ର ) ଆଜି ପ୍ରଜାପିତା ବ୍ରହ୍ମାକୁମାରୀ ଇଶ୍ବରୀୟ ବିଶ୍ବବିଦ୍ୟାଳୟ ଶାନ୍ତି ଶକ୍ତି ଭବନର ପିତଳ ସ୍ଥିତ ଗୀତା ପାଠଶାଳାର 28 ତମ ସ୍ଵନକ୍ଷତ୍ର ଦିବସ ପାଳିତ ହୋଇଯାଇଛି l ଶାନ୍ତି ଶକ୍ତି ଭବନର ସଂଚାଳିକା ରାଜ ଯୋଗିନୀ ବ୍ରହ୍ମାକୁମାରୀ ପ୍ରଭାତୀଙ୍କ ପୌରୋହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମ ଅବସରରେ ପ୍ରଦୀପ ପ୍ରଜ୍ବଳନ କରିବା ସହିତ ଶିବ ଧ୍ଵଜା ଉତ୍ତୋଳନ କରି ଶିବ ସନ୍ଦେଶ ଯାତ୍ରାର ଶୁଭାରମ୍ଭ କରିଥିଲେ ଆସ୍କା ସୁଗାର ଇଣ୍ଡଷ୍ଟ୍ରୀର ପରିଚାଳନା ନିର୍ଦ୍ଦେଶକ ଡାଃ ସୁଶାନ୍ତ କୁମାର ପଣ୍ଡା ଓ ଅବସରପ୍ରାପ୍ତ ସଂସ୍କୃତ ପଣ୍ଡିତ ଦୁର୍ଗା ପ୍ରସାଦ ପଣ୍ଡା I 

ପ୍ରକାଶ ଥାଉକି ଏହି ଶିବ ସନ୍ଦେଶ ଯାତ୍ରା ପାଇଁ ଉଦ୍ଦିଷ୍ଟ ଶିବ ସନ୍ଦେଶ ରଥରେ ଶିବ ପିତାଙ୍କ ଦିବ୍ୟ ଜ୍ୟୋତିର୍ଲିଙ୍ଗ ଆସନ୍ତା ଶିବ ଜୟନ୍ତୀ ପର୍ଯ୍ୟନ୍ତ ଶାନ୍ତି ଶକ୍ତି ଭବନର ବିଭିନ୍ନ ସହର ତଥା ପୁରପଲ୍ଲୀରେ ସମସ୍ତ ଉପ ସେବା କେନ୍ଦ୍ର ଓ ପାଠଶାଳା ପରିକ୍ରମା କରି ଶିବ ପିତାଙ୍କ ସନ୍ଦେଶ ପ୍ରଦାନ କରିବେ l

Related posts

କରନବୀର ସିଂ ଙ୍କ ସାଇକେଲରେ ବିଶ୍ବ ଭ୍ରମଣ

Sunil Chandra Nayak

ଜନଶୁଣାଣୀରେ ୬୪ ଅଭିଯୋଗର ହେଲା ଶୁଣାଣୀ 

masiha

ପବିତ୍ର ହଜ୍ ଯାତ୍ରା

Leave a Comment

error: Content is protected !!