ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମ.ରାମପୁରରେ ସମ୍ପୂର୍ଣ୍ଣତା ଅଭିଯାନ ୨.୦

ମ.ରାମପୁରରେ ସମ୍ପୂର୍ଣ୍ଣତା ଅଭିଯାନ ୨.୦

ମ ,ରାମପୁର ଭାରତ ସରକାରଙ୍କର ନୀତି ଆୟୋଗର ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଦେଶର ଅନୁନ୍ନତ ଅଞ୍ଚଳର ଦୃତ ବିକାଶ ପାଇଁ ଏହି କାର୍ଯ୍ୟକ୍ରମ ଆକାଂକ୍ଷି ବ୍ଲକ ଅଧିନରେ ଆରମ୍ଭ ହୋଇଛି । ଏହି ପରିପ୍ରେକ୍ଷୀରେ ଆଜି ପଞ୍ଚାୟତ ସମିତି ମ ,ରାମପୁର ତରଫରୁ ମ ,ରାମପୁର ବିଜୁ କଲ୍ୟାଣ ମଣ୍ଡପ ଠାରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶରତ କୁମାର ସେଠୀ ଙ୍କ ତତ୍ତ୍ଵାବଧାନ ଓ ସଭାପତିତ୍ବରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବରେ କଳାହାଣ୍ଡି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହଦେଓ, ସମ୍ମାନୀତ ଅତିଥି କଳାହାଣ୍ଡି ଲୋକ ସଭା ସାଂସଦଙ୍କ ପ୍ରତିନିଧି ପଦ୍ମ ଲୋଚନ ମିଶ୍ର, ବିଧାୟକ ନର୍ଲା ପ୍ରତିନିଧି ସତ୍ୟ ନାରାୟଣ ସାହୁ, ଉପ ନିର୍ଦ୍ଦେଶକ ଜିଲ୍ଲା ଯୋଜନା ଓ ପରିସଂଖ୍ୟାନ ଶ୍ରୀକାନ୍ତ ଦଳେଇ, ଗୋଷ୍ଠି ସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ଶୈଳଜା ନନ୍ଦନ ମିଶ୍ର,ଶିଶୁ ବିକାଶ ପ୍ରକଲ୍ପ ମହିଳା ପରିଦର୍ଷିକା ଶର୍ମିଲା ବେହେରା, ଗୋଷ୍ଠି କୃଷି ଅଧିକାରୀ ପୂଜା ରାଣୀ ବାଗ, ଗୋଷ୍ଠୀ ପ୍ରାଣୀସମ୍ପଦ ବିଭାଗ ର ଅତିରିକ୍ତ ଅଧିକାରୀ ପ୍ରତିଭା ମାଝୀ ପ୍ରମୁଖ ମଞ୍ଚାସିନ ଥିଲେ । ସଭାକାର୍ଯ୍ୟ ପ୍ରାରମ୍ଭରେ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ର ଛାତ୍ରୀଙ୍କ ଦ୍ଵାରା ପ୍ରାରମ୍ଭିକ ସଙ୍ଗୀତ ପରିବେଷଣ କରାଯାଇଥିଲା । ବିଡିଓ ଶ୍ରୀ ସେଠୀ ଆକାଂକ୍ଷି ବ୍ଲକର ସମ୍ପୂର୍ଣତା ଅଭିଯାନ ୨.୦ ର ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରିବା ସହିତ ବ୍ଲକକୁ ଦିଆଯାଇଥିବା ୬ ଟି ସୁଚକାଙ୍କ ଲକ୍ଷ୍ୟ ସମ୍ଵନ୍ଧରେ ବିସ୍ତୃତ ରୂପରେ ଜଣାଇଥିଲେ ଯାହା ଶିଶୁ ବିକାଶ ବିଭାଗ, ଶିକ୍ଷା ବିଭାଗ ଓ ପ୍ରାଣୀସମ୍ପଦ ବିଭାଗ, ସ୍ବାସ୍ଥ୍ୟ ବିଭାଗ ଦ୍ଵାରା ୨୮ ଜାନୁଆରୀ ୨୦୨୬ ରୁ ଆରମ୍ଭ ହୋଇ ୧୪ ଏପ୍ରିଲ ୨୦୨୬ ପର୍ଯ୍ୟନ୍ତ କାର୍ଯକାରୀ ହେବ । ମୁଖ୍ୟଅତିଥି ଓ ସମ୍ମାନୀତ ଅତିଥିଗଣ ସମସ୍ତଙ୍କ ସମନ୍ଵୟ ଓ ସହଭାଗିତା କାମନା କରି ବ୍ଲକର ଦୃତ ବିକାଶ ସହ ସାମଗ୍ରିକ ଉନ୍ନତି ଉପରେ ଗୁରୁତ୍ଵ ଦେଇଥିଲେ । ଏହି ଅବସର ରେ ମୂର୍ତ୍ତିକା ସ୍ବାସ୍ଥ୍ୟ କାର୍ଡ ଓ ବିଭିନ୍ନ ଭତ୍ତା ବିତରଣ କରାଯାଇଥିଲା । ସମସ୍ତ ବିଭାଗୀୟ କର୍ମଚାରୀ, ସମସ୍ତ ଜନ ପ୍ରତିନିଧି, ଜନ ସାଧାରଣ, ପ୍ରାଶାସନିକ ଅଧିକାରୀ ଓ କର୍ମଚାରୀ ଆଦି ସମସ୍ତେ ଏକ ହୋଇ କାର୍ଯ୍ୟ କରି ବ୍ଲକକୁ ସୁସ୍ଥ, ସମୃଦ୍ଧ ଭାବରେ ଗଢି ତୋଳିବା ପାଇଁ ଶପଥ ପାଠ କରିଥିଲେ । ବିଭାଗ ମାନଙ୍କ ଦ୍ଵାରା ପ୍ରଦର୍ଶନୀ ଷ୍ଟଲ୍ କରାଯାଇଥିଲା । କାର୍ଯ୍ୟକ୍ରମକୁ ସାମ୍ବାଦିକ ହେମନ୍ତ ସାହୁ ପରିଚାଳନା କରିଥିବା ବେଳେ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଲକ୍ଷ୍ମଣ ପଧାନ ଧନ୍ୟବାଦ୍ ଅର୍ପଣ କରିଥିଲେ । ପଞ୍ଚାୟତ ସମିତିର ସମସ୍ତ କର୍ମଚାରୀ ଏଥିରେ ସହଯୋଗ କରିଥିଲେ ।ଉକ୍ତ କାର୍ଯ୍ୟକ୍ରମରେ ସମସ୍ତ ସରପଞ୍ଚ ଓ ସମିତି ସଭ୍ୟ, ପଞ୍ଚାୟତ ନିର୍ବାହୀ ଅଧିକାରୀ, ସ୍ଵୟଂ ସହାୟକ ଗୋଷ୍ଠୀ, ଛାତ୍ର ଛାତ୍ରୀ, ସମସ୍ତ ବିଭାଗୀୟ ତୃଣମୂଳ ସ୍ତର କର୍ମଚାରୀ, ଚାଷୀ, ଜନସାଧାରଣ, ପିରାମଲ ଫାଉଣ୍ଡେସନ, ମହାଶକ୍ତି ଫାଉଣ୍ଡେସନର କର୍ମଚାରୀ ଆଦି ଉପସ୍ଥିତ ଥିଲେ ।

 ଦିଲୀପ କୁମାର୍ ମିଶ୍ର ଙ୍କ ରିପୋର୍ଟ୍  

Related posts

ମାନଝରି ଗ୍ରାମରେ ସ୍ବଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ 

masiha

ରାଇରଙ୍ଗପୁରରେ ରାଷ୍ଟ୍ରପତିଙ୍କୁ ଅସମ୍ମାନ ଘଟଣାରେ ବାମନଘାଟୀ ନାଗରିକ ମଂଚ ତରଫରୁ ଗାନ୍ଧୀ ପ୍ରତିମୂର୍ତ୍ତିରେ ମୌନବ୍ରତ ପ୍ରତିବାଦ 

ଦ୍ବିଦିବସୀୟ ଆନ୍ତଃରାଜ୍ୟ ଆଞ୍ଚଳିକ ଅଭିଭାବକ ସମ୍ମିଳନୀ ଉଦଯାପିତ 

Sunil Chandra Nayak

Leave a Comment

error: Content is protected !!