ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଚୋରୀ ଅଭିଯୋଗରେ ଜଣେ ଯୁବକ ଗିରଫ 

ଚୋରୀ ଅଭିଯୋଗରେ ଜଣେ ଯୁବକ ଗିରଫ 

    ଡାବୁଗାଁ, ୯/୨ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ଥାନା ପୋଲିସ ଚୋରୀ ଅଭିଯୋଗରେ ନାଗଯୋଡି ଗ୍ରାମର ଜଣେ ଯୁବକକୁ ଗିରଫ କରି ସୋମବାର କୋର୍ଟ ଚାଲାଣ କରିଛି | ସୂଚନାଯୋଗ୍ୟ :- ଡାବୁଗାଁ – ଉମରକୋଟ ରାଜ୍ୟ ରାଜପଥ-୩୯ ଉପରେ ଧାମନାଗୁଡା- ଝରିଗୁଡା ଛକ ମଧ୍ୟରେ ଥିବା ନଦୀରେ ପୋଲ ନିର୍ମାଣ କାର୍ଯ୍ୟ ଚାଲୁ ରହିଛି | ସେଠାରେ ପୋଲ କାର୍ଯ୍ୟରେ ବ୍ୟବହୃତ ହେଉଥିବା ଲୁହା ରଡ, ଲୁହା ପ୍ଳେଟ ଗୁଡିକ ପୋଲ କାର୍ଯ୍ୟ କରୁଥିବା କଣ୍ଟ୍ରାକ୍ଟର ପାଖରେ କାମ କରୁଥିବା ସୁପରଭାଇଜର ଓ ଶ୍ରମିକ ମାନେ କ୍ୟାମ୍ପ କରି ରହୁଛନ୍ତି | ସେଠାରେ ସମସ୍ତ ସାମଗ୍ରୀ ରଖା ଯାଇଥିଲା | ୭ ତାରିଖ ଦିନ ବିଳମ୍ବିତ ରାତ୍ରିରେ ନାଗଯୋଡି ଗ୍ରାମର ଅଭି ପନକା (୩୩) ଓ ତାଙ୍କର ୨ ଜଣ ସହଯୋଗୀ ସେହି ସ୍ଥାନରୁ ଲୁହା ରଡ, ଲୁହା ପ୍ଳେଟ ଚୋରୀ କରି ନେଇଥିଲେ | ଏନେଇ ୮ ତାରିଖ ଦିନ ସନ୍ଧ୍ୟାରେ କଣ୍ଟ୍ରାକ୍ଟର ର ସୁପରଭାଇଜରପ୍ରସନ୍ନ ମେହେର ଡାବୁଗାଁ ଥାନାରେ ଏତଲା ଦେଇଥିଲେ | ଉକ୍ତ ଏତଲା କୁ ଭିତ୍ତି କରି ଥାନାରେ ଏକ ମାମଲା ରୁଜୁ କରି ପୋଲିସ ତଦନ୍ତ ଆରମ୍ଭ କରିଥିଲା | ସୋମବାର ସକାଳୁ ଅଭିଯୁକ୍ତ ଅଭି ପନକା ଏକ ଅଟୋ ନଂ ଓଡି ୨୪ ଜେ ୯୫୭୯ ଯୋଗେ ବିକ୍ରି କରିବାକୁ ନେଉଥିବା ବେଳେ ଡାବୁଗାଁ ପୋଲିସ ଖବର ପାଇ ଝରିଗୁଡା ଛକ ନିକଟରେ ଅଟୋ ଗାଡି କୁ ଅଟକାଇ ଯାଞ୍ଚ କରିଥିଲେ | ସେହି ସମୟରେ ୨ ଜଣ ଅଭିଯୁକ୍ତ ଖସି ଯାଇଥିଲେ ଏବଂ ଅଭି ପନକା ଧରା ପଡିଥିଲା | ପୋଲିସ ଅଟୋ ଗାଡି ସହ ଚୋରୀ ହୋଇଥିବା ସାମଗ୍ରୀ କୁ ଜବତ କରିବା ସହ ଅଭିଯୁକ୍ତ ଙ୍କୁ ଗିରଫ କରିଥିଲେ | ଆଜି ଅପରାହ୍ନରେ ଅଭିଯୁକ୍ତ ଅଭି ପନକା ଙ୍କୁ କୋର୍ଟ ଚାଲାଣ କରାଯାଇଛି | ଏନେଇ ଥାନା କେସ ନଂ ୨୮/୨୬ ରେ ଏକ ମାମଲା ରୁଜୁ କରାଯାଇଛି | ପୂର୍ବରୁ ଅଭିଯୁକ୍ତ ଜଣଙ୍କ ଡାବୁଗାଁ ନୂଆଗୁଡା ଗ୍ରାମ ଓ ରାବଣାଗୁଡା ଗ୍ରାମରେ ବିଦ୍ୟୁତ ତାର ଚୋରୀ ରେ ସମ୍ପୃକ୍ତ ଥିବା ତଦନ୍ତରୁ ଜଣାପଡିଛି ବୋଲି ତଦନ୍ତକାରୀ ଅଧିକାରୀ ପ୍ରବେଶରର ସବଇନିସ୍ପେକ୍ଟର ଦଣ୍ଡ ଚରଣ ସେଠୀ ସୂଚନା ଦେଇଛନ୍ତି |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ସରକାରୀ ଟଙ୍କା କୁ ଆତ୍ମସାତ ଘଟଣା। ବନ୍ଧା ହେଲେ ବନ ବିଭାଗର ପାଞ୍ଚ କର୍ମଚାରୀ

masiha

ଧର୍ମଗଡ ନିକଟସ୍ଥ ଗୋଡଭଞ୍ଜା ରାସ୍ତା କଡ଼ରୁ ମୃତ ଦେହ ଉଦ୍ଧାର

Sunil Chandra Nayak

ରାଉରକେଲା ପୋଲିସ୍ ଦ୍ବାରା ୩୨ ଟନ୍ ଚୋରା ଲୁହାପଥର ଜବତ୍ ସହ ୪ ଅଭିଯୁକ୍ତ ଗିରଫ୍

Leave a Comment

error: Content is protected !!