ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମିଳିତ ସଂଗ୍ରାମ ମଞ୍ଚ ପକ୍ଷରୁ 12 ଘଣ୍ଟିଆ ବନ୍ଦ ପାଳନ

ମିଳିତ ସଂଗ୍ରାମ ମଞ୍ଚ ପକ୍ଷରୁ 12 ଘଣ୍ଟିଆ ବନ୍ଦ ପାଳନ 

ରାଇଘର10/2  —  ମିଳିତ ସଂଗ୍ରାମ ମଞ୍ଚ ପକ୍ଷରୁ ବିଭିନ୍ନ ଦାବୀ ନେଇ ଉମରକୋଟ ଓ ଝରୀଗାଁ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ରାଇଘର, ଉମରକୋଟ, ଝରୀଗାଁ ଓ ଚନ୍ଦାହାଣ୍ଡି ବ୍ଲକରେ ଫେବୃଆରୀ 10 ତାରିଖ ରେ ଡାକରା ଦିଆଯାଇଥିବା ବନ୍ଦ ପାଳନ ରାଇଘର ବ୍ଲକ ରେ ସଫଳ ହୋଇଥିବା ଦେଖିବାକୁ ମିଳିଛି l ସକାଳ 6 ଘଣ୍ଟିକା ଠାରୁ ସନ୍ଧ୍ୟା 6 ଘଣ୍ଟିକା ପର୍ଯ୍ୟନ୍ତ 12 ଘଣ୍ଟିଆ ବନ୍ଦ ପାଳନ ସମୟରେ ଦୂର ଦୂରାନ୍ତରୁ ଆସୁଥିବା ଗାଡି ମୋଟର ରାଇଘର ହନୁମାନ ମନ୍ଦିର ମୁଖ୍ୟ ବଜାର ଉଭୟ ପାର୍ଶ୍ଵରେ ଅଟକି ରହିଥିବା ବେଳେ ଜନସାଧାରଣ ନାହିଁ ନଥିବା ଅସୁବିଧା ର ସମ୍ମୁଖୀନ ହୋଇ ଥିବା ଦେଖିବାକୁ ମିଳିଥିଲା l ସ୍ଥାନୀୟ ମୁଖ୍ୟ ବଜାର ଛକ ଉପରେ କଂଗ୍ରେସ ଦଳ ପକ୍ଷରୁ ଟେଣ୍ଟ ମାରି ଧାରଣା ଦିଆ ଯାଇଥିଲା l ଉମରକୋଟ /ରାଇଘର ଅଞ୍ଚଳରେ ଦୀର୍ଘ 70ବର୍ଷ ଧରି ଭୁବନ୍ଦୋବସ୍ତ ହୋଇ ନଥିବାରୁ ଜନସାଧାରଣ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି l ମିଳିତ ସଂଗ୍ରାମ ମଞ୍ଚ ପକ୍ଷରୁ ମୁଖ୍ୟତଃ ଏହି ଅଞ୍ଚଳରେ ତୁରନ୍ତ ଭୁବନ୍ଦୋବସ୍ତ କରିବା, ମେଡିକାଲ କଲେଜ ସ୍ଥାପନ, 4ଟି ବ୍ଲକ ରେ ଧାନ ଓ ମକା ର ଅଭାବୀ ବିକ୍ରି ର ତ୍ୱରିତ ସମାଧାନ ଓ ମକା ମଣ୍ଡି ସ୍ଥାପନ ଆଦି ଦାବୀ ନେଇ ଏହି ବନ୍ଦ ପାଳନ କରାଯାଇଥିଲା l ଆଜିର ଏହି ବନ୍ଦ ପାଳନ ରେ କଂଗ୍ରେସ ନେତା ସୋନରାଜ ଗଣ୍ଡ, ମହେଶ ଗଣ୍ଡଙ୍କ ସମେତ ଶତାଧିକ ଲୋକ ସାମିଲ ହୋଇ ଥିବାବେଳେ ପୋଲିସ ପକ୍ଷରୁ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ଫୋର୍ସ ମୁତୟନ କରାଯାଇଥିଲା l 

କିରଣ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ୍  

Related posts

ପିବିଏମ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଦୁର୍ନୀତି ନେଇ ବିଧାୟକଙ୍କ ଦୃଷ୍ଟି ଆକର୍ଷଣ 

masiha

ଭୀମ ଭୋଇ ସାମର୍ଥ୍ୟ ଶିବିର ରେ ୨୮୨ ଭିନ୍ନକ୍ଷମ ପଞ୍ଜୀକୃତ 

Sunil Chandra Nayak

ଉତ୍କଳ ଆଲୁମିନା କାରଖାନା ର ବିଷାକ୍ତ ପ୍ରଦୂଷଣ ଅଭିଯୋଗ ଘଟଣା ରେ ରାଜସ୍ୱ ଓ ପ୍ରଦ୍ୟୁଷଣ ବିଭାଗ ର ତଦନ୍ତ

Sunil Chandra Nayak

Leave a Comment

error: Content is protected !!