ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

କର୍ଲ।କୋଟ କପ ଫୁଟବଲ ଟୁର୍ଣ୍ଣାମେଣ୍ଟ ନବରଙ୍ଗପୁର କୁ ହରାଇ କଳାହାଣ୍ଡି ଇଲେଭେନ ଚମ୍ପିୟାନ

କର୍ଲ।କୋଟ କପ ଫୁଟବଲ ଟୁର୍ଣ୍ଣାମେଣ୍ଟ ନବରଙ୍ଗପୁର କୁ ହରାଇ କଳାହାଣ୍ଡି ଇଲେଭେନ ଚମ୍ପିୟାନ

ଜୁନାଗଡ଼ ୧୬/୨ ( ମନୀସ) କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ ବଣିଜରା ପଞ୍ଚାୟତ ହାଇ ସ୍କୁଲ ଖେଳ ପଡ଼ିଆ ଠାରେ କର୍ଲ।କୋଟ ବିନ୍ଦ।ସ କ୍ଳବ ଆନୁକୂଲ୍ୟରେ କର୍ଲ।କୋଟ କପ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଟିତ ହୋଇଯାଇଛି ।ଏହି ଫୁଟବଲ ପ୍ରତିଯୋଗିତାରେ ୮ ଗୋଟି ଦଳ ଭାଗ ନେଇଥିଲେ ।ସାତ ଦିନ ଧରି ଏହି ପ୍ରତିଯୋଗିତା ମହା ସମାରୋହରେ ଅନୁଷ୍ଟିତ ହୋଇଥିଲା ।ଏଥିରେ ଆୟୋଜକ କମିଟିର ଆଦିତ୍ୟ ମାଝି ,ଗିରିଧାରୀ ଭୋଇ , ପ୍ରତାପ ମାଝି ,କ୍ଷୀରୋଦ ଶବର ,ଜିତୁ ମାଝି ମୁଖ୍ୟ ଦାୟିତ୍ୱ ବହନ କରିଥିଲେ ।ସାତ ଦିନଧରି ଏହି ଖେଳକୁ ପରିଚାଳନା କରିଥିଲେ ନବୀନ ବଗର୍ତ୍ତି ,ଶେଷଦେବ ମଳିକ ,ବୁଲୁ ମାଝି ,ଲୋକନାଥ ଭୋଇ ଏବଂ କ୍ଷୀରୋଦ ଶବର ।ଉଦଯାପିତ ଫାଇନାଲ ଖେଳରେ ନବରଙ୍ଗପୁର ପଙ୍କଜ ଇଲେଭେନ ଓ କଳାହାଣ୍ଡି ଇଲେଭେନ ମଧ୍ୟରେ ସଂଘର୍ଷ ପୂର୍ଣ ଖେଳ ହୋଇଥିଲା ।ଏଥିରେ କଳାହାଣ୍ଡି ଇଲେଭେନ ୨/୧ ଗୋଳରେ ନବରଙ୍ଗପୁର କୁ ହରାଇ ଚଳିତ ବର୍ଷର ଚମ୍ପିୟାନ ହୋଇଥିଲା ।ପୁରସ୍କାର ବିତରଣ ଉତ୍ସବରେ ଜୁନାଗଡ଼ ପଞ୍ଚାୟତ ସମିତି ଉପ।ଧକ୍ଷ ପ୍ରମୋଦ କୁମାର ବେହେରା ମୁଖ୍ୟ ଅତିଥିଭାବେ ଯୋଗଦାନ କରିଥିବାବେକେ ମୁଣ୍ଡର।ଗୁଡା ପେକ୍ସ ସଭାପତି ସୁନୀଲ କୁମାର ମେହେର ମୁଖ୍ୟ ବକ୍ତା ଭାବେ ଯୋଗଦାନ କରି ଖେଳାଳୀ ମାନଙ୍କୁ ଉତ୍ସ।ହିତ କରିଥିଲେ ।ଏଥିରେ ସମ୍ମାନିତ ଅତିଥିଭାବେ ପ୍ରକୃତିବନ୍ଧୁ ଗୋପୀନାଥ ଶବର ,ସାମ୍ବାଦିକ ସୁନ୍ଦର ମୋହନ ଛତ୍ରିଆ ,ଅବସର ଯବାନ କୁଶ ମାଝି ,ଲବ ମାଝି , ସମାଜସେବୀ ବେଣୁଧର ଶବର ,ରାଜିନ୍ଦ୍ର ମାଝି ,ମଧୁସୂଦନ ଶବର ପ୍ରମୁଖ ଯୋଗଦେଇ ବିଜୟୀ ଏବଂ ରନର୍ସ ଅଫ ଦଳକୁ ପୁରସ୍କୃତ କରିଥିଲେ । କାର୍ଯ୍ୟକ୍ରମକୁ ବରିଷ୍ଟ ଶିକ୍ଷକ ଅଭିରାମ ମଙ୍ଗରାଜ ,କାର୍ତ୍ତିକ ମାଝି ଏବଂ ଅନାମ ମଙ୍ଗରାଜ ଧାରାବିବରଣୀ ପ୍ରଦାନ କରିଥିଲେ । ଧନ୍ୟବାଦ ପ୍ରଦାନ କରିଥିଲେ ଅଭିରାମ ମଙ୍ଗରାଜ । 

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍  

Related posts

ଦଶହରା କପ୍ ରାତ୍ର କାଳୀନ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ର ଫାଇନାଲ ରେ ତିନୋଟି ଦଳର ପ୍ରଦର୍ଶନ l ଉମରି ଦଳ ଚମ୍ପିୟାନ

Sunil Chandra Nayak

ଭୂବନ କପ୍ ର ଅନ୍ତିମ ଲିଗ୍ ମ୍ୟାଚ ଅନୁଷ୍ଟିତ

Sunil Chandra Nayak

କ୍ରୀଡା ମାଧ୍ୟମରେ କିଶୋରୀ ସଶକ୍ତିକରଣ 

masiha

Leave a Comment

error: Content is protected !!