ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ଦ୍ଵିତୀୟ ଥର ପାଇଁ ସଞ୍ଜୟ ପାତ୍ର ହେଲେ ବି ଜେ ଡି ସଭାପତି,ଲୋକେ ଦେଲେ ସମ୍ବର୍ଦ୍ଧନା

ଦ୍ଵିତୀୟ ଥର ପାଇଁ ସଞ୍ଜୟ ପାତ୍ର ହେଲେ ବି ଜେ ଡି ସଭାପତି,ଲୋକେ ଦେଲେ ସମ୍ବର୍ଦ୍ଧନା

ଆସିକା, ୧୯/୨/୨୬(ଶିବ ଶଙ୍କର ମିଶ୍ର) ରାଜ୍ୟ ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ଗଞ୍ଜାମ ଜିଲ୍ଲାର ସମସ୍ତ ବ୍ଲକ ଓ ନଗର ନିଗମ ପାଇଁ ସଭାପତି ମନୋନୀତ ହୋଇଛନ୍ତି । ସେହି ଅନୁଯାୟୀ ଧରାକୋଟ ବ୍ଲକ ବି ଜେ ଡି ସଭାପତି ଭାବରେ ଦ୍ଵିତୀୟ ଥର ପାଇଁ ସଞ୍ଜୟ ପାତ୍ର ମନୋନୀତ ହୋଇଛନ୍ତି । ଗତ 2019 ମସିହାରୁ 2026 ମସିହା ପର୍ଯ୍ୟନ୍ତ ସେ ଏହି ପଦବୀରେ ରହି ସୁଚାରୁ ଭାବରେ ନିଜ ଦାୟିତ୍ବ ତୁଲାଇ ବିଜୁ ଜନତା ଦଳର ସଂଗଠନକୁ ମଜବୁତ କରି ଗତ ପଞ୍ଚାୟତ ନିର୍ବାଚନ ରେ ଦଳକୁ ଧରାକୋଟ ବ୍ଲକରେ କ୍ଷମତାସୀନ କରାଇବାରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଥିଲେ। ତାଙ୍କର ସାଙ୍ଗଠନିକ ଦକ୍ଷତା ଉପରେ ଦୃଢ଼ ଆସ୍ଥା ପ୍ରକଟ କରି ଦଳ ତରଫରୁ ତାଙ୍କୁ ଦ୍ଵିତୀୟ ଥର ପାଇଁ ବ୍ଲକ ସଭାପତି ଭାବେ ମନୋନୀତ କରାଯାଇଛି । ଆଜି ପଞ୍ଚାୟତବାସି ଙ୍କ ତରଫରୁ ଶତ୍ରୁଘ୍ନ ନାୟକ,ସନାତନ ଗୌଡ଼, ବୈକୁଣ୍ଠ ପାଣିଗ୍ରାହୀ,କୁନା ନାହାକ,ପ୍ରଦୀପ ବେହେରା,କୃଷ୍ଣ ଚନ୍ଦ୍ର ନାହାକ,ପ୍ରଶାନ୍ତ ପାତ୍ର,ପ୍ରମିଳା ନାୟକ, କୁନା ନାହାକ ଙ୍କ ସମେତ ଶତାଧିକ ଲୋକ ତାଙ୍କୁ ଫୁଲତୋଡ଼ା ଦେଇ ସମ୍ବର୍ଦ୍ଧିତ କରିଥିଲେ । ଏହି ଅବସରରେ ନିଜ ପ୍ରତିକ୍ରିୟାରେ ସେ ଦଳର ସଙ୍ଗଠନ ପାଇଁ ସମର୍ପିତ ହୋଇ ନିଷ୍ଠାର ସହ କାମ କରିବେ ଏବଂ ତାଙ୍କ ଉପରେ ପୁନର୍ବାର ଆସ୍ଥା ପ୍ରକଟ କରି ସଭାପତି ଭଳି ଏକ ଗୁରୁଦାୟିତ୍ଵ ପ୍ରଦାନ କରିଥିବାରୁ ରାଜ୍ୟ ସଭାପତି ନବୀନ ପଟ୍ଟନାୟକ,ଜିଲ୍ଲା ସଭାପତି ବିକ୍ରମ ପଣ୍ଡା,ଭଗବାନ ଗନ୍ତାୟତ,ପୂର୍ଣ୍ଣ ଚନ୍ଦ୍ର ସ୍ୱାଇଁ,ପୂର୍ବତନ ବିଧାୟିକା ନନ୍ଦିନୀ ଦେବୀ ଓ ଧରାକୋଟ ବ୍ଲକ ଅଧ୍ୟକ୍ଷା ସୁଲକ୍ଷଣା ଗୀତାଞ୍ଜଳୀ ଦେବୀ ଙ୍କୁ କୃତଜ୍ଞତା ଜଣାଇ ଛନ୍ତି।

Related posts

ନ୍ୟାୟ ଦାବିରେ ସରପଞ୍ଚ ଚାମେଲୀ ଓଝାଙ୍କ ଆମରଣ ଅନଶନ: ସମର୍ଥନ ଜଣାଇଲା ଆମ୍ ଆଦମୀ ପାର୍ଟି

Sunil Chandra Nayak

ଜେଏମଏମ ଦଳର ଭିତରାମଦା ପଞ୍ଚାୟତ କମିଟୀ ଗଠିତ

Sunil Chandra Nayak

ସୋନିଆ ଗାନ୍ଧୀ ଙ୍କ କୁଶ ପୁତ୍ତଳିକା ଦାହ କଲେ ବିଜେପି କର୍ମୀ 

masiha

Leave a Comment

error: Content is protected !!