ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ଶିବିର ଉଦଯାପିତ 

ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ଶିବିର ଉଦଯାପିତ 

କାମାକ୍ଷାନଗର – ମହାବିଦ୍ୟାଳୟରେ ବାଳିକା ଆତ୍ମରକ୍ଷା କୌଶଳ ଶିବିର ଉଦଯାପିତ ହୋଇଯାଇଛି । ମହାବିଦ୍ୟାଳୟ ସଭାଗୃହରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅଧ୍ୟକ୍ଷ ଜଗନ୍ନାଥ ପରିଡା ଯୋଗଦେଇ ସାଂପ୍ରତିକ ସ୍ଥିତିରେ ପ୍ରତ୍ୟେକ ଛାତ୍ରୀ ଆତ୍ମରକ୍ଷା ତାଲିମ ନେବା ଆବଶ୍ୟକ ବୋଲି ପ୍ରକାଶ କରିଥିଲେ । କାର୍ଯ୍ୟକ୍ରମ ସଂଯୋଜିକ ଅଧ୍ୟାପିକା ସାଗରିକା ମହାନ୍ତି ଆଠଦିନ ଧରି ଦିଆଯାଇଥିବା ପ୍ରଶିକ୍ଷଣରେ ଛାତ୍ରୀମାନେ ଉପସ୍ଥିତ ରହି ଶିକ୍ଷା ଲାଭ କରିଥିବା କୌଶଳ ର ଆବଶ୍ୟକତା ସମ୍ପର୍କରେ ସୂଚନା ଦେଇଥିଲେ । ପ୍ରାଧ୍ୟାପକ ଶ୍ରୀକାନ୍ତ କୁମାର ପ୍ରଧାନ,ଅଧ୍ୟାପକ ଡ଼ ଶ୍ରୀବତ୍ସ କୁମାର ସାହୁ,ଅଧ୍ୟାପକ ରଶ୍ମିରଞ୍ଜନ ସେନାପତି, ଅଧ୍ୟାପକ ପ୍ରମୋଦ କୁମାର ସ୍ଵାଇଁ, ଅଧ୍ୟାପକ ଚିନ୍ମୟ କୁମାର ମିଶ୍ର ପ୍ରମୁଖ ଯୋଗ ଦେଇ ଶିବିରରେ ଦିଆଯାଇଥିବା କୌଶଳ ନାରୀ ସୁରକ୍ଷାରେ କିପରି ସହାୟକ ହେବ ବୋଲି ମତବ୍ୟକ୍ତ କରିଥିଲେ । ଶେଷରେ ଅଧ୍ୟାପକ ଶରତ ଚନ୍ଦ୍ର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । ମାଷ୍ଟର ଟ୍ରେନର ସାଇକ୍ରିସ୍ନା ସାହୁ ଆଠ ଦିନ ଧରି ବିଭିନ୍ନ କୌଶଳ ଛାତ୍ରୀ ମାନଙ୍କୁ ଶିକ୍ଷା ଦାନ କରିଥିଲେ । ଅତିଥୀଙ୍କଦ୍ୱାର ସମସ୍ତ ଛାତ୍ରୀ ମାନଙ୍କୁ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା । ଛାତ୍ରୀ ଶୁଭଶ୍ରୀ ସାହୁ, ସୁନିତା ନାୟକ, ପ୍ରତିଭା ସାମଲ, ଶୁଭସ୍ମିତା ପାତ୍ର ପ୍ରମୁଖ ସହାୟତା ପ୍ରଦାନ କରିଥିଲେ । 

ପ୍ରହ୍ଲାଦ ମୁଦୁଲି ଙ୍କ ରିପୋର୍ଟ୍  

Related posts

କୁସୁର୍ଲା ହଜାରୀପଡାରେ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ

masiha

ସମୂହ ଛୁଟିରେ ପଂଚାୟତ ନିର୍ବାହୀ ଅଧିକାରୀ ଓ ଯୋଗାଣ ସହାୟକ : ଦ୍ୱନ୍ଦ ରେ ହିତାଧିକାରୀ ଉନ୍ନୟନ ,କାର୍ଯ୍ୟ ଠପ 

masiha

ଖଳିଆ ପଡ଼ା କୁ ରାସ୍ତା ନାହିଁ ଅସୁବିଧା ଭୋଗୁଛନ୍ତି ଗ୍ରାମ ବାସି

masiha

Leave a Comment

error: Content is protected !!