ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

‘କାର୍ଯ୍ୟ ବନ୍ଦ ସହ ସପକ୍ଷବାଦୀଙ୍କୁ କରାଯାଉଛି ସାବାଡ଼’

‘କାର୍ଯ୍ୟ ବନ୍ଦ ସହ ସପକ୍ଷବାଦୀଙ୍କୁ କରାଯାଉଛି ସାବାଡ଼’

କୋରାପୁଟ ଜିଲ୍ଲାର ଦୁଇଗୋଟି ବ୍ଲକ ତଥା ସେମିଳିଗୁଡା ଏବଂ ପଟ୍ଟାଙ୍ଗି ଦେଇ ଯାଇଥିବା ସେରୁବନ୍ଧ ବକ୍ସାଇଟ ଖଣି ଖନନ କରିବା ନିମନ୍ତେ ହେଉଥ‌ିବା ସମସ୍ତ ପ୍ରୟାସକୁ ଭଣ୍ଡୁର କରୁଛନ୍ତି ଖଣି ଖନନ ବିପକ୍ଷବାଦୀ I କିଛି ଦିନଧରି ହେଉଥିବା ରାସ୍ତା ଉନ୍ନତି କରଣକୁ ଭଣ୍ଡୁର କରିବା ସହ ନାଲ୍‌କୋ ସପକ୍ଷରେ ରହିଥ‌ିବା ବିଭିନ୍ନ ଲୋକଙ୍କୁ ସାବାଡ କରୁଥିବା ଦେଖ‌ିବାକୁ ମିଳିଅଛି |ସୂଚନା ଅନୁଯାୟୀ ନାଲକୋ ଏକ ଠିକାଦାରଙ୍କ ସହାୟତା ରେ ମାଳିପୁଟ ଠାରୁ ମାଲକାର ବନ୍ଧ ପର୍ଯ୍ୟନ୍ତ ରହିଥ‌ିବା ରାସ୍ତା ଗୁଡ଼ିକୁ ସଫା କରିବା ନିମନ୍ତେ ଏକ ଜେସିବି ପଠାଇ କାର୍ଯ୍ୟ ପ୍ରାରମ୍ଭ କରାଯାଇଥିଲା | ଏଥ୍‌ନେଇ ସୂଚନା ପାଇ ତୁରନ୍ତ ସେଠାକୁ ସ୍ଥାନୀୟ ଲୋକ ପହଞ୍ଚି ଉକ୍ତ କାର୍ଯ୍ୟକୁ ବନ୍ଦ କରିଥିଲେ ଏବଂ କାର୍ଯ୍ୟ କରୁଥିବା ଠିକାଦାରଙ୍କୁ ଚେତାବନୀ ଦେଇଥିଲେ। ଏହାପରେ ସେଠାରୁ ସେ ଫେରିଯାଇଥିବା ଦେଖ‌ିବାକୁ ମିଳିଛି।ଏହାପରେ ନାଲ୍‌କୋ ବିପକ୍ଷ ବାଦି ନାଲ୍‌କୋ ସପକ୍ଷବାଦୀଙ୍କ ସଫେଇ କାର୍ଯ୍ୟକ୍ରମ ଆରମ୍ଭକରିଥିବା ନେଇ ଜଣାପଡିଛି। ବିପକ୍ଷବାଦୀଙ୍କ ସହ ସହ ଲୋକେ ଚମ୍ପାଖେନ୍ଦା, ମାଳିପଟ, ଡୁର୍କାଗୁଡ଼ା ଆଦି ଗ୍ରାମକୁ ଗସ୍ତ କରି ସେଠାରେ ସନ୍ଦେହ ଘେରରେ ରହିଥ‌ିବା କିଛି ନାଲକୋ ସପକ୍ଷବାଦୀଙ୍କ ନିକଟରେ ପହଞ୍ଚିଥିଲେ। ସେଠାରେ ପହଞ୍ଚି ଉକ୍ତ ଲୋକଙ୍କୁ ଧରି ଆଲୋଚନା କରିବା ସହ ସେମାନଙ୍କୁ ଶକ୍ତ ଚେତାବନୀ ଦେଇଥିବା ନେଇ ଜଣାପଡିଛି | ସପକ୍ଷବାଦୀ ମାନେ ମଧ୍ୟ ଆଗାମୀ ଦିନରେ ଏଭଳି ଭୁଲ ଆଉ କରିବୁ ନାହି ବୋଲି କହିଥିବା ଜଣାପଡିଛି | ତୁରିଆ ଗ୍ରାମରେ ମଧ୍ୟ କିଛି ସପକ୍ଷବାଦୀ ନାଲ୍‌କୋର ଯୋଜନା ଗ୍ରାମରେ କରାଇବା ନିମନ୍ତେ ପ୍ରୟାସ କରିଥିବା ନେଇ ଜାଣିବା ପରେ ବିପକ୍ଷବାଦୀ ଆଜି ତଥା ମଙ୍ଗଳବାର ସେଠାରେ ପହଞ୍ଚି ସେମାନଙ୍କୁ ଶକ୍ତ ଚେତାବନୀ ଦେଇଥିବା ନେଇ ଜଣାପଡିଛି |ପ୍ରକାଶ ଥାଉକି ଗତ ୧୯ ରିଖ ଦିନ ନାଲ୍‌କୋର କିଛି ଅଧିକାରୀ ଏବଂ ପୋଲିସ ଓ ବ୍ଲକ ପ୍ରଶାସନ ଅଧୂକାରୀ ଗଣ ମିଶି ୨୬ ନଂ ଜାତୀୟ ରାଜପଥ ମାଳିପୁଟ ଗ୍ରାମ ନିକଟରୁ ରାସ୍ତା ମରାମତି ଓ ଜଙ୍ଗଲରୁ ଗଛ କାଟିବା ନିମନ୍ତେ ଶୁଭ ଦେବାର ଯୋଜନା ନେଇ ପହଞ୍ଚିଥିଲେ। 

କୋରାପୁଟ ଜିଲ୍ଲାରୁ ଶ୳୲ମଖିଲ ଙ୍କ ରିପୋର୍ଟ

 

Related posts

ଜିଲ୍ଲା ପ୍ରଶାସନ ତରଫରୁ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳିତ 

masiha

ନୃସିଂହନାଥ ଠାରେ ବିଂଝାଲ ସାମାଜ ପକ୍ଷରୁ ମହାସଭା ପାଇଁ ଏକ ପ୍ରସ୍ତୁତି 

masiha

ଔମୂଳ ଛକଠାରେ ଖୋଲିଲା ଜଳଛତ୍ର

masiha

Leave a Comment

error: Content is protected !!