ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ହାଇକୋର୍ଟର ବଡ଼ ରାହତ: ପୁଣି ନଗରପାଳ ପଦକୁ ଫେରିବେ ଶୁଭେନ୍ଦୁ ସାହୁ

ହାଇକୋର୍ଟର ବଡ଼ ରାହତ: ପୁଣି ନଗରପାଳ ପଦକୁ ଫେରିବେ ଶୁଭେନ୍ଦୁ ସାହୁ

▪️ରାଜ୍ୟପାଳଙ୍କ ଆଦେଶ ଖାରଜ, ଭୁବନରେ ଖୁସି
▪️ବହିଷ୍କାର ରଦ୍ଦ, ଗାଦିକୁ ଫେରିବେ ଶୁଭେନ୍ଦୁ

କାମାକ୍ଷାନଗର – ଗତ କିଛିଦିନ ପୂର୍ବରୁ ଦୁର୍ନୀତି ଅଭିଯୋଗ ଆଧାରରେ ଢ଼େଙ୍କାନାଳ ଜିଲ୍ଲା ଭୁବନ ନଗରପାଳ ଶୁଭେନ୍ଦୁ ସାହୁଙ୍କୁ ପଦରୁ ବହିଷ୍କୃତ କରାଯାଇଥିଲା | ଏହି ପଦକ୍ଷେପ ରାଜ୍ୟପାଳଙ୍କ ଆଦେଶ ଅନୁସାରେ ଗ୍ରହଣ କରାଯାଇଥିବା ବେଳେ, ଶୁଭେନ୍ଦୁ ସାହୁ ଏହାକୁ ଆଇନ ମଞ୍ଚରେ ଚ୍ୟାଲେଞ୍ଜ କରି ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ | ଗୁରୁବାର ଦିନ ହାଇକୋର୍ଟ ଏହି ମାମଲାରେ ଶୁଣାଣି କରି ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରକାଶ କରିଛନ୍ତି | ଆଦାଲତ ରାଜ୍ୟପାଳଙ୍କ ଆଦେଶକୁ ଖାରଜ କରିଦେଇଥିବାରୁ ଶୁଭେନ୍ଦୁ ସାହୁଙ୍କ ପୁନର୍ବାର ନଗରପାଳ ପଦକୁ ଫେରିବାର ପଥ ସୁଗମ ହୋଇଛି | ହାଇକୋର୍ଟର ଏହି ରାୟ ପରେ ଭୁବନ ଅଞ୍ଚଳରେ ଖୁସିର ଲହରୀ ଦେଖାଯାଇଛି | ତାଙ୍କ ସମର୍ଥକମାନେ ଆଦାଲତର ନିଷ୍ପତ୍ତିକୁ ସ୍ୱାଗତ କରି ଆନନ୍ଦ ପ୍ରକାଶ କରିଛନ୍ତି | ଅନ୍ୟପଟେ, ରାଜନୈତିକ ମହଳରେ ଏହି ଘଟଣାକୁ ନେଇ ଚର୍ଚ୍ଚା ଚାଲିଛି | ଆଗାମୀ ଦିନରେ ନଗରପାଳ ପଦରେ ପୁନଃ ଦାୟିତ୍ୱ ଗ୍ରହଣ ପରେ ଶୁଭେନ୍ଦୁ ସାହୁଙ୍କ କାର୍ଯ୍ୟପ୍ରଣାଳୀ କିପରି ରହିବ, ସେନେଇ ସାଧାରଣ ଲୋକଙ୍କ ମଧ୍ୟରେ ଆଗ୍ରହ ବୃଦ୍ଧି ପାଇଛି |

Related posts

ସରଧାପୂର ନିକଟରେ ଦୁଇ ବାଇକ ମୁହାଁମୁହିଁ ଧକ୍କା ଜଣେ ମୃତ, ଜଣେ ଗୁରୁତର  

masiha

ନୂଆପଡା ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ ସଭା

masiha

ମୁନିସିପାଲ ମହାବିଦ୍ୟାଳୟରେ “ନବସୃଜନ ଏବଂ ନୂତନ ଉଦ୍ୟମ ପ୍ରତିଯୋଗିତା” ଅନୁଷ୍ଠିତ 

Sunil Chandra Nayak

Leave a Comment

error: Content is protected !!