ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନୂଆପଡ଼ା ଜିଲ୍ଲା ସୁନାବେଡ଼ା ଅଭୟାରଣ୍ୟରେ ଜଙ୍ଗଳ ନିଆଁ ଲିଭାଇବା ନେଇ ନାଗରିକ ସଚେତନ କାର୍ଯ୍ୟକ୍ରମ, ବିଭିନ୍ନ ଉପାୟରେ ନିଆଁ ଲିଭାଇବା ପାଇଁ କର୍ମଚାରୀ ଙ୍କୁ ତାଲିମ ଏବଂ ଉପକରଣ ବଣ୍ଟନ 

ନୂଆପଡ଼ା ଜିଲ୍ଲା ସୁନାବେଡ଼ା ଅଭୟାରଣ୍ୟରେ ଜଙ୍ଗଳ ନିଆଁ ଲିଭାଇବା ନେଇ ନାଗରିକ ସଚେତନ କାର୍ଯ୍ୟକ୍ରମ, ବିଭିନ୍ନ ଉପାୟରେ ନିଆଁ ଲିଭାଇବା ପାଇଁ କର୍ମଚାରୀ ଙ୍କୁ ତାଲିମ ଏବଂ ଉପକରଣ ବଣ୍ଟନ 

 ନୂଆପଡା,(ସୁଜିତ କୁମାର ପ୍ରଧାନ )ନୂଆପଡ଼ା ଜିଲ୍ଲା ସୁନାବେଡ଼ା ଅଭୟାରଣ୍ୟରେ ଜଙ୍ଗଳ ନିଆଁ ଲିଭାଇବା ନେଇ ନାଗରିକ ସଚେତନ କାର୍ଯ୍ୟକ୍ରମ, ବିଭିନ୍ନ ଉପାୟରେ ନିଆଁ ଲିଭାଇବା ପାଇଁ କର୍ମଚାରୀ ଙ୍କୁ ତାଲିମ ଦେଇ ଉପକରଣ ବଣ୍ଟନ କରିଛନ୍ତି। ଆଜି ଅଭୟାରଣ୍ୟ ରେ ଥିବା ସୁନାବେଡ଼ା ଗ୍ରାମ ରେ ସାପ୍ତାହିକ ବଜାର ଥିବାବେଳେ ଏହି ବଜାର ର ସୁବିଧା ନେଇ ପ୍ରଚାର ପାତ୍ର ବଣ୍ଟନ କରିଥିଲେ। ଏହି ଵଜାରରେ ପାଖାପାଖି ଅଞ୍ଚାଲରୁ ୨୦ ଖଣ୍ଡ ଗ୍ରାମ ଲୋକ ଆସି ସଉଦା ନେଉଥିବା ବେଳେ ପଡୋଶୀ ଛତିଶଗଡ଼ ରାଜ୍ୟ ର ସୀମାନ୍ତ ଗ୍ରାମର ଲୋକ ଆସିଥାନ୍ତି। ତେଣୁ ଅଳ୍ପ ସମୟରେ ବହୁଳ ପ୍ରଚାର ସୁବିଧା ଉଠାଇ ୨୦୦୦ ପ୍ରଚାର ପତ୍ର ବଣ୍ଟନ କରିଥିଲେ। ସେହିପରି ବନ୍ୟ ପ୍ରାଣୀ ବିଭାଗ କାର୍ଯ୍ୟାଳୟ ଠାରେ ଅଗ୍ନି ଲିଭାଇବା କର୍ମଚାରୀ ମାନେ ଯୋଗ ଦେଇ ତାଙ୍କୁ ତାଲିମ ପ୍ରଦାନ କରିଥିଲେ। ଅଗ୍ନି ଲିଭାଇବା ବିଭିନ୍ନ ଉପକରଣ ବଣ୍ଟନ କରିଛନ୍ତି। ସେହି କର୍ମଚାରୀ ମାନେ ଆଜି ଅଭୟାରଣ୍ୟ ସଡ଼କ ଉଭୟ ପାର୍ଶ୍ଵରେ ଅଗ୍ନି ରେଖା ତିଆରି କରି ଥିବା ବେଳେ ଯନ୍ତ୍ର ସାହାର୍ଯ୍ୟରେ ନିଆଁ ଜଙ୍ଗଳ ରେ ନ ବ୍ୟାପିବା ପାଇଁ କାର୍ଯ୍ୟ କରିଥିଲେ। ଦାଥୁନାମା ବନ୍ୟପ୍ରାଣୀ ଫରେଷ୍ଟର ବିଶ୍ଵ ମୋହନ ପାଢୀ, ସୁନାବେଡ଼ା ବନ୍ୟପ୍ରାଣୀ ଫରେଷ୍ଟର ସଞ୍ଜୟ୍ ଠାକୁର ଏବଂ ୪୦ ଜଣ ବନ୍ କର୍ମଚାରୀ ଯୋଗ ଦେଇଥିଲେ। 

Related posts

ସଂସ୍କାର ପବ୍ଲିକ ସ୍କୁଲରେ ସମ୍ମାନ ସମାରୋହ

Sunil Chandra Nayak

ସୀମାରେ ସୁରକ୍ଷା, ସମାଜରେ ଜୀବନଦାନ: ବୀର ଯବାନଙ୍କ ମହାନତା

ଆର୍ମ ସଂଗଠନ ପକ୍ଷରୁ ଉତ୍ତମ ସ୍ୱାସ୍ଥ୍ୟ ଓ ଉତ୍ତମ ପରିମଳ ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ

Sunil Chandra Nayak

Leave a Comment

error: Content is protected !!