ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଓଡ଼ିଶା ଆଦିବାସୀ ଅଧିକାର ମଞ୍ଚ ପକ୍ଷରୁ ଦେଓଲା ଗ୍ରାମରେ ସହିଦ୍ ଲକ୍ଷ୍ମଣ ନାୟଙ୍କ ଫାଶୀ ଦିବସ ପାଳନ କାର୍ଯ୍ୟକ୍ରମ 

ଓଡ଼ିଶା ଆଦିବାସୀ ଅଧିକାର ମଞ୍ଚ ପକ୍ଷରୁ ଦେଓଲା ଗ୍ରାମରେ ସହିଦ୍ ଲକ୍ଷ୍ମଣ ନାୟଙ୍କ ଫାଶୀ ଦିବସ ପାଳନ କାର୍ଯ୍ୟକ୍ରମ 

ନବରଙ୍ଗପୁର ୨୯:(/୦୩/୨୦୨୬)(ରବି ନାରାୟଣ ମହାନ୍ତି) ଆଜି ରବିବାର ଦିନ ସହିଦ୍ ଲକ୍ଷ୍ମଣ ନାୟକଙ୍କ ଫାଶୀ ଦିବସ ବା ବଳିଦାନ୍ ଦିବସ ନବରଙ୍ଗପୁର ନିକଟସ୍ଥ ବିକ୍ରମପୁର ପଞ୍ଚାୟତ ଅଧୀନ ଦେଓଳା ଗ୍ରାମରେ ଯୁବ ସମାଜସେବୀ ରଜନୀ ମାଝୀଙ୍କ ସଭାପତିତ୍ବରେ ପାଳନ ହୋଇଯାଇଛି l ଆଦିବାସୀ ମାନଙ୍କ ଜଳ ଜମି ଜଙ୍ଗଲ ର ସୁରକ୍ଷା ଓ ଅଧିକାର କୁ ନେଇ ଆଗମୀ ଦିନରେ ଗଣତାନ୍ତ୍ରିକ ଲଢେଇକୁ ଜୋରଦାର କରିବାକୁ ନିଷ୍ପତ୍ତି ନିଆଗଲା , ସହିଦ୍ ଲକ୍ଷ୍ମଣ ନାୟକଙ୍କ ଅଧୁରା ସ୍ବପ୍ନ କୁ ପୁରା କରିବାକୁ ପଡ଼ିବ ଏବଂ ଗୋରା ସରକାର୍ ଅନ୍ୟାୟ ଅତ୍ୟାଚାର ପରେ ବର୍ତ୍ତମାନ ର କଳା ସରକାର୍ ଦ୍ଵାରା ଆଦିବାସୀ ଓ ମୂଳ ନିବାସୀ ମାନଙ୍କ ଜଳ ଜମି ଜଙ୍ଗଲ ଛଡ଼ାଇ ନେବା ଓ ସରକାର୍ ଦ୍ଵାରା ବେଆଇନ୍ ଭାବରେ ଜମିରୁ ଉଚ୍ଛେଦ କରିବା ଭଳି କାର୍ଯ୍ୟକୁ ସଭା ମଧ୍ୟରେ ପ୍ରତିବାଦ କରିଥିଲେ , ଜଙ୍ଗଲ ଅଧିକାର ଆଇନ୍ ୨୦୦୬ ଓ ସଂଶୋଧିତ ଆଇନ୍ ୨୦୧୨ ନିୟମ କୁ ଉଲଙ୍ଘନ, ଭୂମି ଅଧିଗ୍ରହଣ ଆଇନ୍ ୨୦୧୩ ନିୟମକୁ ଉଲଙ୍ଘନ କରି , ପେସା ଆଇନ୍ ର ଉଲଙ୍ଘନ ଓ ପଞ୍ଚମ ଅନୁସୂଚିତ ଅଞ୍ଚଳ ଆଇନ୍ କୁ ସମ୍ପୂର୍ଣ ଉଲଙ୍ଘନ କରି ଗ୍ରାମସଭାର ବିନା ଅନୁମତି ରେ ଦେଓଳା ଠାରେ ଗୁନଟାଟ ଆନିକୋଟ ନଦୀବନ୍ଧ ପ୍ରକଳ୍ପ ନିର୍ମାଣ ଚାଲିଥିବା ହେତୁ ଆଗମୀ ଦିନରେ ଜୋରଦାର ଆନ୍ଦୋଳନ କରାଯିବ ବୋଲି ଓଡ଼ିଶା ଆଦିବାସୀ ଅଧିକାର ମଞ୍ଚ ନବରଙ୍ଗପୁର ଜିଲ୍ଲା ସମ୍ପାଦକ ଶ୍ରୀ ରାଜେଶ୍ ଜାନି କହିଥିଲେ ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ଓଡ଼ିଶା କୃଷକ ସଭା ରାଜ୍ୟ କମିଟି ସଭ୍ୟ ଶ୍ରୀ ଦେବରାଜ ନାଗ , ଯୁବ ସମାଜସେବୀ ଶ୍ରୀ ଦୟାନିଧି ସୁନା , ବରିଷ୍ଠ ସମାଜସେବୀ ଟଙ୍କଧର ପୂଜାରୀ , ହେମଧର ଭତରା , କ୍ଷେତ୍ର ଭତରା , ସନ୍ଧର ନାୟକ , ଇନ୍ଦ୍ରା ଦିଶାରି , ଭଗବାନ ମାଳି , ଜଟିଆ ଗୌଡ , ଧନସିଂ ଦିସାରୀ , ଦେବ ଭତରା ଓ ଅନ୍ୟାନ୍ୟ ଶତାଧିକ ପୁରୁଷ ଓ ମହିଳା ଉପସ୍ଥିତ ଥିଲେ । ସଭା ଶେଷରେ ବରିଷ୍ଠ ସମାଜସେବୀ ଶ୍ରୀ ଟଙ୍କଧର ପୂଜାରୀ ସମସ୍ତଙ୍କୁ ଧନ୍ୟବାଦ୍ ଦେଇ ସଭା ଶେଷ କଲେ l

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ଧାମରା ସଂଘର ବସନ୍ତ କବିତା ଆସର ଓ ବିଜୁବାବୁଙ୍କ ଜୟନ୍ତୀ ପାଳିତ

Sunil Chandra Nayak

କାନଭାସ ରାଉରକେଲା ଦ୍ଵାରା ଆୟୋଜିତ ୯ମ ରାଉରକେଲା ଦିବସ ସମାରୋହ ଆସନ୍ତା ୨୯ ଓ ୩୦ ରେ….

masiha

୧- ନାରାୟଣ ପାଟଣା ଠାରେ ମା ଚୈତରାଇ ଭଲିବଲ ଟୁର୍ଣମେଣ୍ଟ , ୨- ରଙ୍ଗର ପର୍ବ ହୋଲି ପାଇଁ ବନ୍ଧୁଗାଁ ବ୍ଲକରେ ସବୁଆଡେ ଉତ୍ସାହ ଦେଖିବାକୁ ମିଳିଛି , ୩- ଅଗ୍ନିଗଙ୍ଗା ମାଙ୍କ ଦର୍ଶନ କଲେ ଜିଲ୍ଲା ମୁଖ୍ୟ ଉନୟନ ଅଧିକାରୀ 

masiha

Leave a Comment

error: Content is protected !!