ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପାଳ କୁଡ଼ିଆରେ ନିଆଁ ଲାଗି ୨ ଶିଶୁ ଜୀବନ୍ତ ଦଗ୍ଧ

ପାଳ କୁଡ଼ିଆରେ ନିଆଁ ଲାଗି ୨ ଶିଶୁ ଜୀବନ୍ତ ଦଗ୍ଧ

ଲାଞ୍ଜିଗଡ଼, ୧୧/୦୨(ମନିସ)-କାନ୍ଦୁଲ ଗୁଡ଼ିଆ ( ଚାଷ କରିଥିବା ଭଟା ଜମି )ରେ ତିଆରି କରିଥିବା ଅସ୍ଥାୟୀ ପାଳ କୁଡ଼ିଆରେ ନିଆଁ ଲାଗି ଦୁଇ ନିଷ୍ପାପ ଶିଶୁ ଜୀବନ୍ତ ଜଳିଯାଇଛନ୍ତି। ଘଟଣାଟି ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ମିଳିଥିବା ସୂଚନା ଅନୁସାରେ, କାନ୍ଦୁଲ ଗୁଡିଆରେ ତିଆରି ହୋଇଥିବା ଅସ୍ଥାୟୀ ପାଳ କୁଡ଼ିଆରେ ବସାଇ ପାଖ ଜଙ୍ଗଲରେ କାଠ ସଂଗ୍ରହ କରୁଥିଲେ ମାଆ। କିଛି ସମୟ ପରେ ଫେରି ଦେଖିବାବେଳକୁ ପାଳ ତିଆରି ଅସ୍ଥାୟୀ କୁଡ଼ିଆ ନିଆଁ ଲାଗି ଜଳିଯିବା ସହିତ ସେଠାରେ ଖେଳୁଥିବା ଦୁଇ ଶିଶୁ ମଧ୍ୟ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ଦୁଇଶିଶୁଙ୍କ ମୃତ୍ୟୁ ପରେ ପରିବାର ଉପରେ ଦୁଃଖର ପାହାଡ଼ ଛିଣ୍ଡି ପଡିଥିବାବେଳେ ଦୁଃଖିନୀ ମାଆର କୋଳଶୂନ୍ୟ ହୋଇଯାଇଛି। ଏପରି ଏକ ହୃଦୟ ବିଦାରକ ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ଲାଖବାହାଲି ପଞ୍ଚାୟତ ତାଳବୋରା ଗାଁରେ। ଗାଁର ବଡ଼ ବିଶି ମାଝୀ ଓ ସୁଶାରୀ ମାଝୀଙ୍କ ପାଞ୍ଚ ବର୍ଷର ପୁଅ ଓ ଚାରି ବର୍ଷର ଝିଅ ଆଜି ସକାଳେ ସେମାନଙ୍କ କାନ୍ଦୁଲ ଗୁଡ଼ିଆ (କାନ୍ଦୁଲ ଚାଷ କରିଥିବା ପାହାଡିଆ ଜମି )ରେ ତିଆରି ହୋଇଥିବା ପାଳ କୁଡ଼ିଆରେ ବସି ଖେଳୁଥିଲେ। ଏହି ସମୟରେ ଦୁଇ ଶିଶୁଙ୍କୁ ଛାଡ଼ି କିଛି ଦୂରରେ କାଠ ସଂଗ୍ରହ କରୁଥିଲେ ସେମାନଙ୍କ ମାଆ ସୁଶାରୀ ମାଝୀ। ଏହି ସମୟରେ ପାଳ କୁଡ଼ିଆରେ ହଠାତ ନିଆଁ ଲାଗି ଦୁଇ ଶିଶୁ ଜୀବନ୍ତ ଜଳିଯାଉଥିଲେ। ସେମାନଙ୍କ ଚିତ୍କାର ଶୁଣି ସୁଶାରୀ ଆସିବା ବେଳକୁ ସବୁକିଛି ସରି ସାରିଥିଲା। ପୁଅଝିଅଙ୍କ ମୃତ୍ୟୁରେ ସ୍ୱାମୀ-ସ୍ତ୍ରୀ ଭାଙ୍ଗି ପଡିଥିବାବେଳେ ଦୁଃଖ ଓ ଶୋକରେ ମ୍ରିୟମାଣ ହୋଇ ସେମାନେ ଗାଁ ମଶାଣିରେ ମୃତ ପୁଅଝିଅଙ୍କ ଶବସଂସ୍କାର କରିଥିବା ଜଣାପଡିଛି। ତେବେ ସରକାରୀ ନିୟମକାନୁନ ବିଷୟରେ ଅଜ୍ଞ ଥିବାହେତୁ ପୁଲିସ ପ୍ରଶାସନକୁ ସେମାନେ ସୂଚନା ଦେଇନାହାନ୍ତି। ଅପରପକ୍ଷରେ ଦୁଇ ନିଷ୍ପାପ ଶିଶୁଙ୍କୁ ହରାଇ ବାପ- ମାଆଙ୍କ ଆଖିରୁ ଲୁହ ଶୁଖୁନଥିବାବେଳେ ଏହି ପରିବାରକୁ ସରକାରୀ ସହାୟତା ଯୋଗାଇଦେବାକୁ ଦାବି ହେଉଛି। 

ସୁଶୀଲ କୁମାର ବାଗ ଙ୍କ ରିପୋର୍ଟ୍ 

Related posts

ଅଙ୍ଗୀକାର, ୨୦୨୫ କାର୍ଯ୍ୟକ୍ରମ ଓ ସ୍ଵଚ୍ଛତା ହିଁ ସେବାର ଶୁଭାରମ୍ଭ

Sunil Chandra Nayak

ଜନଜାତି ସୁରକ୍ଷା ମଞ୍ଚ ତରଫରୁ ନୁତନ ମହିଳା ଥାନା ଅଧିକାରୀ ଙ୍କୁ କଲେ ସ୍ଵାଗତ ସମ୍ବର୍ଦ୍ଧନା 

ଓଡ଼ିଆ ପକ୍ଷ ପାଳନ ଅବସରରେ “ବନ୍ଦନୀୟ ବରପୁତ୍ର” କାର୍ଯ୍ୟକ୍ରମ ଅନୁଷ୍ଠିତ

masiha

Leave a Comment

error: Content is protected !!