ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗୋପାଳପୁର ବାଳିକା ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ୨୦୨୩ ପାଳିତ

ଥୁଆମୁଳ ରାମପୁର:୪/୦୨ – (ମ.ନି.ସ):- କଳାହାଣ୍ଡି ଜିଲ୍ଲା ଥୁଆମୁଳ ରାମପୁର ବ୍ଳକ ଗୋପାଳପୁର ସ୍ଥିତ ବାଳିକା ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ୨୦୨୩ ଅନୁଷ୍ଠିତ ହୋଇଯାଇଛି। ଏହି ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବିଧାୟକ ଶ୍ରୀଯୁକ୍ତ ପ୍ରଦୀପ କୁମାର ଦିଶାରୀ ଓ ମୁଖ୍ୟ ବକ୍ତା ଭାବେ ମାଁ ମାଣିକେଶ୍ବରୀ ପଞ୍ଚାୟତ ସମିତି ମହାବିଦ୍ୟାଳୟ ଅଧ୍ଯକ୍ଷ ଶ୍ରୀ ସତ୍ଯନାୟଣ ମୁଣ୍ତଛିନା ଯୋଗଦେଇ ଥିବାବେଳେ ସମ୍ମାନିତ ଅତିଥି ଭାବେ ବ୍ଳକ ଅଧ୍ଯକ୍ଷ ଶ୍ରୀ ଦୟାନିଧି ମାଝୀ, ପୂର୍ବତନ ବ୍ଳକ ଅଧ୍ଯକ୍ଷା ଶ୍ରୀମତୀ ଦ୍ରୌପଦୀ ମାଝୀ, ଡିଡବ୍ଳୁଓ ଶ୍ରୀ ଅରବିନ୍ଦ ରାୟ, ଡବ୍ଳୁଇଓ ଶ୍ରୀ ଗଙ୍ଗାଧର ବେହେରା, ବ୍ଳକ ଶିକ୍ଷାଧିକାରୀ ଶ୍ରୀ ଲୋକନାଥ ବେହେରା, ଗୋପାଳପୁର ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଶ୍ରୀ ଭାରତ ଚନ୍ଦ୍ର ନାଏକ, ବାଳିକା ଉଚ୍ଚ ବିଦ୍ୟାଳୟ ପୂର୍ବତନ ପ୍ରଧାନ ଶିକ୍ଷକ ଶ୍ରୀ ଅମରେନ୍ଦ୍ର ସାହୁ, ସମାଜସେବୀ ଶ୍ରୀ ମାଣିକ୍ଯ ଚନ୍ଦ୍ର ନାଏକ, ସ୍ଥାନୀୟ ସରପଞ୍ଚ ଶ୍ରୀ ବେଣୀ ମାଝୀ, ବିଦ୍ୟାଳୟ ସଭାପତି ଶ୍ରୀ ଯୁଗି ମାଝୀ ପ୍ରମୁଖ ଉପସ୍ଥିତ ରହି ମଞ୍ଚାସୀନ ଥିଲେ। ବାର୍ଷିକ ବିବରଣୀ ପାଠ କରିଥିଲେ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀ ରବିନ୍ଦ୍ର ନାଥ ସେଠି, ମଞ୍ଚ ପରିଚାଳନାରେ ସହଯୋଗ କରିଥିଲେ ଶିକ୍ଷୟିତ୍ରୀ ସ୍ଵାଗତିକା ମିଶ୍ର, ନୃତ୍ୟ ଗୁରୁ ଶ୍ରୀ ପବିତ୍ର କୈବର୍ତ୍ତ ଓ ଶିକ୍ଷୟିତ୍ରୀ ରଞ୍ଜିତା ନାଗ, ପୁରସ୍କାର ବିତରଣରେ ସହଯୋଗ କରିଥିଲେ ଶିକ୍ଷୟିତ୍ରୀ ପୁଷ୍ପାଞ୍ଜଳି ସାହୁ ଓ ପୁଷ୍ପାଞ୍ଜଳି ମଣ୍ତଳ, ଶିକ୍ଷକ ବିରୁପାକ୍ଷ ରାଉତ୍, ଚନ୍ଦନ ଆଚାର୍ଯ୍ୟ ଅନ୍ଯାନ୍ଯ କର୍ମଚାରୀଙ୍କ ମଧ୍ୟରୁ ସୋମନାଥ ନାଏକ, ଅନ୍ତରାମ ମାଝୀ, ଗରିବ ବାଗ, ଧୀର ମାଝୀ, ସବିତା ନାଏକ, ହୁନା ମାଝୀ, ମନେର ମାଝୀ, କୁନ୍ତଳା ନାଏକ, ନକ୍ଷତ୍ରମାଳା ଗଉଡ, ରଞ୍ଜିତା ନାୟକ, ଅମୃତ ଗୁଉଡ ସହଯୋଗ କରିଥିଲେ।ଅନ୍ଯାନ୍ଯ ବିଦ୍ୟାଳୟର ଶିକ୍ଷକ ଓ ବିଦ୍ୟାଳୟର ଛାତ୍ରୀ ମାନେ ଉପସ୍ଥିତ ରହିଥିବା ବେଳେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ଛାତ୍ରୀ ମାନଙ୍କୁ ଅତିଥିମାନେ ପୁରସ୍କୃତ କରି ଉତ୍ସାହିତ କରିଥିଲେ। କାର୍ଯ୍ଯକ୍ରମର ଶେଷରେ ସୋନାଳିକା ପରିଡା ଧନ୍ୟବାଦ ଅର୍ପଣ କରିଥିଲେ।

ଥୁଆମୁଳ ରାମପୁର ବ୍ଳକରୁ ବଳଭଦ୍ର ବାଗଙ୍କ ରିପୋର୍ଟ

Related posts

କୋମନା ବ୍ଲକରେ ଗ୍ରାମ୍ୟ ଉନ୍ନୟନ ଯୋଜନାର ସମୀକ୍ଷା: ଗୁଣାତ୍ମକ କାର୍ଯ୍ୟାନ୍ୱୟନ ଉପରେ ସିଡିଓଙ୍କ ଗୁରୁତ୍ୱ

Sunil Chandra Nayak

ଶାନ୍ତି ଶକ୍ତି ଭବନରେ ନବରାତ୍ର ଉପଲକ୍ଷେ ବିଦ୍ୟାଳୟ ସ୍ତରୀୟ ସାଂସ୍କୃତିକ ନୃତ୍ୟ ପ୍ରତିଯୋଗିତା

Sunil Chandra Nayak

ଜିଲ୍ଲା ବିଶ୍ୱାବସୁ ଶବର ସମାଜର ସ୍ୱାଗତ ସମ୍ପଦ୍ଧନା

masiha

Leave a Comment

error: Content is protected !!