ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନକଲି ସାର୍ଟିଫିକେଟ ଦେଇ ଶିକ୍ଷକତା ଚାକିରୀ କରିବା ପଡିଲା ମହଙ୍ଗା :ନକଲି ଶିକ୍ଷକ ଙ୍କ ନାମରେ ଥାନାରେ ଦେଲେ ଏତଲା ଗୋଷ୍ଟୀ ଶିକ୍ଷା ଅଧିକାରୀ 

ନକଲି ସାର୍ଟିଫିକେଟ ଦେଇ ଶିକ୍ଷକତା ଚାକିରୀ କରିବା ପଡିଲା ମହଙ୍ଗା :ନକଲି ଶିକ୍ଷକ ଙ୍କ ନାମରେ ଥାନାରେ ଦେଲେ ଏତଲା ଗୋଷ୍ଟୀ ଶିକ୍ଷା ଅଧିକାରୀ 

ନବରଙ୍ଗପୁର:(୩୦|୩)(ରବି ନାରାୟଣ ମହାନ୍ତି)ନକଲି ସାର୍ଟିଫିକେଟ ଦେଇ ଶିକ୍ଷକତା କରିବା ମହଙ୍ଗା ପଡ଼ିଲା ଶିକ୍ଷକଙ୍କୁ l ଶିକ୍ଷକ ଙ୍କ ନାମରେ ଥାନାରେ ଏତଲା ଦେଲେ ଗୋଷ୍ଟୀ ଶିକ୍ଷା ଅଧିକାରୀ l ଏଭଳି ସଙ୍ଗିନ ଅଭିଯୋଗ ଆସିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଳକ କୁର୍ସି ଗ୍ରାମ ଉଚ୍ଚ ବିଦ୍ୟାଳୟରୁ l ଏଠାରେ କାର୍ଯ୍ୟରତ ସହକାରୀ ଶିକ୍ଷକ ସନଧର ମାଝୀ ନକଲି ଯୁକ୍ତ ଦୁଇ ସାର୍ଟିଫିକେଟ ଦେଇ ଶିକ୍ଷକତା ଚାକିରୀ କରିବା ସହ ଦୀର୍ଘ ୨୭ବର୍ଷ ଧରି ସରକାରୀ ଦରମା ହଡ଼ପ କରିଥିବା ଅଭିଯୋଗ ହୋଇଛି lସହକାରୀ ଶିକ୍ଷକ ସନଧର ମାଝୀ ଶିକ୍ଷା ବିଭାଗକୁ ନିଜ ଶିକ୍ଷାଗତ ଯୋଗ୍ୟତା ପ୍ରମାଣ ପତ୍ର ପ୍ରଦାନ ସମୟରେ କର୍ଣାଟକହୁବୁଳି ଠାରେ ଥିବା ବୋର୍ଡ଼ ଅଫ୍ ସେକଣ୍ଡାରୀ ଏଜୁକେସନ ରୁ ଯୁକ୍ତ ଦୁଇ ଶିକ୍ଷାଗତ ଯୋଗ୍ୟତା ପ୍ରମାଣପତ୍ର ଦାଖଲ କରିଥିଲେ lତେବେ ନକଲି ସାର୍ଟିଫିକେଟ ଦେଇ ଚାକିରି କରିଥିବା ଅଭିଯୋଗ ଜାଣିବା ପରେ ନବରଙ୍ଗପୁର ଜିଲ୍ଲା ଶିକ୍ଷା ଅଧିକାରୀ କର୍ଣାଟକର ସମ୍ପୃକ୍ତ ମାଧ୍ୟମିକ ଶିକ୍ଷା ପରିଷଦକୁ ସନଧର ମାଝୀ ଦାଖଲ କରିଥିବା ପ୍ରମାଣପତ୍ର ଅସଲି କି ନକଲି ତାହା ଯାଞ୍ଚ କରିବାକୁ ପଠାଇଥିଲେ ,କିନ୍ତୁ ଏହା ନକଲି ବୋଲି ଜଣା ପଡ଼ିଥିଲା l ଏ ନେଇ ସନଧର ମାଝୀ ଙ୍କ ନାମରେ ଏତଲା ଦେବାକୁ ଜିଲ୍ଲା ଶିକ୍ଷାଅଧିକାରୀ, ଗୋଷ୍ଠୀ ଶିକ୍ଷାଅଧିକାରୀ ଙ୍କୁ ନିର୍ଦ୍ଦେଶ ଦେଇଥିଲେ l ତେବେ ଘଟଣା ସମ୍ପର୍କରେ ଗୋଷ୍ଠୀ ଶିକ୍ଷାଅଧିକାରୀ କୌଣସି ପ୍ରତିକ୍ରିୟା ଦେଇ ନାହାନ୍ତି l ଅନ୍ୟପଟେ ଯଦି ନକଲି ସାର୍ଟିଫିକେଟ ଦେଇ ଶିକ୍ଷା ବିଭାଗରେ ଚାକିରୀ କରିଛନ୍ତି, ତାଙ୍କ ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଆମ ରାଜ୍ୟ ଗଣ ଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ନିତ୍ୟାନନ୍ଦ ଗଣ୍ଡ l 

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ମୟୂରଭଂଜ ସାଂସଦଙ୍କ ଶତାୟୂମାତା ଧର୍ମପ୍ରାଣ ସଲମା ମାଝୀଙ୍କ ଦେହାନ୍ତ

Sunil Chandra Nayak

ରାଜ୍ୟସ୍ତରୀୟ ବିଶ୍ବ ରେକର୍ଡ ପାଳନ ମହୋତ୍ସବ , ସମ୍ବର୍ଦ୍ଧିତ ହେଲେ ରାଉରକେଲାର କବି କୁଞ୍ଜବିହାରୀ, ସୁଶାନ୍ତ, ସସ୍ମିତା ଓ ସୁଚିସ୍ମିତା

Sunil Chandra Nayak

ସେବା ସଂକଳ୍ପ ଅଭିଯାନରେ ବିଦ୍ୟାର୍ଥୀଙ୍କ ବକୃତା ଓ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!