ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କ୍ଲିନ୍ ଆଣ୍ଡ ଗ୍ରୀନ୍ ର ସ୍ବଚ୍ଛତା କାର୍ଯ୍ୟକ୍ରମ 

କ୍ଲିନ୍ ଆଣ୍ଡ ଗ୍ରୀନ୍ ର ସ୍ବଚ୍ଛତା କାର୍ଯ୍ୟକ୍ରମ 

ରାଉରକେଲା: ରାଉରକେଲା ର ସ୍ବଚ୍ଛତା ପ୍ରତି ପ୍ରତିବଦ୍ଧତା ଥିବା ଅଗ୍ରଣୀ ସାମାଜିକ ସଂଗଠନ କ୍ଲିନ୍ ଆଣ୍ଡ ଗ୍ରୀନ୍ ତାର ସାପ୍ତାହିକ କାର୍ଯ୍ୟକ୍ରମ ଅନ୍ତର୍ଗତ କୋଏଲନଗର ଡି ବ୍ଲକ ଗ୍ରୀନ ପାର୍କ ଠାରେ ସଫେଇ କାର୍ଯ୍ୟ ସମ୍ପାଦନ କରିଥିଲେ। ଗ୍ରୀନ ପାର୍କର ସଭାପତି ଜୟଶ୍ରୀ ପାଣିଗ୍ରାହୀ ଙ୍କ ଆଗ୍ରହ କ୍ରମେ ସଂଗଠନର ସଦସ୍ୟ ମାନେ ସମଗ୍ର ପାର୍କ ପରିସରକୁ ସଫା କରିଥିଲେ। ଏହି କାର୍ଯ୍ୟକ୍ରମ ରେ ସଂଗଠନର ସଦସ୍ୟ ପ୍ରଦୀପ ଦାସ,କୃତିବାସ ମିଶ୍ର, ଦିନେଶ ସିଂ, ମନୋଜ ନାୟକ,ଅକ୍ଷୟ ଜେନା, ପ୍ରଫୁଲ୍ଲ ପାତ୍ର, ପ୍ରଦୀପ ପାତ୍ର, ସୁମନ୍ତ ଉପାଧ୍ୟାୟ, ସୁଦିପ ଦତ୍ତ, ସତ୍ୟ ଦାସ, ସୁକୁ କିଣ୍ଡୋ , ପ୍ରଦୀପ, ଚନ୍ଦ୍ରକାନ୍ତ, ଧନଂଜୟ ଦାସ ପ୍ରମୁଖ ସଦସ୍ୟ ଙ୍କ ଦ୍ଵାରା ସଫେଇ କାର୍ଯ୍ୟ ସମ୍ପାଦିତ ହୋଇଥିଲା। ଏଥିପାଇଁ ସ୍ଥାନୀୟ ବାସିନ୍ଦା କ୍ଲିନ୍ ଆଣ୍ଡ ଗ୍ରୀନ୍ ଅନୁଷ୍ଠାନକୁ ସାଧୁବାଦ ଦେଇଥିଲେ। 

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଭବାନୀପାଟଣା ଠାରେ ରଥଯାତ୍ରା ଓ ବାହୁଡା଼ ଯାତ୍ରା୨୦୨୩ ନିମନ୍ତେ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ବୈଠକ 

ମନ ମୋହିନେଲେ ମୋହିନୀ “ମା”

masiha

ବାଲ୍ୟ ବିବାହ ରୋକିଲା ପ୍ରଶାସନ

Sunil Chandra Nayak

Leave a Comment

error: Content is protected !!